ମୁଖ୍ୟମନ୍ତ୍ରୀ ଆସିଲେ ଯାଇ ଏଇଠୁ ହଟିବି, ତିନି ଦିନ ହେବ ବର ଆଗରେ ବସି ରହିଲାଣି କନିଆଁ, ହେଲେ କେହି ବି ଖୋଲୁ ନାହାନ୍ତି ଗେଟ୍, ଦେଖନ୍ତୁ ସେ କାନ୍ଦି କାନ୍ଦି କ’ଣ କହୁଛନ୍ତି, ଦେଖନ୍ତୁ video

ତିନି ଦିନ ଦୁଇ ରାତି ହେବ ଶ୍ଵଶୁର ଘର ସାମନାରେ ଧାରଣାରେ ବସି ରହିଛି କନିଆଁ । ଆଉ ସେଇ ସମାନ ଦାବି କରୁଛନ୍ତି କି ଶ୍ଵଶୁର ଘର ଲୋକ ଆସନ୍ତୁ ଓ ମୋତେ ବୋହୂ ରୂପରେ ଗ୍ରହଣ କରି ଘରକୁ ନିଅନ୍ତୁ । କିନ୍ତୁ ଏବେ ପର୍ଯ୍ୟନ୍ତ ସୁଦ୍ଧା କେହି ତାଙ୍କ କାକୁତି ମିନତି ଶୁଣି ନାହାନ୍ତି । ଶୀତ କାକର ଓ ବର୍ଷା ଛିଟା ଖାଇ ଯୁବତୀ ସେମିତି ବସି ରହିଛନ୍ତି ଶ୍ଵଶୁର ଘର ଆଗରେ । ଏପରି ଏକ ଘ-ଟ-ଣା ଦେଖିବାକୁ ମିଳିଛି ବ୍ରହ୍ମପୁରର ବ୍ରହ୍ମାନଗର ଅଞ୍ଚଳରେ ।

ଯୁବତୀଙ୍କ ଦାବି ମୁତାବକ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ସେ ଡାକ୍ତର ସୁମିତ କୁମାର ସାହୁଙ୍କୁ ଗତ ବର୍ଷ କୋର୍ଟରେ ବିବାହ କରିଥିଲେ । ଆଉ ଏକ ବର୍ଷ ଧରି ତାଙ୍କ ଘରେ ମଧ୍ୟ ରହି ଆସୁଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ କୌଣସି କାରଣ ଯୋଗୁଁ ଭୁଲ ବୁଝାମଣା ହୋଇଥିଲା ଓ ଝ-ଗ-ଡା ମଧ୍ୟ ହୋଇଥିଲା । ଯାହାଫଳରେ ମା-ମ-ଲା ମହିଳା ଥା-ନା ଏବଂ କୋ-ର୍ଟ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା ।

କିନ୍ତୁ ପରେ ଉଭୟ ପକ୍ଷ ମଧ୍ୟରେ ମା-ମ-ଲା ବୁ-ଝା-ମ-ଣା ହୋଇଥିଲା । ଏହା ପରେ ସୁମିତ ଓ ଯୁବତୀ ଡିମ୍ପଲଙ୍କ ବୈଦିକ ରୀତିରେ ବିବାହ ପାଇଁ ଉଭୟଙ୍କ ଘରଲୋକେ ରାଜି ହୋଇଥିଲେ । କୌଣସି ଏକ ମନ୍ଦିରରେ ଛୋଟ କାଟିଆ ବିବାହ କରିବା ପାଇଁ ସୁମିତଙ୍କ ବାପା ପରାମର୍ଶ ଦେଇଥିଲେ । ଆଉ ସେହି ଅନୁସାରେ ବିବାହ ଦିନ ଓ ଲଗ୍ନ ମଧ୍ୟ ଧାର୍ଯ୍ୟ ହୋଇଥିଲା ।

କିନ୍ତୁ ବିବାହ କରିବାକୁ ଆସି ନଥିଲେ ବରଘର । ଏହାପରେ ଭାଙ୍ଗି ପଡିଥିଲେ ଡିମ୍ପଲ ଆଉ ଯାଇ ପହଞ୍ଚିଥିଲେ ଶ୍ଵଶୁର ଘର ସାମନାରେ । ସେବେଠାରୁ ତିନି ଦିନ ହେବ ସେଠାରେ ସେ ଧାରଣାରେ ବସି ରହିଛନ୍ତି । ତାଙ୍କ ବାପା ଏବଂ ଭାଇଙ୍କୁ ମଧ୍ୟ ପୋ-ଲି-ସ ଉଠାଇ ନେଇଥିବା ସେ ଅ-ଭି-ଯୋ-ଗ କରିଛନ୍ତି । ଏହି ମା-ମ-ଲା-ରେ ପୋ-ଲି-ସ ତାଙ୍କ ଶ୍ଵଶୁର ଘର ପକ୍ଷରୁ ପଇସା ଖାଇ ତାଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି ବୋଲି ସେ ବାରମ୍ବାର କହୁଛନ୍ତି ।

କାନ୍ଦି କାନ୍ଦି ସେ ଭାଙ୍ଗି ପଡ଼ୁଛନ୍ତି ହେଲେ ବି ଛାଡି ନାହାନ୍ତି ଧୈର୍ଯ୍ୟ । ଯେକେହି ମଧ୍ୟ ଆସିଲେ ସେ ସେଠାରୁ ଉଠିବେ ନାହିଁ ବୋଲି ଜିଦ୍ ଧରି ବସିଛନ୍ତି । ମୁଖ୍ୟମନ୍ତ୍ରୀ ଆସନ୍ତୁ ତା’ପରେ ଯାଇ ଏଠାରୁ ମୁଁ ଉଠିବି ବୋଲି ସେ କହୁଛନ୍ତି । ତେବେ ଦେଖାଯାଉ ଡିମ୍ପଲଙ୍କୁ କେବେ ନ୍ୟା-ୟ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।