ନାଗମଣି ଓ ଇଚ୍ଛାଧାରୀ ନାଗର ସତ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

କାହାଣୀରେ ଆପଣ ନାଗମଣି ବିଷୟରେ ପଢିଥିବେ ବା ଶୁଣିଥିବେ କିନ୍ତୁ କଣ ସତରେ ନାଗଙ୍କ ପାଖରେ କୌଣସି ମଣୀ ଥାଏ ନା ଏହା କେବଳ କଳ୍ପନା ଅଟେ । ଜ୍ଯୋତିଷ ଶାସ୍ତ୍ରର ଏକ ପ୍ରମୁଖ ଗ୍ରନ୍ଥ ବୃହତ ସଂହିତା ରେ ଯେଉଁ ଲେଖା ମିଳିଥାଏ ତାହା ଅନୁସାରେ ସଂସାରରେ ମଣିଧାରୀ ନାଗ ଅଛନ୍ତି । ଏମିତି ନାଗଙ୍କର ମିଳିବା ଦୁର୍ଲଭ ହୋଇଥାଏ ତେଣୁ ଏଥିପାଇଁ କୁହାଯାଏ ମଣିଧାରୀ ନାଗ ନାହାଁନ୍ତି ।

ସତ ଯାହା ବି ହେଉ କିନ୍ତୁ ବୃହତ ସଂହିତା ରେ ନାଗମଣୀ ବିଷୟରେ ବହୁତ କିଛି ରୋଚକ କଥା କୁହାଯାଇଛି । ଯାହା ଏହି କଥା ଭାବିବାକୁ ବାଧ୍ୟ କରିଥାଏ କି କଣ ବାସ୍ତବରେ ନାଗମଣୀ ଅଛି । ନାଗମଣୀକୁ ଭଗବାନ ଶେଷନାଗ ଧାରଣ କରିଥାନ୍ତି । ଭାରତୀୟ ପୌରାଣିକ ଓ ଲୋକ କଥାରେ ନାଗମଣୀ ର କାହାଣୀ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଚଳିତ ଅଛି ।

ନାଗମଣି କେବଳ ନାଗଙ୍କ ପାଖରେ ଥାଏ । ନାଗ ଏହାକୁ ତାଙ୍କ ପାଖରେ ଏଥିପାଇଁ ରଖିଥାନ୍ତି ଯାହା ଦ୍ଵାରା ତା’ର ଆଲୋକ ପାଖରେ ଏକାଠି ହେଉଥିବା ପୋକଙ୍କୁ ସେ ଖାଇପାରିବ । ଏହା ବ୍ଯତୀତ ନାଗମଣୀ ରଖିବାର ଅନ୍ୟ କାରଣ ବି ଅଛି । ସର୍ପମଣି ଯାହାକୁ ନାଗମଣି କୁହାଯାଏ ଏହା ବିଶେଷ ନାଗଙ୍କ ମୁଣ୍ଡରେ ଥାଏ । ନାଗମଣୀରେ ଏତେ ଚମକ ଥାଏ କି ଯେଉଁଠି ଏହା ଥାଏ ତା’ର ଆଖପାଖରେ ବହୁତ ଉଜ୍ଜ୍ଵଳ ଆଲୋକ ଖେଳେଇ ହୋଇଯାଏ ।

ଏହି ମଣି ଯାହା ପାଖରେ ଥାଏ ତା’ ଉପରେ ବିଷର ପ୍ରଭାବ ହୁଏ ନାହିଁ । ବରାହ ମିହିର କୁହନ୍ତି କି ଯେଉଁ ରାଜାଙ୍କ ପାଖରେ ଏହି ମଣି ଥାଏ ସେମାନେ ଶତୃଙ୍କ ଉପରେ ବିଜୟ ପାଇଥାନ୍ତି । ତାଙ୍କ ରାଜ୍ୟରେ ସମୟରେ ବର୍ଷା ହୋଇଥାଏ ଓ ପ୍ରଜା ଖୁସିରେ ରୁହନ୍ତି । ନାଗମଣି ପାଖରେ ରାତିରେ ମଧ୍ୟ ଦିନ ଭଳି ଆଲୋକ ଦେବାର କ୍ଷମତା ଥାଏ । ଏହାକୁ କେବଳ ଇଚ୍ଛାଧାରୀ ନାଗ ହିଁ ଧାରଣ କରିଥାନ୍ତି ।

ବହୁତ ଲୋକ ନାଗମଣି ପାଇବା ଆଶାରେ ଠକାମିରେ ପଡିଛନ୍ତି । ଏବେ କିଛି ଦିନ ତଳେ ଗୋଟିଏ ବ୍ୟକ୍ତିକୁ ଚେନ୍ନାଇରେ ୧.୫ କୋଟିର ଚୂନା ଲଗାଇ ଠକମାନେ ନକଲି ପଥର ଦେଇଛନ୍ତି । ଇଣ୍ଟରନେଟ ରେ କିଛି ଲୋକ ନକଲି ନାଗମଣି ବିକୁଛନ୍ତି । ନାଗମଣି ଅଛି କି ନାହିଁ ଏହାର କୌଣସି ସ୍ପଷ୍ଟ ପ୍ରମାଣ ତ ନାହିଁ । ଏହା ଏକ ରହସ୍ୟ ଭଳି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।