ଘରେ ମୂଷା କରୁଛନ୍ତି ହଇରାଣ, ତେବେ କରନ୍ତୁ ଏହି ଛୋଟ କାମ, କିଛି ମିନିଟରେ ମିଳିବ ମୁକ୍ତି

ପିଲାଦିନରୁ ଆଜି ପର୍ଯ୍ୟନ୍ତ ଆପଣ “ଟମ୍ ଆଣ୍ଡ ଜେରି” କାର୍ଟୁନ କୁ ନିଶ୍ଚୟ ଦେଖିଥିବେ । ଏଥିରେ ଟମ ଗୋଟିଏ ବିଲେଇ ଅଟେ ଓ ଜେରି ଗୋଟିଏ ମୂଷା । କାର୍ଟୁନ ରେ ମୁଷା ଯେତିକି ଭଲ ଲାଗନ୍ତି, ପ୍ରକୃତରେ ସେ ସେତିକି ଦୁଷ୍ଟ ହୋଇଥାନ୍ତି । ଯେଉଁଘରେ ମୂଷା ରହିବାକୁ ଲାଗନ୍ତି , ସେହି ଘରେ ଜୀବାଣୁ ଓ ଆବର୍ଜନା ସବୁବେଳେ ହୋଇଥାଏ । ଏମାନେ ଆମର ରୋଷେଇ ଘରକୁ ନିଜର ଆଡ୍ଡା କରି ନିଅନ୍ତି ଓ ଅସନା ଆଳିଆ କରିବାକୁ ଲାଗନ୍ତି ।

ଏହା ବ୍ୟତୀତ ଏମାନଙ୍କ ବ୍ୟାକ୍ଟେରିଆରୁ ବହୁତ ପ୍ରକାରର ରୋଗ ହେବାର ଡର ମଧ୍ୟ ରହିଥାଏ । ଦେଖିବାକୁ ଏମାନେ ଯେତିକି ଛୋଟ ହୋଇଥାନ୍ତି, ସେତିକି ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଏମିତିରେ ଯେବେ ବି ସେମାନେ କୌଣସି ମଣିଷର ଗନ୍ଧ ବା ଆସିବାର ଅନୁଭବ କରିଥାନ୍ତି ତେବେ ଏମାନେ ଚଟାପଟ ନିଜ ଗାତରେ ପଶିଯାନ୍ତି । ମୁଷାଙ୍କର ଛୋଟ ଛୋଟ ଗାତରୁ ତାଙ୍କୁ ଧରିବା କଷ୍ଟ ଅଟେ । ଏଥିପାଇଁ ଯଦି ଆପଣ ଏଥିରୁ ମୁକ୍ତି ପାଇବାକୁ ଚାହୁଞ୍ଚନ୍ତି ତେବେ ଏହି ବିଶେଷ ଲେଖା କେବଳ ଆପଣଙ୍କ ପାଇଁ ।

ମୂଷା ଘଉଡାଇବାର ସରଳ ଉପାୟ

ଆମ ମଧ୍ୟରୁ ବହୁତ ଲୋକ ଏମିତି ଅଛନ୍ତି, ଯେଉଁମାନେ ମୁଷାଙ୍କୁ ନ ମାରି ଘଉଡାଇବା ପାଇଁ ଚାହାଁନ୍ତି । ଏମିତିରେ ଯଦି ଆପଣ ମୂଷା ଘଉଡାଇବାର ଉପାୟ ଖୋଜୁଛନ୍ତି ତେବେ ଏହି ଲେଖା କେବଳ ଆପଣଙ୍କ ପାଇଁ ।

ପିପରମିଣ୍ଟର ବ୍ୟବହାର

ଘରୁ ମୂଷା ଘଉଡାଇବାର ସବୁଠୁ ସହଜ ଓ ସରଳ ଉପାୟ ପିପରମିଣ୍ଟ ଅଟେ । ପିପରମିଣ୍ଟର ଗନ୍ଧ ମଣିଷକୁ ଯେତିକି ଆକର୍ଷଣ କରିଥାଏ ମୂଷା ତା ଠୁ ଅଧିକ ଘୃଣା କରିଥାନ୍ତି । ଏଥିପାଇଁ ଯଦି ଆପଣ ଘରର ସବୁ କୋଣରେ ବିଶେଷ କରି ରୋଷେଇ ଘର କୋଣରେ ପିପରମିଣ୍ଟ ରଖନ୍ତି ତେବେ ତା ଗନ୍ଧରେ ମୂଷା ତୁରନ୍ତ ପଳାଇଯିବେ ।

ଲାଲଲଙ୍କା

ଲାଲଲଙ୍କା ଭାରତୀୟ ମସଲାର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ । ଏହା ଭୋଜନକୁ ଯେତିକି ସ୍ଵାଦିଷ୍ଟ କରିଥାଏ ସେତିକି ସୁନ୍ଦର ମଧ୍ୟ କରିଥାଏ । କିନ୍ତୁ ମୁଷାଙ୍କୁ ଲାଲଲଙ୍କା ବିଲକୁଲ ବି ପସନ୍ଦ ନୁହେଁ । ଆପଣଙ୍କ ଘରେ ଯେଉଁ କୋଣରେ ମୂଷା ଅଧିକ ଦେଖାଯାଉଥାନ୍ତି , ସେଠି ଲାଲଲଙ୍କାର ପାଉଡର ରଖନ୍ତୁ । ଏହି ପାଉଡର କୁ ଦେଖି ମୂଷା ଆପଣଙ୍କ ଘରେ ପସିବେ ନାହିଁ ଯଦି ଥିବେ ପଳାଇ ଯିବେ ।

ପୁଦିନା ପତ୍ର

ପୁଦିନା ଖାଦ୍ୟ ହଜମ କରାଇବା ପାଇଁ ଜଣାଯାଏ । ଭାରତରେ ପୁଦିନା ଚଟଣିକୁ ଲୋକ ବହୁତ ପସନ୍ଦ କରନ୍ତି କିନ୍ତୁ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ କି ମୂଷା ପୁଦିନାକୁ ଘୃଣା କରନ୍ତି । ଏଥିପାଇଁ ଆପଣ ମୁଷାଙ୍କୁ ଘରୁ ଦୂରେଇ ରଖିବା ପାଇଁ ଘରର କୋଣରେ ପୁଦିନା ପତ୍ର ବା ଫୁଲ ରଖି ଦିଅନ୍ତୁ । ଏଥିରୁ ସେ କେବେ ବି ସେହି ଜାଗାକୁ ଆସିବେ ନାହିଁ ।

ଯଦି ଆପଣଙ୍କ ଘରେ ବି ମୂଷା ଅଛି ଓ ଆପଣଙ୍କୁ ହଇରାଣ କରୁଛି ତେବେ ଏହି ସବୁ ଉପାୟ ନିଶ୍ଚୟ କରନ୍ତୁ। ଦେଖିବେ ଆପଣଙ୍କ ଘରକୁ ଆଉ ମୂଷା କେବେବି ଆସିବେ ନାହିଁ । ତେବେ ଆପଣଙ୍କୁ ଆମର ଏହି ଆର୍ଟିକ୍ଲରେ ଦିଆ ଯାଇଥିବା ଉପାୟଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣେଇବେ। ଆଗକୁ ମଧ୍ୟ ଏହିଭଳି ଘରୋଇ ଉପାୟ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।