ମୂଷାଙ୍କୁ ଘରୁ ତଡିବାର 3 ଟି ସହଜ ଉପାୟ, ମୂଷା ଆପଣଙ୍କ ଘର ରାସ୍ତା ଭୁଲିଯିବେ

ମୂଷା ଘରେ ରହିଥିଲେ ବହୁତ ହଇରାଣ କରିଥାନ୍ତି । ମୂଷା ଆପଣ ଙ୍କର ବହି, କପଡା, ଫଣୀର୍ଚର, ଖାଇବା ପିଇବା ଜିନିଷ ଆଦି କିଛି ଜିନିଷ କୁ ନଷ୍ଟ କରିପାରନ୍ତି । ଏମାନଙ୍କୁ ଘରେ ଏପଟସେପଟ ବୁଲିବା ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଥାଏ । ମୂଷା କେବଳ ଜିନିଷ କୁ ନଷ୍ଟ କରି ନଥାନ୍ତି ଏହା ସହ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ହୋଇଥାଏ । ଛୋଟ ଛୁଆ ମାନଙ୍କୁ ଏମାନଙ୍କ ଠାରୁ ଦୂରେଇ ରଖିବା ବହୁତ ଆବଶ୍ୟକ ମଧ୍ୟ ହୋଇଥାଏ ।

ଘର ଛଡା ଏହି ମୂଷା ମାନେ କାର ରେ ବି ପସିଯାଇଥାନ୍ତି । ଓ କାର ର ତାର ଏବଂ ସିଟ କୁ କାଟି ଦେଇଥାନ୍ତି । କେବେ କେବେ ମୂଷା ମାନଙ୍କ ଦ୍ଵାରା ଘର ର ବିଜୁଳି ତାର କାଟିବା ଦ୍ଵାରା ଶର୍ଟସର୍କିଟ ଓ ନିଆଁ ଲାଗିବା ଭଳି ଘଟନା ମଧ୍ୟ ହୋଇଥାଏ । ଯଦି ଆପଣଙ୍କର ପ୍ରିନ୍ଟର ଥାଏ ତେବେ ଏହି ମୂଷା ମାନେ ସେଥିରେ ପଶିଯାନ୍ତି ଓ ଆପଣଙ୍କ ପ୍ରିନ୍ଟର କୁ ଖରାପ କରିଦେଇଥାନ୍ତି । ମୂଷା ସେହିଠାରେ ରହିଥାନ୍ତି ଯେଉଁଠାରେ ସେମାନଙ୍କୁ ଖାଇବା ଜିନିଷ ମିଳିଥାଏ ।

ଏବଂ ଲୁଚିବା ପାଇଁ ଏମିତି ଜାଗା ମିଳିପାରେ ଯାହା ତାଙ୍କୁ ସୁରକ୍ଷିତ ଲାଗିଥାଏ । ଏମାନେ କେଉଁଠାରେ ବି ରହିପାରନ୍ତି । ଏମାନଙ୍କ ଦ୍ଵାରା ହୋଇଥିବା ଅଳିଆ ଆବର୍ଜନା ଦ୍ଵାରା ଘରେ ବହୁତ ଗନ୍ଧ ମଧ୍ୟ ଆସିଥାଏ । ଆଉ ଯଦି ଘରେ ମୂଷା ମରିଯାଇଥାଏ ତେବେ ସେହି ଘରେ ରହିବା ବହୁତ ଭୟଙ୍କର ହୋଇଥାଏ ।

ମୂଷା ଭଲ ଭାବରେ ଦେଖି ପାରନ୍ତି ନାହିଁ କିନ୍ତୁ ଏମାନେ ବହୁତ ଭଲ ଶୁଙ୍ଘି ପାରନ୍ତି । ମୂଷା ମାନଙ୍କୁ କିଛି ଗନ୍ଧ ବହୁତ ନାପସନ୍ଦ ହୋଇଥାଏ ।

୧) ପିଆଜ:-

ଏହା ଏକ ପ୍ରକୃତିକ ଉପାୟ ଅଟେ ମୂଷା ମାନଙ୍କ ଠୁ ରକ୍ଷା ପାଇବାର । ପିଆଜ ର ଗନ୍ଧ ମୂଷା ମାନଙ୍କୁ ବିଚଳିତ କରିଥାଏ । ତେଣୁ ଗୋଟେ ପିଆଜ ଖଣ୍ଡ ନେଇ ମୂଷା ମାନଙ୍କ ସ୍ଥାନ ରେ ରଖି ଦିଅନ୍ତୁ ।

୨) ମଣିଷ ଙ୍କ କେଶ:-

ଘରେ ମୂଷା ହେବା କାରଣରୁ ଆତଙ୍କ ରହିଥାଏ । ତେଣୁ ଆପଣ ମନ୍ୟୁଷ ଙ୍କ କେଶ ର ଉପାୟ କୁ ମଧ୍ୟ ଆପଣାଇ ପାରିବେ । ଏହା ଏକ ରାମବାଣ ଉପାୟ ଅଟେ ମୂଷା ଙ୍କୁ ମାରିବା ଓ ସେମାନଙ୍କଠୁ ରକ୍ଷା ପାଇବାର । ଆପଣ ଏହି କେଶ କୁ ମୂଷା ମାନେ ରହୁଥିବା ଜାଗାରେ ଫୋପାଡି ଦିଅନ୍ତୁ ।

୩) ପୁଦିନା :-

ମୂଷା ମାନଙ୍କୁ ପୁଦିନା ର ଗନ୍ଧ ବିଲକୁଲ ବି ପସନ୍ଦ ନୁହେଁ । ଯଦି ଘରେ ମୂଷା ମାନେ ଅଛନ୍ତି ତେବେ ତୁଳାର କିଛି ଖଣ୍ଡ ରେ ପୁଦିନା ପାତ୍ର ରଖି ମୂଷା ରହୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏହି ଦୁର୍ଗନ୍ଧ ରୁ ସେମାନେ ଘର ଛାଡି ଚାଲଯିବେ । ପୁଦିନା ପତ୍ର କୁ ଛେଚି କି ଘରର ମୁଖ୍ୟଦ୍ଵାର ଓ ଝରକା ପାଖରେ ରଖି ଦିଅନ୍ତୁ । ଏହା କରିବା ଦ୍ଵାରା ମୂଷା ଆପଣଙ୍କ ଘରେ କେବେ ବି ପଶିବେ ନାହିଁ ।