“ନିଆଁ ପାଖକୁ ଆସିଲେ ଘିଅ ତ ତରଳିବ, ସମସ୍ତଙ୍କୁ ଭଲ ଲାଗେ ଝିଅ ଆସିଲେ କିଏ ଛାଡିବ…” ବାବୁ-ପ୍ରକୃତି ବିବାଦରେ ଫିଲ୍ମ ପ୍ରଡ୍ୟୁସର Tutu Nayak ଙ୍କ ପ୍ରତିକ୍ରିୟା

ବର୍ତ୍ତମାନ ବାବୁଶାନ ମହାନ୍ତି, ତାଙ୍କ ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିନ ଗଡିବା ସହ ବାବୁଶାନ ଓ ପ୍ରକୃତିଙ୍କ ମାମଲାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ଘଟଣାକୁ ନେଇ ଓଲିଉଡ ଇଣ୍ଡଷ୍ଟ୍ରି ସହ ଜଡିତ ଥିବା ପ୍ରତ୍ଯେକ ବ୍ୟକ୍ତି ତଥା କଳାକାର, ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ସମସ୍ତେ ଚିନ୍ତାରେ ପଡି ଯାଇଛନ୍ତି । ବାବୁଶାନ ଓଲିଉଡର ଜଣେ ଆଗଧାଡିର ଅଭିନେତା ।

ଆଉ ଏବେ ଓଲିଉଡ ଯେଉଁ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ସେପରି ସମୟରେ ବାବୁଶାନଙ୍କୁ ନେଇ ଏଭଳି ଖବର ସାମ୍ନାକୁ ଆସିବା ନିହାତି ଭାବେ ଓଲିଉଡ ଉପରେ କୁପ୍ରଭାବ ପକାଇବ । ଏନେଇ ଫିଲ୍ମ ପ୍ରଡ୍ୟୁସର ଟୁଟୁ ନାୟକ, ଯିଏକି ବାବୁଶାନଙ୍କୁ ପ୍ରଥମେ ଓଡିଆ ଫିଲ୍ମରେ ଲଞ୍ଚ କରିଥିଲେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି । ବାବୁଶାନ ଓ ପ୍ରକୃତିଙ୍କ ମାମଲାରେ ଉଭୟ ଦୋଷୀ ବୋଲି ସେ କହିଛନ୍ତି । ଓଲିଉଡର ଜଣେ ଆଗଧାଡିର ଅଭିନେତା ଏଭଳି କାର୍ଯ୍ୟ କରିବା ଓ ତାହା ସବୁଆଡେ ଚର୍ଚ୍ଚା ହେବା ନିହାତି ଭାବେ ଲଜ୍ଜାଜନକ ।

ସବୁ ଘର ମାନଙ୍କରେ ଝଗଡା ହୁଏ କିନ୍ତୁ ଏକ ପ୍ରତିଷ୍ଠିତ ଘରର ଝଗଡା ଏଭଳି ବିଚ୍ ରାସ୍ତାରେ ପଦାରେ ପଡିବା ଏକ ନିନ୍ଦନୀୟ ଘଟଣା ବୋଲି ସେ କହିଛନ୍ତି । ବାବୁଶାନଙ୍କ ପରିବାର ସହ ସେ ଖୁବ ଭଲ ଭାବେ ଜଡିତ ବୋଲି କହିଛନ୍ତି । ବାବୁଶାନ ନିଜ ପରିବାର ସହ ସୁଖରେ ଥିଲେ । ତେଣୁ ଏଭଳି କରିବା ଉଚିତ ନଥିଲା ।

ଗୋଟେ ସ୍ତ୍ରୀର ସହିବାର ଏକ ସୀମା ଥାଏ, ତେଣୁ ତୃପ୍ତି ଯାହାବି କରିଛନ୍ତି ଭଲ କରିଛନ୍ତି ବୋଲି ସେ କହିଛନ୍ତି । ଏହାସହ ସେ ପ୍ରକୃତିଙ୍କୁ ଓ ପିତାମାତାଙ୍କୁ ମଧ୍ୟ ନିନ୍ଦା କରିଛନ୍ତି । ଝିଅ ଭୁଲ କରିଛି ଯଦି ତା’ର ଭୁଲକୁ ସମସ୍ତଙ୍କ ସାମ୍ନାରେ ଯଦି ମାନିଥାନ୍ତେ ତେବେ ସେ ସମସ୍ତଙ୍କ ଆଗରେ ବଡ ହୋଇଥାନ୍ତେ । କିନ୍ତୁ ଝିଅର ଭୁଲରେ ତା ସାଥ୍ ଦେଇ ସେମାନେ ନିଜକୁ ଛୋଟ କରି ଦେଇଛନ୍ତି । ପ୍ରକୃତି ଯଦି ନିଜକୁ ଏତେ ବଡ ଅଭିନେତ୍ରୀ ବୋଲି ଭାବୁଛନ୍ତି ତେବେ ସେ ନିଜକୁ ଦୂରେଇ ରଖିବାର ଥିଲା ।

ପୁଅମାନେ ଘିଅ ଆଉ ଝିଅମାନେ ହେଉଛନ୍ତି ନିଆଁ । ନିଆଁ ପାଖକୁ ଆସିଲେ ଘିଅ ତ ନିଶ୍ଚୟ ତରଳିବ । ତେଣୁ ପ୍ରକୃତି ମିଶ୍ର ବାବୁଶାନଙ୍କ ପରିବାର ନ ଭାଙ୍ଗି ତାଙ୍କ ଠାରୁ ଦୂରେଇ ରୁହନ୍ତୁ ବୋଲି ଟୁଟୁ ନାୟକ ଅପିଲ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।