ବିଜେପି ସାଂସଦ ନମଗ୍ୟାଲଙ୍କ ପତ୍ନୀ ରହିସାରିଛନ୍ତି JNU ର ଛାତ୍ରୀ, କହ୍ନେୟା କୁମାରଙ୍କ ବିଷୟରେ ଦେଲେ ଏହି ବଡ ବୟାନ

ଜମ୍ମୁ କାଶ୍ମୀରରୁ ଆର୍ଟିକିଲ ୩୭୦ ହଟିବା ପରେ ଲଦ୍ଦାଖର ବିଜେପି ସାଂସଦ ଜମୟାଙ୍ଗ ସେରିଂଗ ନମଗ୍ୟାଲ ସାଂସଦରେ ଯେଉଁ ବେମିଶାଲ ଭାଷଣ ଦେଲେ ତା ପରେ ସେ ସଂସଦରେ ହୀରୋ ବନିଗଲେ । ଏହା ପରେ ଲୋକ ତାଙ୍କ ବିଷୟରେ ସର୍ଚ୍ଚ କରିବାକୁ ଲାଗିଲେ ତ ଜଣା ପଡିଲା କି ନମଗ୍ୟାଲଙ୍କ ପତ୍ନୀ JNU ର ଛାତ୍ରୀ ରହିସାରିଛନ୍ତି । ନମଗ୍ୟାଲଙ୍କ ସ୍ପିଚ ର ପ୍ରଶଂସା ପିଏମ ମୋଦୀ ଓ ସାରା ଦେଶ କରୁଥିଲା ।

ବିଜେପି ସାଂସଦ ନମଗ୍ୟାଲଙ୍କ ପତ୍ନୀ ରହିସାରିଛନ୍ତି JNU ର ଛାତ୍ରୀ

ଏହା ମଧ୍ୟରେ ସେ ପପୁଲାର ହୋଇଗଲେ ଓ ଯେତେବେଳେ ଏହି ବିଷୟରେ ଗୋଟିଏ ନ୍ୟୁଜ ଚ୍ଯାନେଲର ପତ୍ରକାର ତାଙ୍କ ସହିତ କଥା ହେବା ପାଇଁ ତାଙ୍କ ଘରେ ପହଞ୍ଚିଲେ ତ ତାଙ୍କର ପତ୍ନୀ ସୋନାମ ବାଂଗ୍ମୋ କହିଥିଲେ କି ସେ ଦିଲ୍ଲୀର ଜେନୟୁ ର ଛାତ୍ରୀ ଥିଲେ ଓ ସେ କହ୍ନେୟାର ପକ୍ଷ ନେଇ କହିଲେ କି ତାଙ୍କୁ ଲାଗୁଛି କହ୍ନେୟା କୁମାରଙ୍କ ସହିତ ବହୁତ ଖରାପ ହୋଇଛି । ସେହି ଭିଡିଓ ଓ ଅଡିଓ ବି ଫର୍ଜି ଥିଲା ।

ଏହା ସବୁ ତାଙ୍କ ହସ୍ଟେଲ ସାମ୍ନାରେ ହୋଇଥିଲା ଓ ତାଙ୍କୁ ଜଣା ଅଛି କି କହ୍ନେୟା ସେହି ସମୟରେ ସେଠାରେ ଉପସ୍ଥିତ ନ ଥିଲା । ସେ କେବଳ ଏଥିପାଇଁ ଗିରଫ ହେଲା କି ସେ ଛାତ୍ର ନେତା ଥିଲା ।

୪ ଅଗଷ୍ଟ ୧୯୮୫ ରେ ଲଦ୍ଦାଖର ମାଥୋ ଗାଁରେ ଜନ୍ମ ନେଇଥିବା ଜମୟାଙ୍ଗଙ୍କର ପରିବାର ବୁଦ୍ଧିଜିମ ଅଟନ୍ତି ଓ ତାଙ୍କର ପିତାଙ୍କର ନାମ ଷ୍ଟେନଜିନ ଦୋର୍ଜି ଓ ମା ଇଶେ ପୂତିତ ଅଟନ୍ତି । ଜାମ୍ମୁ କାଶ୍ମୀର ର ପୁନର୍ଗଠନ ବିଲ ପାସ ହେବା ପରେ ବହୁତ ନେତା ରାଗିଯାଇଥିଲେ ଓ ସଂସଦରେ ପିଏମ ମୋଦୀଙ୍କୁ ଖରାପ କରି କହୁଥିଲେ ।

ସେତେବେଳେ ନମଗ୍ୟାଲ କହିଥିଲେ କି ଲଦ୍ଦାଖର ଲୋକ ଏହି କେନ୍ଦ୍ର ଶାସିତ ପ୍ରଦେଶର ଦର୍ଜା ପାଇବା ପାଇଁ ୭୦ ବର୍ଷରୁ ଲଢୁଥିଲେ । ଜାମ୍ମୁ କାଶ୍ମୀରକୁ ବିକାସନିଧିର ଅଧିକତର ଭାଗ ମିଳିଥିଲା କିନ୍ତୁ ଲଦ୍ଦାଖକୁ କେବେ ବି କିଛି ମିଳିନାହିଁ । ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ବରିଷ୍ଠ ନେତାମାନଙ୍କର ପ୍ରଶଂସା କରି ନମଗ୍ୟାଲ ରାତା ରାତି ଷ୍ଟାର ବନିଗଲେ ଓ ତାଙ୍କର ଏହି ଭାଷଣ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।