ମୁଖବ୍ରଣ ପାଇଁ ଅଛନ୍ତି ଚିନ୍ତିତ, ତେବେ ଏହିପରି କରନ୍ତୁ ପିଆଜର ବ୍ୟବହାର ଓ ଦେଖନ୍ତୁ ଚମତ୍କାର

ସାଧାରଣତଃ ସବୁ ଝିଅ ଚହାଁନ୍ତି କି ତାଙ୍କର ଚେହେରା ସୁନ୍ଦର ଦେଖାଯାଉ । ତାଙ୍କ ମୁହଁରେ ଦାଗ ଓ ବ୍ରଣ ଆଦି ନ ରହୁ । କାରଣ ଝିଅ ମାନଙ୍କ ମୁହଁରେ ଏକ ଛୋଟ ଦାଗ ତାଙ୍କର ସୁନ୍ଦରତାକୁ ଖରାପ କରିଦିଏ । ହେଲେ ଯେତେବେଳେ ତାଙ୍କ ମୁହଁରେ ବ୍ରଣ ଆଦି ସମସ୍ୟା ହୋଇଥାଏ ସେତେବେଳେ ସେମାନେ ଏଥିପାଇଁ ବହୁତ ଚିନ୍ତାଗ୍ରସ୍ତ ହୋଇଥାନ୍ତି । ଫଳରେ ସେମାନେ ଏହି ବ୍ରଣକୁ ଦୁର କରିବା ପାଇଁ ମାର୍କେଟରୁ ବିଭିନ୍ନ ପ୍ରକାରର ଫେସୱାସ ଓ କ୍ରିମ ଆଦି ଆଣି ବ୍ୟବଭାର କରନ୍ତି । ହେଲେ ଏହି ସବୁ କ୍ରିମ ବା ଫେସୱାସରେ କେତେକ କେମିକାଲ ଥାଏ, ଯାହା ମୁହଁକୁ ଅଧିକ କ୍ଷତି ଦେଇଥାଏ ।


ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ କହିବୁ ଯାହାକୁ ଆପଣ ବ୍ୟବଭାର କରି ମୁହଁରେ ଉଠୁଥିବା ବ୍ରଣକୁ ଦୂର କରିପାରିବେ ଓ ଏହାର କୌଣସି ସାଇଡ ଇଫେକ୍ଟ ମଧ୍ୟ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପାୟ ବିଷୟରେ ।

ପିଆଜ ଓ ଅଲିଭ ଅଏଲ

 

ଏଥିପାଇଁ ଆପଣଙ୍କୁ କେବଳ ୧ ଚାମଚ ପିଆଜର ରସ ଓ ୧ ଚାମଚ ଅଲିଭ ଅଏଲକୁ ମିକ୍ସ କରିବାର ଅଛି । ଏହି ମିଶ୍ରଣକୁ ନିଜ ମୁହଁରେ ଲଗାନ୍ତୁ ଓ ଏହାକୁ ୨୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । କିଛି ସମୟ ପରେ ଏହାକୁ ଧୋଇ ଦିଅନ୍ତୁ । ଏହାକୁ କିଛି ଦିନ ବ୍ୟବହାର କରିବା ପରେ ଆପଣଙ୍କୁ ନିଜ ମୁହଁରେ ଫରକ ଦେଖାଯିବ ।

ପିଆଜ ଓ କାକୁଡି


ପିଆଜ ଓ କାକୁଡି ମୁହଁର ଛୋଟ ଛୋଟ ସମସ୍ୟା ପାଇଁ ବହୁତ ଉପଯୋଗୀ ଅଟେ । ପ୍ରଥମେ ଆପଣ ୧ ଅଣ୍ଡାକୁ ଭଲ ଭାବରେ ଫେଣ୍ଟି ଦିଅନ୍ତୁ ଓ ଏଥିରେ ୧ ଚାମଚ ପିଆଜ ରସ, ୧ ଚାମଚ କାକୁଡି ରସ ତଥା ୧ ଚାମଚ ଅଲିଭ ଅଏଲକୁ ନେଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହାକୁ ନିଜ ମୁହଁରେ ଭଲ ଭାବରେ ଲଗାନ୍ତୁ ଓ ୧୫ ମିନିଟ ଏହାକୁ ଛାଡି ଦିଅନ୍ତୁ । କିଛି ସମୟ ପରେ ମୁହଁକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

ପିଆଜ

ଯଦି ଆପଣ ପ୍ରତିଦିନ ଅଧା କଟା ପିଆଜକୁ ନିଜ ମୁହଁରେ ହାଲ୍କା ମସାଜ କରିବେ, ତେବେ ଏହା ଦ୍ଵାରା ମୁହଁରେ ଥିବା ମଳି ଓ ବ୍ରଣ ଦୂର ହେବା ସହ ଆପଣଙ୍କ ଚେହେରା ସ୍ଵଚ୍ଛ ଓ ସତେଜ ଦେଖାଯିବ ।