ନକଲି ଅଣ୍ଡା ପ୍ରତି ସାବଧାନ, ୯୯ ପ୍ରତିଶତ ଲୋକ ଜାଣିନାହାନ୍ତି ଅଣ୍ଡା ବିଷୟରେ ଏହି କଥା

ଆଜି ଆମେ ଆପଣଙ୍କୁ ନକଲି ଅଣ୍ଡା ବିଷୟରେ କହିବୁ, ଯାହା ବିଷୟରେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ନକଲି ଅଣ୍ଡାକୁ ଆପଣମାନେ ଦେଖିଲେ ଜାଣି ପାରିବେନି କି ଏହା ନକଲି ନା ଅସଲି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ସାଧାରଣତଃ ଭାରତରେ ନକଲି ଅଣ୍ଡା ପ୍ରଚୁର ମାତ୍ରାରେ ବିକ୍ରି ଚାଲିଛି । ଏହି ଅଣ୍ଡା ସୋଡିୟମ ଆଲଗାନାଇଟରେ କୃତ୍ରିମ ରୂପେ ପ୍ରସ୍ତୁତ କରାଯାଉଛି । ପାଣି ଓ କ୍ୟାଲସିୟମର କିଛି ତତ୍ଵର ମିଶ୍ରଣ କରି ଏହି ଅଣ୍ଡା ପ୍ରସ୍ତୁତ କରାଯାଉଛି ।

ସର୍ବପ୍ରଥମେ ହାଲ୍କା ଉଷୁମ ପାଣିରେ ପର୍ଯ୍ୟାପ୍ତ ମାତ୍ରାରେ ସୋଡିୟମ ଆଲଗାନାଇଟ ନିଆ ଯାଏ ଓ ଏହାକୁ ଭଲ ଭାବରେ ମିଶ୍ରଣ କରି ଅଣ୍ଡାର ଧଳା ଅଂଶର ଆକାର ଦିଆ ଯାଇଥାଏ । ପୁଣି ଏହାକୁ ଜିଲେଟିନ ଓ ବେଞ୍ଜୋଇକ ଏସିଡ ବା ଏଲ୍ଯୁମ ଓ ଅନ୍ୟ ରାସାଯନିକ ତତ୍ତ୍ଵ ସହ ମିଶାଇ ଅଣ୍ଡାର ଧଳା ଅଂସ ତିଆରି କରାଯାଇଥାଏ ।

ଅଣ୍ଡାର ହଳଦିଆ ଅଂଶକୁ ତିଆରି କରିବା ପାଇଁ କେବଳ ପ୍ରଥମରୁ ତିଆରି ହୋଇଥିବା ମିଶ୍ରଣରେ ଖାଇବା ଯୋଗ୍ୟ ହଳଦିଆ ଲେମ୍ବୁ ରଙ୍ଗ ଦିଆଯାଇଥାଏ । ଏହା ପରେ ପ୍ରସ୍ତୁତ କରିଥିବା ଧଳା ଓ ହଳଦିଆ ଅଂଶକୁ କ୍ୟାଲସିୟମ କ୍ଲୋରଇଡ ସହିତ ମିଶାଇ ଅଣ୍ଡାର ଆକାର ଦିଆ ଯାଇଥାଏ ।

ନକଲି ଅଣ୍ଡା ଚିହ୍ନିବେ କିପରି

୧. ନକଲି ଅଣ୍ଡାର ଚୋପା ଅସଲି ଅଣ୍ଡା ତୁଳନାରେ ବହୁତ ଶକ୍ତ ହୋଇଥାଏ ଓ ଏହା ଅଧିକ ଚମକଦାର ଦେଖାଯାଇଥାଏ । ଏହାର ଚୋପାରେ ରବର ପରି କୋଟିଙ୍ଗ ରହିଥାଏ ।

୨. ପ୍ରଥମେ ଏକ ଅଣ୍ଡା ନିଅନ୍ତୁ ଓ ଏହାକୁ ଫଟାଇ ଏକ ବାଉଲରେ ରଖନ୍ତୁ । ନକଲି ଅଣ୍ଡା ହୋଇଥିଲେ ଅଣ୍ଡାର ଧଳା ଓ ହଳଦିଆ ଅଂଶ କିଛି ସମୟ ମଧ୍ୟରେ ମିଶିଯିବ । ଏହାକୁ ଆପଣ ବହୁତ ସହଜରେ ଜାଣି ପାରିବେ । ହେଲେ ଅସଲି ଅଣ୍ଡାର ଏହି ଦୁଇଟି ଅଂଶ ମିଶିବ ନାହିଁ ।

୩. ଯଦି ଆପଣ ଅସଲି ଅଣ୍ଡାକୁ ହଲାଇବେ ଆପଣଙ୍କୁ କିଛି ଜଣା ପଡିବ ନାହିଁ । ହେଲେ ଯଦି ଆପଣ ନକଲି ଅଣ୍ଡାକୁ ହଲାଇବେ ତେବେ ଆପଣ ଏହା ମଧ୍ୟରୁ କିଛି ଶବ୍ଦ ଶୁଣି ପାରିବେ ।

୪. ଯଦି ଆପଣ ନକଲି ଅଣ୍ଡାର ଚୋପାକୁ ନିଆଁରେ ଜଳାଇବେ, ତେବେ ଏହି ଚୋପାଟି ଜଳିଯିବ ଓ ଏଥିରୁ ପ୍ଲାଷ୍ଟିକ ଜଳିବାର ସ୍ମେଲ ଆସିବ ।

୫. ନକଲି ଅଣ୍ଡାକୁ ଜାଣିବାର ଅନ୍ୟ ଏକ ସହଜ ଉପାୟ ହେଉଛି, ଯଦି ଆପଣ ନକଲି ଅଣ୍ଡାକୁ ପାଣିରେ ପକାଇବେ ତେବେ ଦେଖିବେ କି ତାହା ଉପରକୁ ଭାସିବ । ହେଲେ ଅସଲି ଅଣ୍ଡା ପାଣିରେ ଭାସେ ନାହିଁ ।

ତେବେ ଏହି ସବୁ ଉପାୟକୁ ବ୍ୟବହାର କରନ୍ତୁ ଓ ଅସଲି ନକଲି ମଧ୍ୟରେ ଅସଲିକୁ ବାଛନ୍ତୁ । କାରଣ ନକଲି ଅଣ୍ଡା ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ । ଏହି ନକଲି ଅଣ୍ଡାର ସେବନ କଲେ ଭବିଷ୍ୟତରେ ବହୁତ ମାରାତ୍ମକ ରୋଗର ସମ୍ମୁଖୀନ ହେବାକୁ ପଡିପାରେ ।