ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି 1 ଜିନିଷ, କେବେବି ହେବ ନାହିଁ ଟଙ୍କାର ଅଭାବ

ଆଶ୍ଵିନ ମାସରେ ଆସିବାକୁ ଯାଉଥିବା ନବରାତ୍ରି ଶାରଦୀୟ ନବରାତ୍ରି ନାମରେ ଜଣା ଯାଇଥାଏ । ଶାସ୍ତ୍ରରେ ଏହି ନବରାତ୍ରି ରେ ବିଶେଷ ମହତ୍ୱ ରହିଛି । ନବରାତ୍ରି ରେ ମାତା ଭଗବତୀ ଙ୍କ ୯ ଟି ଭିନ୍ନ ଭିନ୍ନ ରୂପକୁ ପୂଜା କରାଯାଇଥାଏ । ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି କି ଯଦି ଆପଣ ନବରାତ୍ରିର ଏହି ୯ ଦିନ ଯଦି ସ୍ୱଚ୍ଛ ମନ ଏବଂ ବିଧି ବିଧାନ ସହିତ ମାତା ଙ୍କୁ ପୂଜା ଅର୍ଚ୍ଚନା କରିବେ ତେବେ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ବିରାଜମାନ କରିଥାନ୍ତି ।

ବାସ୍ତୁ ଶାସ୍ତ୍ରରେ କିଛି ଖାସ ଜିନିଷ କୁହାଯାଇଛି ଯାହାକୁ ଏହି ନବରାତ୍ରିରେ ଘରକୁ ଆଣିବା ଦ୍ଵାରା ମାତା ଦୁର୍ଗା ଙ୍କ କୃପା ସବୁବେଳେ ଆପଣଙ୍କ ଘର ଉପରେ ରହିବ । ଆଜି ଆମେ ଆପଣଙ୍କୁ ସେହି ଜିନିଷ ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିବା ।

ବର ପତ୍ର:-

ହିନ୍ଦୁ ଧର୍ମରେ ବର ଗଛ ବହୁତ ମହତ୍ୱପୂର୍ଣ୍ଣ କାମରେ ଲାଗିଥାଏ କୁହାଯାଇଛି କି ଯଦି ତୁମେ ନବରାତ୍ରି ପୂର୍ବରୁ ବର ପତ୍ର ଆଣି ସେଥିରେ ସ୍ଵସ୍ତିକ କରି ତାହାକୁ ପୂଜା କରିବା ସ୍ଥାନରେ ରଖିବେ ଏବଂ ତାହାକୁ ୯ ଦିନ ପୂଜା କରିବେ ତେବେ ଦେବୀ ମାତା ଙ୍କ କୃପା ଆପଣଙ୍କ ଉପରେ ରହିଥାଏ ।

ପଦ୍ମ ଫୁଲ:-

ମାତା ଲକ୍ଷ୍ମୀ ଙ୍କ ପ୍ରିୟ ଫୁଲ ପଦ୍ମ ଫୁଲ ଅଟେ । ତେବେ ନବରାତ୍ରିରେ ଏହି ଫୁଲକୁ ଘରକୁ ଆଣି ଦେବୀ ମାତା ଙ୍କ ଉପରେ ଚଢ଼ାନ୍ତୁ ଏବଂ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରନ୍ତୁ । ମାତା ଲକ୍ଷ୍ମୀ ଙ୍କୁ ପଦ୍ମ ଫୁଲ ଚଢାଇବା ବହୁତ ଶୁଭ ଅଟେ । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ ଏବଂ ଆପଣଙ୍କୁ ଧନ ର ଅଭାବ ହୋଇନଥାଏ ।

ମୟୂର ପର:-

ଦେବୀଙ୍କୁ ମୟୂର ପର ଚଢାଇଲେ ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ନକରାତ୍ମକ ଚିନ୍ତା ଦୁର ହୋଇଥାଏ । ଏବଂ ମାତା ସରସ୍ୱତୀ ଙ୍କ କୃପା ଆପଣଙ୍କ ଉପରେ ରହିଥାଏ ।

ସୁନା ଚାନ୍ଦି ର କଏନ:-

ସୁନା ବା ଚାନ୍ଦି ର କଏନ ରଖିବା ଶାସ୍ତ୍ର ଅନୁସାରେ ବହୁତ ଶୁଭ ହୋଇଥାଏ । ଯଦି ନବରାତ୍ରି ସମୟରେ ସୁନା ବା ଚାନ୍ଦି ର କଏନ ଆଣି ପୂଜା କରି ଘରେ ରଖନ୍ତି କେବେ ମଧ୍ୟ ଧନ ର ଅଭାବ ହୋଇନଥାଏ ଏବଂ ମାତା ଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ ।

କଦଳୀ ଗଛ:-

ଶାସ୍ତ୍ର ଅନୁସାରେ କଦଳୀ ଗଛ ଅତ୍ୟନ୍ତ ଶୁଭ ହୋଇଥାଏ । ନବରାତ୍ରିରେ କଦଳୀ ଗଛକୁ ଆଣି ଘର ବାହାରେ ଦ୍ୱାର ରେ ରଖିବା ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ଘରେ କେବେ ମଧ୍ୟ କିଛି ସମସ୍ୟା ଦେଖିବାକୁ ମିଳିନଥାଏ ଏବଂ ଦେବୀ ଦୁର୍ଗା ଙ୍କ କୃପା ଆପଣଙ୍କ ଉପରେ ରହିଥାଏ ।

ଶଙ୍ଖ:-

ପୂଜା ପାଠରେ ଶଙ୍ଖ ବହୁତ ମହତ୍ୱ ଅଟେ । ନବରାତ୍ରିରେ ଯଦି ଆପଣ ଶଙ୍ଖ କିଣି ଘରକୁ ଆଣୁଛନ୍ତି ତେବେ ଆପଣଙ୍କ ଘରକୁ ଆସୁଥିବା ସବୁ ଅସୁବିଧା ଦୁର ହେବା ସହ ଆପଣଙ୍କୁ ଉପରେ ମାତା ଦୁର୍ଗା ଙ୍କ ଅଶେଷ କୃପା ମଧ୍ୟ ରହିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।