MS Dhoni ଙ୍କ ଝିଅ ଜିୱାଙ୍କୁ ମିଳିଲା ରେପ ଧମକ, CSKର ହାର ପରେ ଏମିତି ପରିସ୍ଥିତିର ସାମ୍ନା କରିବାକୁ ପଡୁଛି ଧୋନୀଙ୍କୁ

IPL ୨୦୨୦ର ୨୧ ତମ ମ୍ୟାଚ କୋଲକତା ଓ ଚେନ୍ନାଇ ମଧ୍ୟରେ ଖେଳା ଯାଇ ଥିଲା । ଏହି ମ୍ୟାଚରେ କୋଲକତା ପ୍ରଥମେ ବ୍ୟାଟିଙ୍ଗ କରି ୧୬୭ ରନ କରି ଚେନ୍ନାଇ ଟିମକୁ ୧୬୮ ରନର ଟାର୍ଗେଟ ଦେଇଥିଲେ । ଯାହାକି ଚେନ୍ନାଇର ଖେଳାଳିମାନଙ୍କ ପାଇଁ ବହୁତ କମ ସ୍କୋର ବୋଲି ଦେଖା ଯାଉ ଥିଲା । କିନ୍ତୁ ମହେନ୍ଦ୍ର ସିଂହ ଧୋନୀଙ୍କର ଟିମ ଚେନ୍ନାଇ ସୁପର କିଙ୍ଗକୁ ୧୦ ରନରେ ହାରର ସାମ୍ନା କରିବାକୁ ପଡିଲା ।

ଏହା ପରେ ମ୍ୟାଚ ଶେଷ ହେବା ପରେ କ୍ୟାପଟେନ ଧୋନୀ ସମେତ ଚେନ୍ନାଇର ଅନ୍ୟ କେତେକ ଖେଳାଳିମାନେ ପ୍ରଶଂସକମାନଙ୍କର ଆଲୋଚନାର ଶିକାର ହେବାକୁ ପଡିଲା ।

ଯେଉଁଥିରେ କେଦାର ଜାଧବ ପ୍ରମୁଖ ଥିଲେ, ଯିଏକି ୧୨ଟି ବଳରେ ମାତ୍ର ୭ ରନ କରିଥିଲେ । ଏହା ପରେ ଧୋନୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ । ଯାହାକି କିଛି ସମୟ ପାଇଁ ଠିକ ଥିଲା କିନ୍ତୁ ସବୁଠୁ ଦୁଖର କଥା ଏହା ଥିଲା କି ଧୋନୀ ସହିତ ତାଙ୍କର ପାଞ୍ଚ ବର୍ଷର ଝିଅ ଜିୱାକୁ ବି ଲୋକମାନେ ଟ୍ରୋଲ କରିବା ଆରମ୍ଭ କରିଦେଲେ । କେବଳ ଏତିକି ନୁହେଁ ଜିୱା ବିଷୟରେ ଖରାପ ଖରାପ କମେଣ୍ଟ ବି ଦେଲେ । ଯାହା ବିଷୟରେ ଜାଣିଲେ ଆପଣ ବି ରାଗିଯିବେ ।

ଯେମିତି କି ଆପଣମାନେ ଜାଣିଛନ୍ତି କି ଯଦି କୌଣସି ଖେଳାଳି ଖରାପ ପ୍ରଦର୍ଶନ କରିଲା ତେବେ ସୋସିଆଲ ମିଡିଆରେ ତାହାର ସ୍ତ୍ରୀ କିମ୍ବା ଗର୍ଲଫ୍ରେଣ୍ଡକୁ ଲୋକମାନେ ଟ୍ରୋଲ କରିଥାନ୍ତି । କିନ୍ତୁ ଏହା ପ୍ରଥମ ଥର ଦେଖା ଯାଇଛି ଯେତେବେଳେ ନିଜର ପସନ୍ଦିତା ଟିମ ହାରିବା ପରେ ପ୍ରଶଂସକମାନେ ଟିମର ଖେଳାଳିମାନଙ୍କର ପିଲାମାନଙ୍କୁ ନିଜର ଟ୍ରୋଲର ଶିକାର କରିଛନ୍ତି । ଧୋନୀଙ୍କର ପାଞ୍ଚ ବର୍ଷୀୟ ଝିଅ ଜିୱାକୁ ରେପ ଧମକ ଦେଉଥିବାର କିଛି ଟ୍ଵିଟ ଓ ଫେସବୁକ ପୋସ୍ଟ ବର୍ତ୍ତମାନ ସାମ୍ନାକୁ ଆସୁଛି ।

ଏହି ସବୁ ପୋସ୍ଟ ମଧ୍ୟରେ ପ୍ରାୟତଃ ପୋସ୍ଟରେ ଧୋନୀଙ୍କର ଝିଅକୁ ଧମକ ଦିଆ ଯାଇଛି । କହିବାକୁ ଗଲେ କୋଲକତା ଟିମ ଠାରୁ ହାରିବା ପରେ ମହେନ୍ଦ୍ର ସିଂହ ଧୋନୀଙ୍କର ପତ୍ନୀ ସାକ୍ଷୀ ଧୋନୀଙ୍କୁ ତାଙ୍କର ଇଂସ୍ଟାଗ୍ରାମ ଆକାଉଣ୍ଟରେ ଟ୍ରୋଲର ମାନେ ତାଙ୍କର ୫ ବର୍ଷର ଝିଅକୁ ରେପର ଧମକ ଦେଇଛନ୍ତି । ଏହିଭଳି ଅନ୍ୟ କିଛି ଖରାପ ଖରାପ କମେଣ୍ଟ ବି କରିଛନ୍ତି । ଯାହାକି ଭୁଲ ଅଟେ ।

ଧୋନୀଙ୍କର ହାରିବା ଉପରେ ତାଙ୍କର ପାଞ୍ଚ ବର୍ଷର ଝିଅ ଉପରେ କମେଣ୍ଟ କରିବା ଭଲ ନୁହେଁ । କିନ୍ତୁ ଏହି ମାମଲାରେ ଧୋନୀଙ୍କର ସମର୍ଥନରେ କେତେକ ଫ୍ୟାନମାନେ ବି ସାମ୍ନାକୁ ଆସିଛନ୍ତି ସେମାନଙ୍କ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ନିଆ ଯିବା ପାଇଁ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।