ମୁଁ ମା-ରି-ଲି ଆ’କୁ ତୁ ମା-ରି-ବୁ ତାକୁ… ସ୍ତ୍ରୀ’କୁ କିଛି ଏମିତି କହିଲା ମନ୍ତ୍ରୀ Naba Das ଙ୍କ ହତ୍ୟା ଅଭିଯୁକ୍ତ Gopal Das…

ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ଅଭିଯୁକ୍ତ ଗୋପାଳ ଦାସକୁ କଟକ ଚୌଦ୍ବାର ଜେଲରେ ରଖାଯାଇଛି । ଆଉ ଏହାରି ଭିତରେ ନିଜ ସ୍ତ୍ରୀ ସହ ପ୍ରାୟ ଦୁଇଥର ଫୋନରେ କଥା ହୋଇ ସାରିଲାଣି ଗୋପାଳ । ଜେଲରେ ଖାଇ ପିଇ ଶୋଉଛି ଆଉ ନିଜ ପରିବାର ଲୋକଙ୍କ ସହ କଥା ହେଉଛି । ଭାଇକୁ ଖୁସିରେ ଭେଟୁଛି ଏବଂ ପରିବାର ସହ ହସ ମଜାରେ କଥା ହେଉଛି ଗୋପାଳ । ତେବେ ଏସବୁ ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗୋପାଳ ଏହାରି ଭିତରେ ନିଜ ପତ୍ନୀଙ୍କ ସହ କଥା ହୋଇଛି । ପରିବାର ଯତ୍ନ ଠିକ ଭାବେ ନେବା ପାଇଁ କହିବା ସହ ପିଲାଙ୍କ ପାଠପଢାରେ ଯେମିତି କିଛି ଅସୁବିଧା ନହୁଏ ଝିଅକୁ ପଚାରି ବୁଝୁଛି । କେବଳ ସେତିକି ନୁହେଁ ବରଂ କେହି କିଛି ହଇରାଣ କରୁଛନ୍ତି କି ନାହିଁ ସେକଥା ମଧ୍ୟ ସ୍ତ୍ରୀକୁ ପଚାରି ବୁଝୁଛି ଗୋପାଳ । ଯଦି କେହି କିଛି ହଇରାଣ କରୁଛନ୍ତି ତେବେ ମୁଁ ଆ’କୁ ମା-ରି-ଲି ଆଉ ତୁ ତାକୁ ମା-ରି-ବୁ ।

ଫୋନରେ ସ୍ତ୍ରୀକୁ କୁଆଡେ ଏମିତି କିଛି କଥା ଗୋପାଳ କହିଛି ବୋଲି ଏକ ବିଶେଷ ସୂତ୍ରରୁ ମିଳିଥିବା ଖବରରେ ଜଣାପଡିଛି । ହ-ତ୍ୟା-କା-ଣ୍ଡ-ର ପ୍ରାୟ 15 ଦିନ ପରେ ଝାରସୁଗୁଡା ସବଜେଲରୁ କଟକ ଚୌଦ୍ବାର ସର୍କଲ ଜେଲକୁ ଆସିଥିଲା ଗୋପାଳ । ସେବେ ଠାରୁ ସେଲ ନମ୍ବର ତିନିରେ ରହି ଆସୁଛି ଗୋପାଳ । ଏହାର 8ଦିନ ପରେ ପ୍ରଥମ ଥର ପାଇଁ ତା’ ପୁଅ ଓ ବଡ ଭାଇ ମିଶି ଗୋପାଳକୁ ଭେଟିବାକୁ ଚୌଦ୍ବାର ଜେଲ ଯାଇଥିଲେ ।

ଏହାପରେ ବଡ ଭାଇ ସତ୍ୟନାରାୟଣ ଆହୁରି ଦୁଇଥର ତାଙ୍କୁ ଭେଟିବାକୁ ଆସି ସାରିଲେଣି । ଗତ ଶନିବାର ଦିନ ଶେଷ ଥର ଗୋପାଳଙ୍କୁ ଭେଟିବାକୁ ଜେଲ ଆସିଥିଲେ ସତ୍ୟନାରାୟଣ । ଭାଇକୁ ଭେଟିବା ପରେ ଗୋପାଳ ବେଶ ଖୁସି ଥିବା ଜଣା ପଡିଥିଲା । 5 ରୁ 7 ମିନିଟ ଭେଟ ମଧ୍ୟରେ ପରିବାର ଓ କାମ ବିଷୟରେ ପଚାରି ବୁଝିଥିଲା ଗୋପାଳ । ଏହାପରେ କୁଆଡେ ନିଜ ସ୍ତ୍ରୀ ସହ ଫୋନରେ କଥା ହୋଇଥିଲା ଗୋପାଳ ।

ଆଉ ସ୍ତ୍ରୀକୁ ସଫା ସଫା କହିଥିଲା ତୋତେ ଯଦି କେହି କିଛି ହଇରାଣ କରେ ତେବେ ମୁଁ ଆକୁ ମା-ରି-ଲି ତୁ ତାକୁ ମା-ରି-ବୁ । ଗୋପାଳ ସ୍ତ୍ରୀକୁ ଏଭଳି କହିବା ଖବର ସାମ୍ନାକୁ ଆସିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।