ଏହି 9 ଟି କାମ କରୁଥିବା ଲୋକକୁ ମିଳିଥାଏ ଏମିତି ଭୟଙ୍କର ଜନ୍ମ- Garuda Puran

ଆପଣମାନେ ଜାଣିଥିବେ ମନୁଷ୍ୟ ଯେମିତି କର୍ମ କରିବ ସେମିତି ଫଳ ପାଇବ । ଆମ ମନୁଷ୍ୟ ଦ୍ଵାରା କରାଯାଇଥିବା କିଛି କର୍ମ ଏଭଳି ଅଛି ଯାହାକି ମରିଗଲା ପରେ ଆମ ପିଛା ଛାଡି ନ ଥାଏ । ଏହି କର୍ମ ହିଁ ପର ଜନ୍ମ ନିର୍ଧାରିତ କରିଥାଏ । ଗରୁଡ ପୁରୁଣାରେ ପୁରା ବିସ୍ତାର ଭାବରେ ଆମର ଜନ୍ମ କର୍ମ ଉପରେ ବର୍ଣ୍ଣନା କରିଛନ୍ତି । ଆଜି ଆପଣନମାନଙ୍କୁ ୯ କର୍ମ ବିଷୟରେ କହିବୁ ଯାହାକି ମନୁଷ୍ୟ ନିଜ କର୍ମ ଦ୍ଵାରା ପଶୁ ମାନଙ୍କ ଜନ୍ମ ପାଇଥାନ୍ତି ।

୧ – ମିତ୍ର ସହ ଛଳନା କରିବା

ଏହି ସଂସାରେ ମିତ୍ରତା ସମ୍ପର୍କ ବହୁତ ଅତୁଟ ହୋଇଥାଏ । ପ୍ରକୃତ ମିତ୍ର ଆବଶ୍ୟକ ପଡିଲେ ନିଜ ମିତ୍ର ପାଇଁ ନିଜ ଜୀବନ ଦେଇ ପାରେ । ଯେଉଁ ବ୍ୟକ୍ତି ନିଜର ପ୍ରକୃତ ମିତ୍ର ସହ ଛଳ କପଟ କରିଥାଏ ସେ ମୁତୟୁ ପରେ ନର୍କ କୁ ଯାଇଥାଏ ଓ ଶାଗୁଣା ଜନ୍ମ ପାଇଥାଏ ।

୨ – ଧର୍ମର ଅପମାନ କରିବା

ଏହି ସଂସାର ରେ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜ ଧର୍ମ ସହ ଅନ୍ୟ ଧ୍ରମ କୁ ବହୁତ ସମ୍ମାନ ଦେଇଥାନ୍ତି । କିନ୍ତୁ ଏପରି କିଛି ବ୍ୟଥୀ ଅଛନ୍ତି ଯେଉଁ ମାନେ ନିଜ ଧର୍ମର ଅପମାନ କରିବାଶହ  ଅନ୍ୟ ସବୁ ଧର୍ମର ମଧ୍ୟ ଅପମାନ କରିଥାନ୍ତି । ସେମାନେ ମୁତୟୁ ପରେ କୁକୁର ଜନ୍ମ ପାଇଥାନ୍ତି ।

୩ – ନିଜ ଲୋକଙ୍କର ଅପମାନ କରିବା

ଏହି ସଂସାରରେ କୌଣସି ବ୍ୟକ୍ତି ନିଜ ସମ୍ପର୍କୀୟଙ୍କ ବିନା ସାହାଜ୍ଯରେ ବଞ୍ଚିବା କଷ୍ଟକର ହୋଇଥାଏ । ଗୁରୁ ଓ ମାତା ପିତାଙ୍କ ଦ୍ଵାରା ହିଁ ମନୁଷ୍ୟ ସବୁ କାର୍ଯ୍ୟରେ ସଫଳତା ପାଇଥାଏ । ଯେଉଁ ବ୍ୟକ୍ତି ଏମାନଙ୍କର ଅପମାନ କରିଥାଏ ସେ ମୁତୟୁ ପରେ ଦିତୀୟ ଜନ୍ମ ନେଇ ପରେ ନାହିଁ । ଗରଭରେ ହିଁ ମୁତୟୁ ହୋଇଥାଏ ।

୪ – ଜ୍ଞାନ କୁ ନ ବାଣ୍ଟିବା

ଏହି ସଂସାର ରେ ବ୍ରାମ୍ହଣକୁ ବହୁତ ମହତ୍ଵ ଦିଆଯାଏ । କିନ୍ତୁ ଯେଉଁ  ବ୍ରାମ୍ହାଣ ନିଜ ଶିଷ୍ୟ ତଥା ଯଯମାନ ର ଦାନ ଦକ୍ଷିଣାରେ ସନ୍ତୁଷ୍ଟ ନ ହୋଇ ତାକୁ ଅପମାନ କରିଥାଏ ଓ ତାକୁ ଜ୍ଞାନ ନ ଦିଏ ସେ ମୁତୟୁ ପରେ ବଳଦ ରୂପରେ ଜନ୍ମ ନେଇଥାଏ ।

୫ – ଚାଲାକି କରିବା

ଏହି ସଂସାର ରେ ଏମିତି ଲୋକ ଅଛନ୍ତି ଯେଉଁ ମାନେ କି ନିଜ ର ସଚୋଟତା ଦ୍ଵାରା ଅନ୍ୟ ମାନଙ୍କର ହୃଦୟ ଜିତିଥାନ୍ତି । କିନ୍ତୁ କିଛି ଏମିତି ବ୍ୟକ୍ତି ଅଛନ୍ତି ନିଜ ଚତୁରତା ଦ୍ଵାରା ଅନ୍ୟ ମାନଙ୍କୁ ବୋକା ବନାଇ ଲୁଟିଆ ଥାନ୍ତି । ସେମାନେ ମୁତୟୁ ପରେ ପେଚା ଜନ୍ମ ପାଇଥାନ୍ତି ।

୬ – ଅପମାନ କରିବା

ଯେଉଁ ସ୍ତ୍ରୀ ମାନେ ନିଜ ଗୁରୁଜନ ବା ଶାଶୁ ଶଶୁର ମାନଙ୍କୁ ଅପମାନ କରିଥାନ୍ତି ସେହି ସ୍ତ୍ରୀ ଲୋକ ମୁତୟୁ ପରେ ଜୋକ ଭାବେ ଜନ୍ମ ପାଇଥାନ୍ତି ।

୭ – ଖାଦ୍ୟ ଶସ୍ୟ ହରଣ କରିବା ବାଲା

ଏହି ସଂସାର ରେ ଯେଉଁ ବ୍ୟକ୍ତି ଅର୍ଣ୍ଣ ଦାନ କରିଥାଏ ସେ ମୁତୟୁ ପରେ ସ୍ଵର୍ଗ ପ୍ରାପ୍ତି କରିଥାଏ । ଯେଉଁ ବ୍ୟକ୍ତି ଅନ୍ନ ବା ଖାଦ୍ୟ ପଦାର୍ଥ ଚୋରୀ ବା ଧୋକା ବାଜି ଦ୍ଵାରା ହାସଲ କରିଥାଏ ସେ ମୁତୟୁ ପରେ ମୂଷା କିମ୍ବା ଚୁଚୁନ୍ଦ୍ରା ଭାବେ ଜନ୍ମ ପାଇଥାଏ ।

୮ – ଗାଳି ଦେବା

ମନୁଷ୍ୟ କଣ୍ଠ ରେ ମା ସରସ୍ଵତୀ ବାସ କରିଥାନ୍ତି । ଏଥି ପାଇଁ ଯେଉଁ ବ୍ୟକ୍ତି ନିଜ ବାଣୀ ଦ୍ଵାରା ଅନ୍ୟକୁ ଦୁଖ ଦେଇଥାଏ କିମ୍ବା ଗାଳି ଦେଇଥାଏ ସେ ମୁତୟୁ ପରେ ଛେଳି ଜନ୍ମ ପାଇଥାଏ ।

୯ – ସ୍ତ୍ରୀଙ୍କ ସହ ଖରାପ ବ୍ୟବହାର

ସଂସାରରେ କିଛି ଲୋକ ଅଛନ୍ତି ଯେଉଁ ମାନେ ସ୍ତ୍ରୀ ମାନଙ୍କୁ ବହୁତ ସମ୍ମାନ କରିଥାନ୍ତି କିନ୍ତୁ ଯେଉଁ ବ୍ୟକ୍ତି ସ୍ତ୍ରୀ ମାନଙ୍କୁ ଖରାପ ନଜରରେ ଦେଖିଥାନ୍ତି ସେମାନେ ମୁତୟୁ ପରେ ଗଧ ଭାବରେ ଜନ୍ମ ନେଇଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।