ଯେତେ ଚେଷ୍ଟା କଲେ ବି ନିଦ ଆସିବାରେ ସମସ୍ଯା ହେଉଛି କି ? ଆପଣେଇ ଦେଖନ୍ତୁ ଏହି ଘରୋଇ ଉପାୟ ନିଦ ସମସ୍ଯା ମୂଳରୁ ଶେଷ ହୋଇଯିବ

ନମସ୍କାର ବନ୍ଧୁଗଣ, ମଣିଷକୁ ନିଦ ହିଁ ଶାନ୍ତି ଦେଇଥାଏ । ତେବେ ଯଦି ଗୋଟିଏ ମଣିଷକୁ ଭଲରେ ନିଦ ହେବ ନାହିଁ ତେବେ ସେହି ମଣିଷ ଦୁର୍ବଳ ହେବା ସହ ଚିଡଚିଡା ସ୍ଵାଭାବର ହୋଇଯାଏ । କିନ୍ତୁ ନିଜ କାମର ଚାପ ହେଉ ବା ଅନ୍ୟ କୌଣସି ଚିନ୍ତା ପାଇଁ ମଣିଷ ଶାନ୍ତିରେ ଟିକିଏ ଶୋଇପାରେ ନାହିଁ । ଚିନ୍ତା ମଣିଷକୁ ରାତି ରାତି ସାରା ଚାତକ ଭଳି ଅନାଇ ରହିବାର ଅଭ୍ୟାସ କରାଇଦେଇଥାଏ । ତେବେ ଆସନ୍ତୁ ଜାଣିବା ଏକ ଉପାୟ ସମ୍ପର୍କରେ ଯାହାକୁ କରିବା ଫଳରେ ଆପଣଙ୍କୁ ବେସ ଆରମରେ ନିଦ ଆସିଯିବ ।

ଆପଣ ଏହି ଉପାୟଟିକୁ ତିଆରି କରିବା ପାଇଁ ପ୍ରଥମେ ଗୋଟିଏ କଦଳୀ ନିଅନ୍ତୁ । ଏହି କଦଳୀକୁ ଆପଣ ଚୋପା ସହ ଗୋଲ ଗୋଲ କରି କାଟିଦିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ଏକ ଡାଲଚିନି । ଆପଣଙ୍କ ପାଖରେ ଯଦି ଖଣ୍ଡ ଡାଲଚିନି ନାହିଁ ତେବେ ଆପଣ ଡାଲଚିନି ପାଉଡର ମଧ୍ୟ ବ୍ୟବହାର କରିପାରିବେ । ଏହାପରେ ଆପଣ ଗ୍ୟାସ ଉପରେ ଏକ ପାତ୍ର ରଖି ସେଥିରେ 1ରୁ ଦେଢ ଗ୍ଳାସ ଭିତରେ ପାଣି ଢାଳନ୍ତୁ । ଏବେ ଆପଣ ଏଥିରେ କାଟି ରଖିଥିବା କଦଳୀ ଏବଂ ଡାଲଚିନି ପକାଇ ଦିଅନ୍ତୁ ।

ଆପଣ ଏହାକୁ ଧିମା ଆଞ୍ଚରେ ଫୁଟାନ୍ତୁ । ଯେବେ ଯାଏ ପାତ୍ରର ପାଣି ଅଧା ନ ହୋଇଯାଇଛି । ଫୁଟିସାରିବା ପରେ ଯେତେବେଳେ ପାଣି ଅଧା ହୋଇଯିବ ତେବେ ଆପଣ ଚାହିଲେ ଅଳ୍ପ ମହୁ କିମ୍ବା ଗୁଡ ପକାଇ ପାରିବେ । ଏହାପରେ ଆପଣ ଗ୍ୟାସ ବନ୍ଦ କରିଦିଅନ୍ତୁ । ଆପଣ ପ୍ରସ୍ତୁତ ହୋଇଥିବା ଉପାୟକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏବେ ଆପଣ ଏହାର ପାଣିକୁ ଛାଣି ଦିଅନ୍ତୁ । ଏବଂ ଚା ପିଇବା ଭଳି ପିଅନ୍ତୁ ।

ଆପଣ ଏହି କଦଳୀର ଚାହା ସବୁଦିନ ତାଜା ପ୍ରସ୍ତୁତ କରି ସେବନ କରିବା ଉଚିତ । ଏହି ଚାହା ପିଇବା ଦ୍ଵାରା ନିଦ ଆଣୁଥିବା ହରମୋନର ବୃଦ୍ଧି ହୋଇଥାଏ । ଏହି ଚାହାର ସେବନ ଫଳରେ ଆପଣଙ୍କୁ ବହୁତ ଗଭୀର ନିଦ ଆସିବାକୁ ଲାଗିବ । ଦିତୀୟ ଉପାୟଟି ଜାଣନ୍ତୁ, ଆପଣଙ୍କୁ ଏହି ଉପାୟ ପ୍ରସ୍ତୁତ କରିବା ପାଇଁ 50 ଗ୍ରାମ କଖାରୁ ମଞ୍ଜି , 150 ଗ୍ରାମ ଶୁଖିଲା ଖଜୁରୀ, 50 ଗ୍ରାମ ପୋସ୍ତକ ଦାନା ଏବଂ 100 ଗ୍ରାମ ବାଦାମ ଆବଶ୍ୟକ ।

ଏହି ସମସ୍ତ ପଦର୍ଥରେ ଟ୍ରାଇପ୍ଟୋଫାନ ଏବଂ ଆମିନୋ ଏସିଡ ଭରପୁର ମାତ୍ରାରେ ରହିଥାଏ ଯାହା ମସ୍ତିସ୍କକୁ ଶାନ୍ତ ରଖିଥାଏ ଏବଂ ତାଜା ଅନୁଭବ କରାଇଥାଏ । ଏବେ ଏହି ସମସ୍ତ ସାମଗ୍ରୀର ଏବେ ଆପଣ ଏକ ପାଉଡର ପ୍ରସ୍ତୁତ କରନ୍ତୁ । ଆପଣଙ୍କୁ ଏହି ସମସ୍ତ ସାମଗ୍ରୀକୁ ଅଲଗା ଅଲଗା ଗ୍ରାଇଣ୍ଡିଙ୍ଗ କରି ଭଲ ଭାବରେ ସବୁର ପାଉଡରକୁ ମିଶାଇ ଦିଅନ୍ତୁ ।

ଆପଣଙ୍କୁ ଏହି ପାଉଡରର ଏକ ଚାମଚ ପ୍ରତିଦିନ ଶୋଇବା ପୂର୍ବରୁ ଖାଇବାକୁ ପଡିବ । ଏହାକୁ ଖାଇ ସାରିବା ପରେ ଏକ ଗ୍ଳାସ କ୍ଷୀର ପିଇବା ଜରୁରୀ । ଆପଣ ଏହି ଉପାୟକୁ ନିଶ୍ଚୟ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।