ମୁଲତାନି ମାଟିରେ ଏହି ଦୁଇଟି ଜିନିଷ ମିଶାଇ ଲଗାଇଲେ ଏତେ ଗୋରା ରଙ୍ଗ ପାଇବେ କି ଚକିତ ହୋଇଯିବ

ଆଜି ଆମେ ଆପଣଙ୍କୁ ଗୋଟିଏ ଆମେଜିଙ୍ଗ ରେମିଡି ବିଷୟରେ କହିବୁ କି କେଉଁ ପ୍ରକାରରେ ଆପଣ ନିଜ ସ୍କିନକୁ ଗରମ ଦିନରେ ବି ଗୋଲାପ ଭଳି ନରମ ପାଇ ପାରିବେ । ଏହି ଉପାୟ ବହୁତ କାର୍ଯ୍ୟକାରୀ ଅଟେ । ଆପଣଙ୍କ ଚେହେରାର ଡେଡ ସ୍କିନ, ବ୍ରଣ, ଦାଗ ହୋଇଯାଏ ବା ଶ୍ୟାମଳପଣ ଆସିଯାଏ ତାହା ପାଇଁ ଏହି ଉପାୟ ରାମବାଣ ଭଳି କାମ କରିଥାଏ । ଆଖିତଳର ଡାର୍କ ସର୍କଲକୁ ବି ଏହା ଭଲ କରି ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ଏହାକୁ କିପରି ତିଆରି କରିବା ଓ କିପରି ବ୍ୟବହାର କରିବା ।

ଆବଶ୍ୟକ ସାମଗ୍ରୀ

୧. ମୁଲତାନି ମାଟି

୨. ଚନ୍ଦନ ପାଉଡର

୩. ବେସନ

୪. ଗୋଲାପ ଜଳ

ସର୍ବପ୍ରଥମେ ଆପଣ ଏକ ସଫା ପାତ୍ରରେ ଏକ ଚାମଚ ମିଲତାନି ମାଟି, ଏକ ଚାମଚ ବେସନ, ଏକ ଚାମଚ ଚନ୍ଦନ ପାଉଡର ଭଲ ଭାବରେ ମିକ୍ସ କରନ୍ତୁ । ଆପଣଙ୍କୁ ଏହାର ପୁରା ପେଷ୍ଟ କରିବାର ନାହିଁ ପରନ୍ତୁ ଆପଣଙ୍କ ଚେହେରା ପାଇଁ ଯେତିକି ଆବଶ୍ୟକ ତାହାକୁ ଏକ ଅଲଗା ପାତ୍ରରେ ନେଇ ସେଥିରେ ରୋଜ ୱାଟର ପକାଇ ତାହାର ଏକ ସ୍ମୁଥ ପେଷ୍ଟ ତିଆରି କରି ନିଅନ୍ତୁ ।

କିପରି ବ୍ୟବହାର କରିବେ

ଏହାକୁ ଲଗାଇବା ପୂର୍ବରୁ ଆପଣ ତୁଳା ସାହାର୍ଯ୍ୟରେ ରୋଜ ୱାଟାର ନେଇ ଚେହେରାକୁ କ୍ଲୀନ କରି ନିଅନ୍ତୁ । ଏହା ପରେ ତୁରନ୍ତ ଏହି ପେଷ୍ଟକୁ ଚେହେରାରେ ଲଗାଇ ନିଅନ୍ତୁ । ମାନେ ରଖିବେ ଆପଣ ଏହାକୁ ସ୍କିନର ଉପରୁ ତଳକୁ ନୁହେଁ ବରଂ ତଳୁ ଉପରକୁ ଲଗାଇବେ ଯାହା ଦ୍ଵାରା ଆପଣଙ୍କ ସ୍କିନ ଟାଇଟ ହେବ । ଆପଣ ଏହାକୁ ୧୫-୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖିବେ ତାହା ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ ।

ଆପଣଙ୍କୁ ଏହାର ଗୋଟିଏ ବେନିଫିଟ ନୁହେଁ ବରଂ ବହୁତ ବେନିଫିଟସ ଦେଖିବାକୁ ମିଳିବ । ଯେମିତିକି ଯଦି ଆପଣଙ୍କ ଚେହେରାରେ ପିମ୍ପଲ, ଦାଗ, ପିଗମେଣ୍ଟଟେସନ ବା ଡାର୍କ ସର୍କଲ ଅଛି ତେବେ ଏହି ପେଷ୍ଟ ଆପଣଙ୍କୁ ସେହି ସବୁ  ସମସ୍ୟାରୁ ମୁକ୍ତି ଦେବ । ଗୋଟିଏ ସପ୍ତାହରେ ଆପଣ ଏହାକୁ ତିନି ଥର ଲଗାଇ ଦେଖନ୍ତୁ ଏହାର ରେଜଲ୍ଟ ଆପଣଙ୍କୁ ନିଶ୍ଚୟ ଦେଖିବାକୁ ମିଳିବ ।

ମୁଲତାନି ମାଟି ଆପଣଙ୍କ ଚେହେରାରୁ ପୁରୁଣା ବା ମୃତ କୋଷିକାକୁ ହଟାଇବାର କାମ କରିଥାଏ । ପୁରୁଣା କୋଷିକା ହଟି ଯିବା କାରଣରୁ ଆପଣଙ୍କ ଚେହେରାରେ ତାଜାପଣ ଆସିଥାଏ । ଏହା ଆପଣଙ୍କ ଚେହେରାରୁ ମଇଳା ହଟାଇଥାଏ ଓ ଓପେନ ପୋରସ କୁ ମଧ୍ୟ ବନ୍ଦ କରିଥାଏ । ଏହା ସବୁ ପ୍ରକାରର ସ୍କିନ ପାଇଁ ଲାଭକାରୀ ଅଟେ ଡ୍ରାଏ ସ୍କିନ ହେଉ ବା ଅଏଲି ସ୍କିନ । ଏହାର କୌଣସି ସାଇଡ ଇଫେକ୍ଟ ନାହିଁ । ଆପଣ ଏହାକୁ ସପ୍ତାହରେ ୩ ଥର ବ୍ୟବହାର କରନ୍ତୁ । ଯଦି ଆପଣଙ୍କର ଅଏଲି ସ୍କିନ ତେବେ ଆପଣ ଏହାକୁ ଡେଲି ବ୍ୟବହାର କରି ପାରିବେ ।

ଆଶା କରୁଛୁ ଆମର ଏହି ଟିପ୍ସ ଟି ଆପଣଙ୍କ କାମରେ ନିଶ୍ଚୟ ଆସିବା । ଭଲ ଲାଗିଲେ ଶେୟାର କରିବେ ଓ ଆମ ପେଜକୁ ଲାଇକ କରନ୍ତୁ ଆଗକୁ ଏମିତି ନୁଆ ନୂଆ ଟିପ୍ସ ଗୁଡିକୁ ପାଇବା ପାଇଁ ।