ACF Soumyaranjan ଡେଥ ମିଷ୍ଟ୍ରି: ସେଦିନ ବିଦ୍ୟାଭରତୀଙ୍କୁ ଘରକୁ ନେଇ ଆସିଥିବା ଗାଡି ଡ୍ରାଇଭର ଖୋଲିଲେ ନୂଆ ରହସ୍ୟ… କହିଲେ କିଛି ଏମିତି, ଦେଖନ୍ତୁ Video

ପାରଳାଖେମୁଣ୍ଡି ACFO ସୌମ୍ଯ ରଞ୍ଜନଙ୍କ ମୃତ୍ୟୁ ମାମଲାକୁ ଏବେ ପ୍ରାୟ ପନ୍ଦର ଦିନ ଉପରେ ବିତି ଗଲାଣି । ହେଲେ ଏବେ ପର୍ଯ୍ୟନ୍ତ ମୁଖ୍ୟ ଆରୋପି ବିଦ୍ୟାଭାରତୀଙ୍କୁ ପୋଲିସ ଜେରା ମଧ୍ୟ କରି ନାହିଁ ।

ଏ ନେଇ ସୌମ୍ଯଙ୍କ ଘର ଲୋକ ଅସନ୍ତୋଷ ପ୍ରକାଶ କରିବା ସହ ପୁଅକୁ ନ୍ୟାୟ ନ ମିଳିଲେ ନବୀନ ନିବାସ ଆଗରେ ଅନଶନ କରିବେ ବୋଲି ମଧ୍ୟ କହି ସାରିଛନ୍ତି । ତେବେ ଦିନକୁ ଦିନ ଏହି ମାମଲାରେ ଅନେକ ତଥ୍ୟ ମଧ୍ୟ ପ୍ରକାଶ ପାଉଛି । ତେବେ କ୍ୟାମେରା ଆଗରେ କିଛି ନ କହିବା ପାଇଁ ମନା କରୁଥିବା ଡ୍ରାଇଭର ନକହି ନକହି କ୍ୟାମେରା ପଛରେ ଅନେକ କଥା କହି ଦେଇଛନ୍ତି ।

ଇଏ ହେଉଛନ୍ତି ବିଦ୍ୟାଭାରତୀଙ୍କୁ ଘରକୁ ନେଇ ଆସିଥିବା ଗାଡି ଡ୍ରାଇଭର ଦିବାକର ମହାପାତ୍ର । ACFO ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ବାହାରିବାକୁ ଲାଗିଛି ନୂଆ ଖିଅ । ଏହି ମାମଲା ଦିନକୁ ଦିନ ଅଡୁଆ ସୂତା ଭଳି ଗୁଡାଇ ହେଉଥିବା ବେଳେ ଡ୍ରାଇଭର ବଖାଣିଛନ୍ତି ସେହି ରାତିର ସତ କଥା । ଇଏ ହେଉଛନ୍ତି ସେହି ଡ୍ରାଇଭର ଯିଏ ଘଟଣା ଦିନ ବିଦ୍ୟାଭାରତୀଙ୍କ ମା ଓ ବାପଙ୍କୁ ନେଇ କଟକ ଯାଇଥିଲେ ଏବଂ ସେଠାରୁ ବିଦ୍ୟାଭାରତୀଙ୍କୁ ସାଙ୍ଗରେ ନେଇ ଗଉଡ ଗାଁ ଫେରିଥିଲେ ।

ତେବେ ସୌମ୍ଯ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଉଭୟ ସୌମ୍ଯ ଓ ବିଦ୍ୟାଙ୍କ ପରିବାର ତାଙ୍କୁ କଟକ ଅଶ୍ବିନୀ ହସ୍ପିଟାଲ ନେବା ପାଇଁ କଥା ହେଉଥିଲେ ବୋଲି କହିଛନ୍ତି ଡ୍ରାଇଭର । ଏହା ସହ ସେ କହିଛନ୍ତି ସେହି ଘଟଣା ଘଟିବା ଦିନ ସେଠାରେ ଯିଏ ଥିଲେ ତାଙ୍କୁ ପଚରା ଉଚରା କରିବା ପରିବର୍ତ୍ତେ ତାଙ୍କୁ କାହିଁକି ପଚାରୁଛନ୍ତି । ଦୋଷୀକୁ ଦେଖିଲେ ତା ମୁହଁରୁ ଜଣା ପଡିଯିବ ସେ ଦୋଷ କରିଛି କି ନାହିଁ । ହେଲେ ପୋଲିସ ଏଣେ ତେଣେ ତଦନ୍ତ କରୁଛି ।

ମୁଁ ଯଦି କିଛି କହିବି ତେବେ ପୋଲିସ ଅଭିଯୁକ୍ତଙ୍କୁ ଧରିନେବ ବୋଲି ପ୍ରତିଶୃତି ଦେଲେ ଯାଇ ସେ ଅନେକ କଥା କହିବେ ବୋଲି କହିଛନ୍ତି । ଏହା ସହ ସେଦିନ ଘଟଣା ଘଟିବା ଦିନ ସେଠାରେ ଯେଉଁମାନେ ଥିଲେ ସେମାନଙ୍କୁ ପଚରା ଉଚରା କଲେ ମୁଖ୍ୟ ଅଭିଯୁକ୍ତ ବାହାରି ପଡିବ । ହେଲେ ପୋଲିସ ତା ମନ ଇଛା ତଦନ୍ତ କରୁଛି ବୋଲି କହିଛନ୍ତି ଡ୍ରାଇଭର ଜଣକ । ଘଟଣା ପରଦିନ ଚିକିତ୍ସିତ ଅବସ୍ଥାରେ ହସ୍ପିଟାଲରେ ସୌମ୍ୟଙ୍କ ମୃତ୍ୟୁ ଘୋଷଣା ହେବା ପରେ ଦିନ ପ୍ରାୟ ୧୧ତା ସମୟରେ ବିଦ୍ୟାଙ୍କୁ ସାଙ୍ଗରେ ଧରି ତାଙ୍କ ବାପା ମା ଫେରି ଆସିଥିଲେ ଗଉଡ ଗାଁ ।

ହେଲେ ରାସ୍ତାରେ ଫେରିବା ବାଟରେ ବିଦ୍ୟାଭାରତୀଙ୍କ ମୁହଁରେ ସ୍ଵାମୀ ମରିଯିବାର ଲେଶ ମାତ୍ର ଦୁଃଖ ନ ଥିବା କଥା କହିଛନ୍ତି ଡ୍ରାଇଭର । ତେବେ ଏହି ଡ୍ରାଇଭରଙ୍କ କଥା ଶୁଣିଲେ ବିଦ୍ୟାଭାରତୀ ଓ ତାଙ୍କ ପରିବାର ଲୋକଙ୍କ ଉପରେ ସନ୍ଦେହ ଆହୁରି ଅଧିକ ଦୃଢୀଭୂତ ହେଉଛି ।