ଆପଣଙ୍କ ନାମ S, R, B କିମ୍ବା M ରୁ ଆରମ୍ଭ ହେଉଛି କି ? ଜାଣନ୍ତୁ ଆପଣଙ୍କ ବିଷୟରେ ଏହି ରହସ୍ୟମୟ କଥା ! Astrology

ମନୁଷ୍ୟ ଭାଗ୍ୟରେଖା ସହ ଏହି ସଂସାରରେ ଜନ୍ମ ନେଇ ଆସିଥାଏ । ଜନ୍ମ ସମୟ, ଜନ୍ମସ୍ଥାନ ଏବଂ ଗ୍ରହ ନକ୍ଷତ୍ରଙ୍କ ସ୍ଥିତିକୁ ଆକଳନ କରାଯାଇ ବ୍ୟକ୍ତିଙ୍କ ନାମକରଣ କରାଯାଏ । ଜ୍ଯୋତିଷ ଶାସ୍ତ୍ରରେ ଏହି ନାମ ଗୁଡିକର ବହୁତ ମହତ୍ଵ ରହିଛି । ନାମର ଅକ୍ଷର ଗୁଡିକୁ ଆଧାର କରି ବ୍ୟକ୍ତିଙ୍କ ଚରିତ୍ର ଏବଂ ସ୍ଵଭାବ ବିଷୟରେ ଆକଳନ କରାଯାଇ ଥାଏ । ତେବେ ଇଂରାଜୀ ଅକ୍ଷର S, R, B ଏବଂ M ରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତିବିଶେଷଙ୍କ ବିଷୟରେ କିଛି ରହସ୍ୟମୟ କଥା ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

S ନାମର ବ୍ୟକ୍ତି

S ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତିବିଶେଷ ବହୁତ ପରିଶ୍ରମୀ ହୋଇଥାନ୍ତି । ପରିଶ୍ରମ ଦ୍ଵାରା ଅତି କଷ୍ଟ କାର୍ଯ୍ୟକୁ ମଧ୍ୟ ସହଜରେ କରି ଦେଇଥାନ୍ତି । ପ୍ରେମ ମାମଲାରେ ଏମାନେ ଟିକେ ଲାଜକୁଳା ସ୍ଵଭାବର ହୋଇଥାନ୍ତି । ନିଜ ମନକଥା କାହାକୁ ସହଜରେ କହି ପାରନ୍ତି ନାହିଁ । ଏହି ନାମର ବ୍ୟକ୍ତିମାନେ ସବୁବେଳେ ଅନ୍ୟର ସାହାଯ୍ୟ କରିବାକୁ ଭଲ ପାଆନ୍ତି । କେବେ ମଧ୍ୟ କାହା ବିଷୟରେ ଖରାପ ଭାବନ୍ତି ନାହିଁ କିମ୍ବା ଖରାପ କରନ୍ତି ନାହିଁ । ଏମାନେ ନିଜ ଜୀବନ ଉପରେ ଧ୍ୟାନ ଦେବାକୁ ଅଧିକ ପସନ୍ଦ କରନ୍ତି ।

R ନାମର ବ୍ୟକ୍ତି

R ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତିମାନେ ନିଜ ପୂର୍ବରୁ ଅନ୍ୟ ବିଷୟରେ ଚିନ୍ତା କରିଥାନ୍ତି । ଏମାନେ ବହୁତ ଖୁସିମିଜାଜର ବ୍ୟକ୍ତି ଅଟନ୍ତି । ନିଜେ ଯେମିତି ଥାଆନ୍ତୁ ନା କାହିଁକି ଅନ୍ୟକୁ ସବୁବେଳେ ହସାଇଥାନ୍ତି । ଏହି ନାମର ବ୍ୟକ୍ତିମାନେ ବହୁତ ଖାଦ୍ୟପ୍ରିୟ ହୋଇଥାନ୍ତି । ଏହି ବ୍ୟକ୍ତିମାନେ କର୍ତ୍ତବ୍ୟନିଷ୍ଠ ସହ ସବୁ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ଏମାନେ ଠିକ ତାଙ୍କ ଭଳି ଜୀବନସାଥି ଟିଏ ପାଇବାକୁ ଆଶା କରିଥାନ୍ତି ।

B ନାମର ବ୍ୟକ୍ତି

B ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତି ନିଜ କଥା କାହା ସହ ଶେୟାର କରିବାକୁ ପସନ୍ଦ କରନ୍ତି ନାହିଁ । ସେଥିପାଇଁ ବହୁତ ସମୟରେ ହଇରାଣରେ ପଡିଥାନ୍ତି । ଏହି ବ୍ୟକ୍ତିମାନେ ସବୁବେଳେ ଅନ୍ୟକୁ ସାହାଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ଏହି ନାମର ଲୋକମାନେ ବାହାରୁ ବହୁତ ଶକ୍ତ ଜଣା ପଡୁଥିଲେ ମଧ୍ୟ ହୃଦୟରୁ ବହୁତ କୋମଳ ସ୍ଵଭାବର ହୋଇଥାନ୍ତି । ଏମାନେ ଥରେ କାହାକୁ ହୃଦୟ ଦେଲେ ସହଜରେ ତାଙ୍କ ହାତ ଛାଡନ୍ତି ନାହିଁ ।

M ନାମର ବ୍ୟକ୍ତି

M ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତି ଖୁବ ଖେଳପ୍ରେମୀ ହୋଇଥାନ୍ତି ଓ ପଢାପଢି କରିବାରେ ଅଧିକ ସମୟ ବିତାଇଥାନ୍ତି । ଏମାନଙ୍କ ମନ ପ୍ରାୟତଃ ବିଚଳିତ ରହିଥାଏ । ଏମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଚିନ୍ତା କରିଥାନ୍ତି । ଏହି ବ୍ୟକ୍ତିମାନେ ଯାହାକୁ ମଧ୍ୟ ଭଲ ପାଆନ୍ତି ତା’ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରୁହନ୍ତି । ଦୃଢ ମନୋବଳ ଯୋଗୁଁ ଏମାନେ ମନ ପସନ୍ଦ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସଫଳ ହୁଅନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।