ଜାଣନ୍ତୁ କାହିଁକି ମୃତ ବ୍ୟକ୍ତିକୁ ଜଳାଇବା ପୂର୍ବରୁ ତାହାର ମୁଣ୍ଡ ଉପରେ ମାରିଥାନ୍ତି ବାଡିରେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଭାରତରେ ହିନ୍ଦୁ ଧର୍ମର ମହତ୍ଵ ବିଶେଷ ଅଟେ । କହିବାକୁ ଗଲେ ହିନ୍ଦୁ ଧର୍ମରେ ଏମିତି ବହୁତ ପରମ୍ପରା ଅଛି ଯାହାକି ବଦଳୁଥିବା ସମୟ ସହିତ ସେଥିରେ ଚେଞ୍ଜେସ ଦେଖିବାକୁ ମିଳୁଛି । କିନ୍ତୁ କିଛି ପରମ୍ପରା ଏମିତି ବି ଅଛି ଯାହା ବହୁତ ବର୍ଷ ହେବ ଚାଲି ଆସୁଛି । ଆଜି ଆମେ ହିନ୍ଦୁ ଧର୍ମର ଏକ ମହତ୍ଵପୂର୍ଣ୍ଣ ପରମ୍ପରା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଅନ୍ତିମ ସଂସ୍କାର କୁହାଯାଏ । ହିନ୍ଦୁ ଧର୍ମରେ ମୁର୍ତ୍ୟୁ ପରେ କରାଯାଉଥିବା ଅନ୍ତିମ ସଂସ୍କାରର ଏକ ଅଲଗା ମହତ୍ଵ ଅଛି ।

Image courtesy: Google

ହିନ୍ଦୁ ଧର୍ମ ଅନୁସାରେ ବ୍ୟକ୍ତିର ମୃତ୍ୟୁ ପରେ ମହିଳାମାନେ ଶ୍ମଶାନ ଘାଟ ଯାଆନ୍ତି ନାହିଁ । କାରଣ ମୃତ ବ୍ୟକ୍ତି ସହ ମହିଳାଙ୍କର ସମ୍ପର୍କ ଗଭୀର ଥାଏ । କିନ୍ତୁ ମର୍ଡନ ସୋସାଇଟିର କିଛି ମହିଳାମାନେ ନିଜ ଲୋକ ସହିତ ଶ୍ମଶାନ ଘାଟ ଯାଉଛନ୍ତି । କାହିଁକି ମହିଳାଙ୍କୁ ଶ୍ମଶାନ ଘାଟ ଯିବା ଉଚିତ ନୁହେଁ ଏହାର କାରଣ ଏହା ଅଟେ କି, ମହିଳାମାନଙ୍କର ହୃଦୟ ପୁରୁଷମାନଙ୍କ ଅପେକ୍ଷା ବହୁତ କୋମଳ ହୋଇଥାଏ ।

Image courtesy: Google

ଯଦି ଶ୍ମଶାନ ଘାଟରେ ମହିଳାମାନେ ଡରି ଯାଉଛନ୍ତି ତେବେ ମୃତ ବ୍ୟକ୍ତିର ଆତ୍ମାକୁ ଶାନ୍ତି ମିଳେ ନାହିଁ ଓ ଏମିତି ବି କୁହାଯାଏ କି ମହିଳାଙ୍କୁ ଅନ୍ତିମ ସଂସ୍କାରର ପ୍ରକ୍ରିୟାକୁ ବି ଦେଖିବା ଉଚିତ ନୁହେଁ । ଅନ୍ୟ ଏକ କଥା ଅନୁସାରେ ଶ୍ମଶାନରେ ଥିବା ଆତ୍ମାମାନେ ମହିଳାଙ୍କୁ ଅଧିକ ଶିକାର କରିଥାନ୍ତି । ଏହା ଛଡା ମହିଳାମାନେ ଘରେ ଏଥିପାଇଁ ଥାଆନ୍ତି ଯାହା ଦ୍ଵାରା ଶ୍ମଶାନ ଘାଟରୁ ଫେରିଥିବା ପୁରୁଷମାନଙ୍କର ହାତ ଗୋଡକୁ ଧୋଇ ପବିତ୍ର କରି ପାରିବେ ।

Image courtesy: Google

ଅନ୍ତିମ ସଂସ୍କାରର ଅନ୍ୟ ଏକ ନିୟମ ଅନୁସାରେ ମୃତ ବ୍ୟକ୍ତିର ପୁଅକୁ ଶବର ମୁଣ୍ଡକୁ ମାରିବା ପାଇଁ କୁହାଯାଇଥାଏ । ଏହା ଏଥିପାଇଁ କୁହାଯାଏ କାରଣ ମୃତ ବ୍ୟକ୍ତି ପାଖରେ ଯଦି କୌଣସି ତନ୍ତ୍ର ବିଦ୍ୟା ଅଛି ତେବେ ଅନ୍ୟ କୌଣସି ତାନ୍ତ୍ରିକ ତାହାର ବିଦ୍ୟାକୁ ଚୋରି କରି ତାହାର ଆତ୍ମାକୁ ନିଜ ଆୟତ୍ତରେ କରି ପାରିବ ନାହିଁ ।

Image courtesy: Google

ହିନ୍ଦୁ ଧର୍ମର ସଂସ୍କାରରେ କୌଣସି ବ୍ୟକ୍ତିର ମୃତ୍ୟୁ ପରେ ଘରର ସମସ୍ତ ବ୍ୟକ୍ତିମାନେ ମୁଣ୍ଡନ ହେବା ସୁନିଶ୍ଚିତ ଅଟେ । ଏହାର ବିପରୀତ ମହିଳାମାନଙ୍କ ପାଇଁ ଏହିଭଳି କିଛି ନିୟମ ନାହିଁ । ସେଥିପାଇଁ ସେମାନଙ୍କୁ ଅନ୍ତିମ ସଂସ୍କାର ପ୍ରକ୍ରିୟା ଠାରୁ ଦୂରରେ ରଖାଯାଏ ।

Image courtesy: Google

ଆପଣ ଦେଖିଥିବେ କି ଶବ ନେଇଯାଉଥିବା ସମୟରେ ଲୋକମାନେ ‘ରାମ ନାମ ସତ୍ୟ ହୈ’ କହିଥାନ୍ତି । ଏହାର ଅର୍ଥ ‘ଭଗବାନ ରାମଙ୍କର ନାମ ହିଁ ସତ୍ୟ ଅଟେ ‘ । ଏଠାରେ ରାମ ବ୍ରହ୍ମାତ୍ମ ଅର୍ଥାତ ସର୍ବୋଚ୍ଚ ଶକ୍ତିର ଅଭିବ୍ୟକ୍ତି କରିବା ପାଇଁ କୁହାଯାଏ । ଏହି ସମୟରେ ମୃତ ଶରୀରର କୌଣସି ଅସ୍ତିତ୍ୱ ରୁହେ ନାହିଁ । ଆତ୍ମା ନିଜର ସବୁକିଛି ତ୍ୟାଗ କରି ଭଗବାନଙ୍କ ଶରଣରେ ଚାଲି ଯାଆନ୍ତି ଓ ଏହା ହିଁ ଅନ୍ତିମ ସତ୍ୟ ଅଟେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।