ଘରେ ଅତ୍ୟଧିକ ମଶା ହେଉଛନ୍ତି କି ? ଏହି ଘରୋଇ ଉପାୟ ଥରେ କରି ଦେଖନ୍ତୁ, ମଶା ଏକଦମ ଘର ଛାଡି ଚାଲିଯିବେ

ମଶା କା-ମୁ-ଡି-ବା ଦ୍ଵାରା ମ୍ୟାଲେରିଆ ଓ ଡେଙ୍ଗୁ ବ୍ଯତୀତ ଆହୁରି ଅନେକ ପ୍ରକାର ଭ-ୟ-ଙ୍କ-ର ରୋଗ ବ୍ୟାପିଥାଏ । ମଶା ଘଉଡାଇବା ପାଇଁ ଆମେ ସାଧାରଣତଃ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ସାମଗ୍ରୀ ବ୍ୟବହାର କରିଥାଉ । କିନ୍ତୁ ସେଗୁଡିକ ମଧ୍ୟ ଆମ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଅଟେ । ଆପଣ ଚାହିଁଲେ ମଶା ଘଉଡାଇବା ପାଇଁ ଘରୋଇ ଉପାୟ ଅବଲମ୍ବନ କରିପାରିବେ । ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କିଛି ଘରୋଇ ଉପଚାର କହିବୁ ଯାହାଦ୍ୱାରା ଆପଣ ମଶା ଦାଉରୁ ରକ୍ଷା ପାଇବେ ।

ମଶା ଘଉଡାଇବା ପାଇଁ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ନିମ୍ବ ତେଲ ପ୍ରସ୍ତୁତ କରିବାକୁ ହେବ । ଏଥିପାଇଁ ଆପଣ କିଛି ନିମ୍ବ ପତ୍ର ନେଇ ତାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହାପରେ ପତ୍ରକୁ ଡାଙ୍ଗରୁ ଅଲଗା କରନ୍ତୁ ଓ ଏକ ଗ୍ରାଇଣ୍ଡିଙ୍ଗ ଜାର୍ ରେ ଭଲ ଭାବେ ପେଶୀ ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ । ଏହାପରେ ଆପଣଙ୍କୁ ହେବ ରାଶି ତେଲ । ଆପଣ ଚାହିଁଲେ ସୋରିଷ ତେଲ କିମ୍ବା ନଡିଆ ତେଲ ମଦ୍ୟ ବ୍ୟବହାର କରିପାରିବେ । କିନ୍ତୁ ରାଶି ତେଲ ସେଗୁଡିକ ଠାରୁ ଶସ୍ତା ଏବଂ ଅଧିକ ପ୍ରଭାବଶାଳୀ ଅଟେ ।

ନିମ୍ବ ପତ୍ର ଆମ ସ୍ୱାସ୍ଥ୍ୟ ପକ୍ଷେ କେତେ ଉପଯୋଗୀ ତାହା ଆପଣଙ୍କୁ ନିଶ୍ଚୟ ଜଣାଥିବ । ଏକ ପାତ୍ରରେ ଦେଢ କପ୍ ରାଶି ତେଲ ନେଇ ଗରମ କରନ୍ତୁ ଓ ଗରମ ହେବା ପରେ ସେଥିରେ ପ୍ରସ୍ତୁତ କରିଥିବା ନିମ୍ବ ପତ୍ର ପକାଇ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଭଲ ଭାବେ ଫୁଟାଇ ଦିଅନ୍ତୁ । ତେଲ ଭଲ ଭାବେ ଫୁଟିବା ଦ୍ଵାରା ନିମ୍ବ ପତ୍ରର ସବୁ ଔଷଧୀୟ ଗୁଣ ରାଶି ତେଲ ମଧ୍ୟକୁ ଆସିଯିବ । ତେଲ ଭଲ ଭାବେ ଫୁଟିବା ନିମ୍ବ ପତ୍ର ପୋଡିଜବା ପରେ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ଓ ତା’ପରେ ଏକ ଛାଣି ସାହାଯ୍ୟରେ ଅନ୍ୟ ଏକ ପାତ୍ରକୁ ଛାଣି ଦିଅନ୍ତୁ ।

ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଖାଇବା କର୍ପୁର ଯାହା ଆପଣ ପୂଜା ଆରତି ସମୟରେ ବ୍ୟବହାର କରନ୍ତି । ତିନିରୁ ଚାରୋଟି ଛୋଟ ଛୋଟ କର୍ପୁରକୁ ଭଲ ଭାବେ ହାତରେ ଗୁଣ୍ଡ କରି ଦିଅନ୍ତୁ ଓ ଏହାକୁ ପ୍ରସ୍ତୁତ ନିମ୍ବ ତେଲ ମଧ୍ୟ ଭଲ ଭାବେ ମିଶାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ମଶା ମାରିବା ପାଇଁ ତରଳ ପଦାର୍ଥ ବା ତେଲ । ଏବେ ଆପଣଙ୍କୁ ଆବଶ୍ୟକ ହେବ ଗୋଟେ ଛୋଟ କାଚ ବୋତଲ । କାଚ ବୋତଲର ଉପରି ଭାଗରେ ଏକ କଣା କରି ଦିଅନ୍ତୁ ଓ ସେଥିରେ ବଳିତା ଲଗାଇ ଦିଅନ୍ତୁ ।

ଏହାପରେ ପ୍ରସ୍ତୁତ ତେଲକୁ ସେହି କାଚ ବୋତଲ ଭିତରେ ଭର୍ତ୍ତି କରି ଠିପି ଲଗାଇ ଦିଅନ୍ତୁ । ଏକ ଡିବିରି ଭଳି ଏହାକୁ ବ୍ୟବହାର କରିବେ । ଘରର ଯେଉଁ ସ୍ଥାନରେ ମଧ୍ୟ ଅଧିକ ମଶା ହେଉଥାଏ, ସେହିଠାରେ ଏହି ତେଲ ଡିବିରିକୁ ରଖି ନିଆଁ ଲଗାଇ ଜଳାନ୍ତୁ । ଦେଖିବେ ଅଳ୍ପ ସମୟ ମଧ୍ୟରେ ହିଁ ସବୁ ମଶା ଉଭାନ ହୋଇଯିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।