୯୦ ଦଶକର ଏହି ୩ ଜଣ ଖତରନାକ ଖଳନାୟକଙ୍କ ଅବସ୍ଥା ଆଜି ହୋଇଯାଇଛି ଏମିତି, କେବେ ରାଜ୍ କରୁଥିଲେ ପୁରା ବଲିଉଡରେ

ସମସ୍ତଙ୍କର ଗୋଟିଏ ଭଲ ସମୟ ଥାଏ ଓ ସେହି ସମୟରେ ସେ ନିଜର କାମ ଦ୍ଵାରା ସଫଳତା ହାସଲ କରିଥାନ୍ତି । ଆମେ ଏଠାରେ ଫିଲ୍ମ ବିଷୟରେ କଥା ହେଉଛୁ । ସମସ୍ତଙ୍କର ଗୋଟିଏ ସମୟ ରହିଥାଏ ଯେମିତି କି ଶାହରୁଖ ଖାନ ଓ ସଲମାନ ଖାନଙ୍କ ଭଳି ଷ୍ଟାରମାନଙ୍କର ସମୟ ଖରାପ ଚାଲିଛି ଓ ଅନ୍ୟ ଷ୍ଟାରମାନଙ୍କର ଫିଲ୍ମ ଭଲ ଚାଲୁଛି ।

ଆଜି ଆମେ ଏଠାରେ ଏମିତି କିଛି ଖଳନାୟକଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଗୋଟିଏ ସମୟରେ ବଡ ସଫଳତା ହାସଲ କରିଛନ୍ତି କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ଅବସ୍ଥା ଖରାପ ହୋଇଯାଇଛି । ୯୦ ଦଶକର ଏହି ଖୁଙ୍କାର ଖଳନାୟକଙ୍କର ସମୟ ବର୍ତ୍ତମାନ ଶେଷ ହୋଇ ଯାଇଛି ।

୮୦ – ୯୦ ଦଶକରେ ଫିଲ୍ମରେ ଶକ୍ତିଶାଳୀ ହିରୋ ଓ ସୁନ୍ଦର ହିରୋଇନ ରହୁଥିଲେ । ସେହି ସମୟରେ ଖଳନାୟକଙ୍କୁ ବି ଖୁଙ୍କାର ଓ ଭୟାନକ କରାଯାଉଥିଲା । ଏହି ଖଳନାୟକଙ୍କର ଅଭିନୟ ଏତେ ଜବରଦସ୍ତ ଥିଲା କି ଲୋକମାନଙ୍କ ମଧ୍ୟରେ ସେମାନଙ୍କର ଛବି ବସି ଯାଉଥିଲା ।

ଶାକାଲ (କୁଲଭୂଷଣ ଖରବନ୍ଦା)

ଶାକାଲ ଭଳି ଖୁଙ୍କାର ଅଭିନୟ କରିଥିବା କୁଲଭୂଷଣ ଖରବନ୍ଦାଙ୍କର ଜୀବନ ବହୁତ ସରଳ ଓ ସେ ଜଣେ ଭଲ କଳକାର ଥିଲେ । ଶାକାଲ ସେହି ସମୟରେ ବହୁତ ହାଈଟେକ ଖଳନାୟକ ରୂପରେ ନଜର ଆସିଥିଲେ । କୁଲଭୂଷଣଙ୍କୁ ବର୍ତ୍ତମାନ ୭୪ ବର୍ଷ ହୋଇ ଯାଇଛି ଓ ଲାଷ୍ଟ ଟାଇମ ସେ ୨୦୧୬ରେ ଫିଲ୍ମରେ ଦେଖାଯାଇଥିଲେ ।

ପ୍ରେମ ଚୋପଡା

ପ୍ରେମ ନାମ ହୈ ମେରା..ପ୍ରେମ ଚୋପଡା, ଏହି ଡାଇଲଗ ଶୁଣି ଆପଣ ଜାଣି ସାରିଥିବେ କି ଆମେ କାହା ବିଷୟରେ କଥା ହେଉଛୁ । କହିବାକୁ ଗଲେ ବଲୀଉଡରେ ପ୍ରେମ ଚୋପଡା ପାଖାପାଖି ୩୮୦ ଟି ଫିଲ୍ମରେ କାମ କରିସାରିଛନ୍ତି । ଯେଉଁଥିରେ ସେ ପାଖାପାଖି ୨୫୦ ରେପ ସିନରେ ସାମିଲ ଥିଲେ । କିଛି ଲୋକମାନେ ତାଙ୍କୁ ଅସଲ ଜୀବନରେ ବି ଖଳନାୟକ ମାନିବାକୁ ଲାଗିଥିଲେ କିନ୍ତୁ ସେ ବହୁତ ଶାନ୍ତ ସ୍ଵଭାବର ବ୍ୟକ୍ତି ଅଟନ୍ତି ।

ଲୋଟିୟା ପଠାନ (କିରଣ କୁମାର)

କିରଣ କୁମାର ୯୦ ଦଶକରେ ବହୁତ ସୁପରହିଟ ଫିଲ୍ମରେ ଖଳନାୟକ ଭୂମିକାରେ ଆସିଥିଲେ । ଫିଲ୍ନ ‘ତେଜାବ’ରେ ସେ ଖଳନାୟକର ଅଭିନୟ କରି ଲୋକମାନଙ୍କର ହୃଦୟରେ ବସି ଯାଇଥିଲେ । କିନ୍ତୁ ବର୍ତ୍ତମାନ ସେ ପ୍ରାୟତଃ ଟିଭି ସିରିୟଲରେ କାମ କରୁଛନ୍ତି ।