ନବୀନଙ୍କ ବିଷୟରେ ବି ଏହି ପ୍ରମାଣ ମିଳିଲା ମାଳିକାରେ

ମହା ପୁରୁଷ ଅଚ୍ୟୁତାନନ୍ଦଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଯିଏକି ମାଳିକାର ରଚନା କରିଛନ୍ତି । କହିବାକୁ ଗଲେ ମାଲିକାରେ କିଛି ଭବିଷ୍ୟତ ବାଣୀ କରା ଯାଇଛି । ଯାହା ଦିନେ ନା ଦିନେ ସତ ହେବ କିନ୍ତୁ ଏହା କେବେ ସତ ହେବ ଏହା ବିଷୟରେ କାହାକୁ ବି ଜଣା ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ ମାଳିକାରେ ବର୍ଣିତ ଏମିତି ଏକ ବିଷୟ ଉପରେ ଚର୍ଚା କରିବୁ ଯେଉଁଥିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ କୁହାଯାଇଛି ।

କହିବାକୁ ଗଲେ ମାଳିକାରେ ପୁରା ବିଶ୍ଵର ଓ ଭାରତର ଏବଂ ଓଡିଶାର ରାଜନୀତି ବିଷୟରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଅଟଲ ବିହାରୀ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ଯାହା ବିଷୟରେ ଅଚ୍ୟୁତାନନ୍ଦ ଲେଖିଲେ କି

କ୍ଷେତ୍ରରେ ହୋଇବ ବ୍ରାହ୍ମଣ ରାଜା କିଛି ଦିନ ସେହି ପାଳି ପରଜା ।

କିଛି ଦିନ ଭୋଗ କରିବ ମହି ତେର ଦିନ ପକ୍ଷ ପଥ ଉଡାଇ ॥

ଅର୍ଥାତ ଭାରତରେ ଜଣେ ବ୍ରାହ୍ମଣ ରାଜା ହେବେ ଅର୍ଥାତ ପ୍ରଧାନମନ୍ତ୍ରୀ ହେବେ ଓ ଏହା ପରେ କିଛି ଦିନ ପରେ ଅର୍ଥ ୧୩ ଦିନ ରାଜତ୍ଵ କରି ଇସ୍ତଫା ଦେଇ ଦେବେ ।

ଏହି ଅଚ୍ୟୁତାନନ୍ଦଙ୍କ କଥା ପ୍ରମାଣିତ କରିବା ପାଇଁ ହାଡି ଦାସ ଲେଖିଲେ କି

ତେର ତେର ଚାରି ତର ଏକତ୍ର ରହିବ ଦିଲ୍ଲୀ ସିଂହାସନ ଏକ ବ୍ରାହ୍ମଣ ବସିବ ।

ପୁତ୍ର ନାତି ଭାର୍ଯ୍ୟା ଆଦି ନ ଥିବ ତାହାର ତାହାରି ସମୟ ଦେଶେ ଫୁଟିବ କମଳ ॥

ଅର୍ଥାତ ଯେତେବେଳ ବାଜପେୟୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ୧୩ ଦିନର ପକ୍ଷ ପଡିଥିଲା । ୧୩ ମାସ ଭୋଗ ହୋଇଥିଲା । ୧୩ ଦିନ ଶାସନ କରିଥିଲେ ଓ ୧୩ ଦିନ ପାଇଁ ବାଜପେୟୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ଅଚ୍ୟୁତାନନ୍ଦ କେବଳ ଭାରତର ପ୍ରଧାନମନ୍ତ୍ରୀ ବିଷୟରେ ନୁହେଁ ଓଡିଶାର ରାଜନୀତି ବିଷୟର ବି କହିଛନ୍ତି । ଅଚ୍ୟୁତାନନ୍ଦ ଲେଖିଲେ କି

ବିବେକୀ ହୋଇବ ବିଜୟା ନନ୍ଦ

ବିରାଟ ନରେଶ ଜାଣେ ଏ ଛନ୍ଦ

ବଲେ ଓଡିଶାରେ ଧନୀ ହୋଇବ

ବଲେ କଲେ ସେ ଉଡେଇ ନବ

ବଳ ଅପମାନ ପାଇଯେ

ବାରଣ ବେଳକୁ ତାର ପୋସା ପୁଅ

ଓଡିଶାର କୀର୍ତ୍ତି ରଖିଯେ ॥

ଅର୍ଥାତ ବିଜୁ ପଟ୍ଟନାୟକ ଓଡିଶାର ଗୋଟିଏ ସମୟ ଧନୀ ଥିଲେ ଏହା ପରେ ସେ ଇଣ୍ଡୋନେଶିୟାର ପ୍ରଧାନମନ୍ତ୍ରୀଙ୍କୁ ଉଡାଇ ଆଣି ଥିଲେ । ନିର୍ବାଚନରେ ବି ହାରି ଥିଲେ । ଏହା ସହିତ ଶେଷ ସମୟରେ ତାଙ୍କର ବର୍ତ୍ତମାନର ଯୋଗ୍ୟ ପୁତ୍ର ନବୀନ ପଟ୍ଟନାୟକ ଶାସନ ଗାଦିରେ ବସିଛନ୍ତି ।

ଏହି ଲେଖାଟି ସତ୍ୟ ଭଞ୍ଜ ୟୁଟ୍ୟୁବ ଚ୍ଯାନେଲର ଏକ ଭିଡିଓ ରୁ ପ୍ରେରିତ । ଏହାର ସତ୍ୟାସତ୍ୟ ପାଇଁ ଆମେ ଦାଇ ନୁହେଁ । ଯଦି ଆପଣଙ୍କୁ ଆମର ଏହି ଲେଖାରେ କୌଣସି ତ୍ରୁଟି ପରିଲିଖିତ ହୁଏ ତେବେ ତୁରନ୍ତ ଆମକୁ କମେଣ୍ଟ ରେ ଜଣାନ୍ତୁ । ଯାହାପରେ ଆମେ ଏଥିରେ ସୁଧାର କରି ପାରିବୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।