ଥାନାରେ ପ୍ରେମିକାଙ୍କ ଏତଲା ପରେ ମୁହଁ ଖୋଲିଲେ ତିର୍ତ୍ତୋଲ ବିଧାୟକ Bijaya Shankar Das, କହିଲେ, ମୁଁ ଆଗରୁ ରାଜି ଥିଲି ଆଉ ଏବେ…

ପ୍ରେମିକାଙ୍କୁ ବାହା ହେବାକୁ ରାଜି ଅଛନ୍ତି ବୋଲି ମୁହଁ ଖୋଲିଲେ ବିଧାୟକ ବିଜୟ ଶଙ୍କର ଦାସ । ପ୍ରେମିକ ବିଧାୟକ ସେକ୍ସ ରାକେଟ ଚଲାଉଥିବା ତାଙ୍କ ପ୍ରେମିକା ଅଭିଯୋଗ ଆଣିଥିଲେ । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବାନ୍ଧବୀ ସୋମାଲିକାଙ୍କୁ ନେଇ ବଡ ବିବାଦରେ ଛନ୍ଦି ହେବା ପରେ ଶେଷରେ ମୁହଁ ଖୋଲିଛନ୍ତି । ବିଧାୟକ କହିଛନ୍ତି କି, ସେ ସୋମାଲିକାଙ୍କୁ ବିବାହ କରିବାକୁ ରାଜି ଅଛନ୍ତି । ବିଧାୟକ ଥିବାରୁ ତାଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି ।

ସୋମାଲିକାଙ୍କ ପରିବାରକୁ ଧମକ ଦିଆଯାଉନି ବରଂ ତାଙ୍କ ନିଜ ପରିବାରକୁ ଧମକ ମିଳୁଛି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ମା’ଙ୍କ ଅସୁସ୍ଥତା ଯୋଗୁଁ ତାଙ୍କୁ ବିବାହ ପାଇଁ ପାଇଁ ଦେଢ ମାସ ସମୟ ଦରକାର । ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ପ୍ରେମିକା ସୋମାଲିକାଙ୍କ ଅଭିଯୋଗ ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୋମାଲିକାଙ୍କ ବୟାନ ରେକର୍ଡ କରାଯିବା ପରେ ବିଧାୟକଙ୍କୁ ପଚରାଉଚରା କରାଯିବ ବୋଲି ଶୁଣିବାକୁ ମିଳୁଥିଲା ।

କିନ୍ତୁ ବିଜୟଙ୍କ ସଫେଇ ପରେ ଏହି ମାମଲା ଏକ ଭିନ୍ନ ମୋଡ ନେଇଛି । ବିଜୟ ଶଙ୍କର ସେକ୍ସ ରାକେଟ ଚଲାଉଥିବା ନେଇ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ ବାନ୍ଧବୀ ସୋମାଲିକା ଦାସ । ଯାହାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସୋମାଲିକା ନିଜ ଲିଖିତ ଅଭିଯୋଗରେ ଦର୍ଶାଇଥିଲେ ବିଜୟ ଶଙ୍କର ଏହି କାର୍ଯ୍ୟରେ ଅନେକ ଝିଅଙ୍କୁ ସାମିଲ କରି ସେଥିରୁ ସଂଗୃହିତ ଅର୍ଥ ନିର୍ବାଚନରେ ଲଗାଉଛନ୍ତି ।

ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଆଇପିସି ଧାରା ୪୨୦ ୧୯୫-ଏ, ୫୦୬-ବି, ୨୯୪, ୫୦୯, ୩୪୧ ଓ ୧୨୦-ବି ତୁଜୁ କରିଛି । ଏହାଛଡା ଏନୈତିକ ଯୁବତୀ ଚାଲାଣ ଆଇନର ଦଫା ୩, ୪, ୫ ଓ ୬ ଅନୁସାରେ ଏକ ମାମଲା ରୁଜୁ କରିଛି । ପ୍ରକୃତରେ ସୋମାଲିକା ଓ ବିଧାୟକ ବିଜୟ ଶଙ୍କର ଗତ ମେ’ ୧୭ ତାରିଖରେ ବିବାହ ପାଇଁ ସବରେଜିଷ୍ଟର ଅଫିସରେ ଆବେଦନ କରିଥିଲେ । ଆଇନ ଅନୁସାରେ କୌଣସି ଆପତ୍ତି ନ ଆସିଲେ ବାହାଘର ୩୦ରୁ ୯୦ ଦିନ ଭିତରେ ହୋଇପାରିବ ।

କିନ୍ତୁ ଶୁକ୍ରବାର ଦିନ ବିଜୟ ଶଙ୍କର ନ ଆସିବାରୁ ଶନିବାର ଥାନାର ଦ୍ଵାରସ୍ଥ ହୋଇଥିଲେ ସୋମାଲିକା । ଏବେ ବିଜୟ ଶଙ୍କର ସ୍ପଷ୍ଟୀକରଣ ଦେବା ପରେ ମାମଲା ଏବେ କେଉଁ ଆଡକୁ ଯିବ ତା’ ଉପରେ ସଭିଁଙ୍କ ନଜର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।