ଦିନେ ବୁଲି ବୁଲି ଚାକିରି ମାଗୁଥିଲେ ଆଉ ଏବେ ଜାଗୁଆରର ମାଲିକ, ନଟିଆ କାର୍ଟୁନିଷ୍ଟ Utkal Gourav Nanda ଙ୍କ କାର୍ଟୁନ ଯାତ୍ରା ଓ ସଫଳତାର କାହାଣୀ

ଦିନେ ବିଭିନ୍ନ ମିଡିଆ ହାଉସ ବୁଲି ବୁଲି ଚାକିରି ଖୋଜୁଥିଲେ ଆଉ ଆଜି ସେ ଜାଗୁଆର ଗାଡି କିଣିଛନ୍ତି । ଆପଣ ଭାବୁଥିବେ ଏମିତି କି କାମ କଲେ ଯେ 92 ଲକ୍ଷର ଜାଗୁଆର ଗାଡି ସେ କିଣିଦେଲେ ? ତେବେ ଆସନ୍ତୁ ଜାଣିବା କାର୍ଟୁନିଷ୍ଟ ଉତ୍କଳ ଗୌରବ ନନ୍ଦଙ୍କର ସଂଘର୍ଷ ଯାତ୍ରା । ତାଙ୍କୁ ହୁଏତ ବହୁତ କମ୍ ଲୋକ ଜାଣିଛନ୍ତି ହେଲେ ତାଙ୍କ ଦ୍ଵାରା ନିର୍ମିତ କାର୍ଟୁନ ଆନିମେଶନ ଏବେ ଓଡିଶାର ଘରେ ଘରେ ଆଦୃତ ଓ ବେଶ ପରିଚିତ । ନଟିଆ କମେଡି କହିଲେ ପିଲା ଠାରୁ ବୁଢା ନେଇ ସମସ୍ତେ ଜାଣିଛନ୍ତି ।

ଆଜ୍ଞା ହଁ, ସେହି ନଟିଆ କାର୍ଟୁନ ଆନିମେଶନ ର ସେ କ୍ରିଏଟର । ନଟିଆ କାର୍ଟୁନ ଦେଖିବାକୁ ଛୋଟପିଲା ମାନେ ବେଶ ଭଲ ପାଉଛନ୍ତି । କିଛି ବର୍ଷ ତଳେ ନିଜ କଳାକୁ ନେଇ ଚାକିରି ଖୋଜୁଥିବା ଉତ୍କଳ ଗୌରବ ଏବେ ବେଶ ସଫଳତା ପାଇଛନ୍ତି । ସେ ତାଙ୍କ ୟୁଟ୍ଯୁବ ଚ୍ୟାନେଲ ମାଧ୍ୟମରେ ଖୁବ ଭଲ ଆୟ କରୁଛନ୍ତି । ତାଙ୍କର ଯେଉଁ ପ୍ରତିଭା ଥିଲା ଓ କାର୍ଟୁନ ଆନିମେଶନ ପ୍ରତି ଯେଉଁ ଭଲପାଇବା ଅଛି ତାକୁ ସେ ସଂପୂର୍ଣ୍ଣ ଭାବେ କାମରେ ଲଗାଇଛନ୍ତି ।

ଫଳରେ ସେ ଆଜି ଓଡିଶାର ଘରେ ଘରେ ସୁପରିଚିତ ହୋଇ ପାରିଛନ୍ତି ନଟିଆ କାର୍ଟୁନ ମାଧ୍ୟମରେ । ଓଡିଶାରେ କାର୍ଟୁନ ଆନିମେଶନ ଯାତ୍ରାକୁ ସେ ଏକ ନୂଆ ରୂପ ଦେଇଛନ୍ତି ଓ ଏଥିପାଇଁ ଖୁବ ସଂଘର୍ଷ ମଧ୍ୟ କରିଛନ୍ତି । ତେବେ ଏହା ମାଧ୍ୟମରେ ସେ କେବଳ ନିଜ କ୍ଯାରିୟର ଗଢିଛନ୍ତି ଓ ସ୍ବଚ୍ଛଳ ହୋଇଛନ୍ତି ତାହା ନୁହେଁ ବରଂ 50 ଜଣ ଯୁବକ ଯୁବତୀଙ୍କୁ ସେ ଆନିମେଟର ଭାବେ ଚାକିରି ମଧ୍ୟ ଦେଇଛନ୍ତି ।

ୟୁଟ୍ଯୁବ ଭଳି ସୋସିଆଲ ମିଡିଆ ସାଇଟ ଗୁଡିକ ଲୋକଙ୍କୁ ଆୟ କରିବାର ବେଶ ଭଲ ମାଧ୍ୟମ ଯୋଗାଇ ଆସୁଛି । ଓଡିଶାର ଏହିପରି ଅନେକ ପଖାଳ ଖିଆ ଲୋକ ମଧ୍ୟ ୟୁଟ୍ଯୁବ ଜରିଆରେ ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି । ଆଉ ସେହି ପ୍ଲାଟଫର୍ମକୁ ଉତ୍କଳ ଗୌରବ ମଧ୍ୟ ବେଶ ଭଲରେ ଉପଯୋଗ କରିଛନ୍ତି ।

ଫଳରେ ସେ ଆଜି 92 ଲକ୍ଷ ଟଙ୍କାର ଏକ ଜାଗୁଆର ଗାଡିର ମାଲିକ ହୋଇ ପାରିଛନ୍ତି । ଉତ୍କଳ ଗୌରବଙ୍କ ପରିଶ୍ରମ, ଚେଷ୍ଟା ଓ ଲକ୍ଷ୍ୟ ଜୀବନରେ ତାଙ୍କୁ ସଫଳତା ଆଣି ଦେଇଛି । ଯାହାକି ଆଜିର ଯୁବପିଢିଙ୍କୁ ସଂଘର୍ଷ କରି ସଫଳ ହେବାକୁ ପ୍ରେରଣା ଯୋଗାଇବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।