ଆସନ୍ତା 72 ଘଣ୍ଟା ପର୍ଯ୍ୟନ୍ତ ଏହି 9ଟି ଜିଲ୍ଲାରେ ପବନ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା, ୟେଲୋ ୱାର୍ନିଙ୍ଗ ଜାରି

ବଙ୍ଗୋପ ସାଗରରେ ଦାନ ବନ୍ଧିଲା ଆଊ ଏକ ଲଘୁଚାପ । ୧୯ ରେ ପୁଣି ଏକ ଲଘୁଚାପ ରେ ଆଜି ଠାରୁ ରାଜ୍ୟରେ ଆରମ୍ଭ ହେଇଯିବ ବର୍ଷା ତେବେ ୯ ଟି ଜିଲ୍ଲା କୁ ରହିଛି ୟେଲୋ ୱାର୍ଣିଂ ଆସନ୍ତୁ ଜାଣିବା କଣ ରହିଛି ରିପୋ୍ଟ । ଆସୁଚି ଆଊ ଏକ ଲଘୁଚାପ, ଉତ୍ତର ବଙ୍ଗୋପସାଗର ରେ ଦାନ ବାନ୍ଧୁଥିବା ଏହି ଲଘୁଚାପ ପାଇଁ ଆସନ୍ତା ୧୮, ୧୯ ତାରିଖ ଦୁଇ ଦିନ ଲାଗି ରହିବ ପ୍ରବଳ ବର୍ଷା ।

୧୮ ତାରିଖ ଦିନ ଝାରସୁଗୁଡ଼ା, ମୟୂରଭଞ୍ଜ, ବରଗଡ଼ କେନ୍ଦୁଝର ଓ ସୁନ୍ଦରଗଡ଼ ଏବଂ ୧୯ ତାରିଖ ଦିନ ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ଵର, ସମ୍ବଲପୁର, ଦେବଗଡ ଓ ଅନୁଗୁଳ ଜିଲ୍ଲା ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ସବୁ ଜିଲ୍ଲା ଗୁଡ଼ିକ ପାଇଁ ପାଣି ବିଭାଗ କେନ୍ଦ୍ର ୟେଲୋ ୱାର୍ଣିଂ ଜାରି କରିଛି ।

ପାଣି ପାଗ ବିଭାଗ ଅନୁସାରେ ଆଜି ସାମାନ୍ୟ ପଶ୍ଚିମ କୁ ଗତି କରି ପଶ୍ଚିମ ଓଡ଼ିଶା ଏବଂ ଛତିଶଗଡ କୁ ରହିବ ସାମାନ୍ୟ ପ୍ରଭାବ । ୧୯ ରେ ପୁଣି ପଶ୍ଚିମ ବଙ୍ଗ, ଓଡ଼ିଶା ଓ ସଲଘ୍ଣ ବଙ୍ଗୋପ ସାଗରରେ ରହିବ, ୨୦ ତାରିଖ ରେ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ ରେ ଉପରେ ରହିବ । ମୌସୁମୀ କ୍ରିୟା ହେତୁ ଆଜି ବର୍ଷା ହେବ ୧୮ ତାରିଖ ସନ୍ଧ୍ୟାରୁ ୧୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ୧୭ ଟି ଉପକୂଳ ଜିିଲ୍ଲା ସହ କେନ୍ଦୁଝର, ଢେଙ୍କାନାଳ ରେ ଭାରି ବର୍ଷା ହେବ ।

ତେବେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ, ବଲାଙ୍ଗୀର ରେ ଉପକୂଳ ଅପେକ୍ଷା ଅଧିକା ବର୍ଷ ହେବ । କେତେକ ସ୍ଥାନ ରେ ୧୦୦ ମିଲିମିଟର ବର୍ଷା ହେଇପାରେ । ବୌଦ୍ଧ, ଅନୁଗୁଳ, ଦେବଗଡ ରେ ସବୁଠାରୁ ଅଧିକ ବର୍ଷା ହେବ । ସ୍ଥାନେ ସ୍ଥାନେ ଅଧିକ ବର୍ଷା ମଧ୍ୟ ହୋଇପାରେ । ଗଞ୍ଜାମ ଉପକୂଳ ବାଲେଶ୍ଵର ରେ ମଧ୍ୟମ ଧରଣର ବର୍ଷା ହେବ ।

୧୯ ତାରିଖ ସନ୍ଧ୍ୟାରୁ ୨୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ସମ୍ବଲପୁର ଠାରୁ ଆରମ୍ଭ କରି କଳାହାଣ୍ଡି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ୨୧ ତାରିଖରେ ବର୍ଷା କମିବ କିନ୍ତୁ କିଛି ସ୍ଥାନରେ ଅଳ୍ପ ଅଳ୍ପ ବର୍ଷା ହେବ । ରାଜ୍ୟରେ ବନ୍ୟା ପରିବେଶ ସୃଷ୍ଟି ହେବ । ମାଲକାନଗିରି ରେ ବନ୍ୟା ପରିସ୍ଥିତି ଅତି ଗଂଭିର ବୋଲି ଜଣା ପଡିଛି । ମାଲକାନଗିରିରେ ବନ୍ୟାର ଅତି ଖରାପ୍ ପ୍ରଭାବ ପକାଇଛି । ୨୧ ତାରିଖ କମିବ ବର୍ଷା । ଏହା ସୂଚନା ମିଳିଛି ପାଣି ପାଗ ବିଭାଗ ରୁ ।

ତେବେ ଆପଣ ଅଞ୍ଚଳରେ କେମିତି ରହିଛି ବର୍ଷା ପାଗ କମେଣ୍ଟରେ ଲେଖନ୍ତୁ, ଏବଂ ଆମ ପେଜକୁ ଲାଇକ କରନ୍ତୁ ।