ମୋତି ଚାଷ କରେ ଆଗ୍ରା ର ଏହି ଝିଅ, ଫଟୋରେ ଦେଖନ୍ତୁ କେମିତି ଚାଷ ହୁଏ ମୋତି ?

ଆଜି ଆମେ ଆପଣଙ୍କୁ ଏମିତି ଏକ ଝିଅ ବିଷୟରେ କହିବାକୁ ଯାଉଛୁ ଯାହାର କାହାଣୀ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିଯାଏ ଆପଣ ଶୁଣିଥିବେ କି ମୋତି କେବଳ ଶାମୁକାରୁ ମିଳିଥାଏ । ଆଜି ଆମେ ଆପଣଙ୍କୁ ମୋତି ଚାଷ କରୁଥିବା ଗୋଟେ ଝିଅ ବିଷୟରେ କହିବୁ । ଏହକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ ନା କିନ୍ତୁ ଏହା ସତ ଅଟେ । ଏହି ଝିଅର ନାମ ଅଟେ ରଞ୍ଜନା ୟାଦବ । ଯେତେବେଳେ ପ୍ରଥମେ ଗୋଟିଏ ଡ୍ରମରେ ହୋଇଥିବା ପ୍ରୟୋଗରୁ ସାତ ଆଠଟି ମୋତି ବାହାରି ଥିଲା ସେତେବେଳେ ରଞ୍ଜନା ୟାଦବଙ୍କ ଉତ୍ସାହ ବଢିଯାଇଥିଲା ।

ବର୍ତ୍ତମା ରଞ୍ଜନା ୟଦବ ୧୪ ଗୁଣ ୧୪ ଫୁଟ ର ପୋଖରୀରେ ମୋତିର ଫସଲ କରିଛନ୍ତି । ଏହି ପୋଖରୀରେ ସେ ୨୦୦୦ ଶାମୁକା ଛାଡିଛନ୍ତି ଯେଉଁଥିରୁ ନୂଆବର୍ଷରୁ ନଭେମ୍ବର ପର୍ଯ୍ୟନ୍ତ ତାଙ୍କର ଏହି ଫସଲ ରେଡି ହୋଇ ଯାଇଥିବ । ରଞ୍ଜନା ୟାଦବଙ୍କ ଅନୁସାରେ ଆଗ୍ରା ରେ ମୋତିର ଏହି ଫସଲ ପ୍ରଥମ ପ୍ରଚେଷ୍ଟା ଅଟେ । ରଞ୍ଜନା ଯାଦବ ଡାଃ ଭୀମରାୱ ଆମ୍ବେଦଙ୍କର ବିଶ୍ଵବିଦ୍ୟାଳରୁ ସ୍କୁଲ ଅଫ ଲାଇଫ ସାଇନ୍ସ ରେ ଏମଏସସି କରିଛନ୍ତି ।

ପଢିବା ସମୟରେ ରଞ୍ଜନା ୟାଦବଙ୍କୁ ମୋତିର ଚାଷ ବିଷୟରେ ଜାଣିବାକୁ ମିଳିଥିଲା । ରଞ୍ଜନା ୟାଦବ ଭୁବନେଶ୍ଵର ଯାଇ ସେଠାରେ ପର୍ଲ ଫାର୍ମିଙ୍ଗ ର ବିଧିବଦ୍ଧ ଶିକ୍ଷା ହାସଲ କରିଥିଲେ । ରଞ୍ଜନାଙ୍କ ପିତାଙ୍କ ନାମ ସୁରେଶ ୟାଦବ ଅଟେ । ସୁରେଶ ୟାଦବ ନିଜ ଝିଅର ଇଚ୍ଛା ଶକ୍ତିକୁ ଦେଖି ମହର୍ଷିପୁରମ ସ୍ଥିତ ଫ୍ଲାଟରେ ଏକ ପୋଖରୀ ତିଆରି କରିଥିଲେ ।

ଦୁଇମାସ ପୂର୍ବରୁ ଗୁଜୁରାଟରୁ ଆସିଥିବା ଶାମୁକା ଏହି ପୋଖରୀରେ ଛଡାଯାଇଥିଲା । ଶାମୁକାକୁ ଗୋଟିଏ ଜାଲି ବ୍ୟାଗରେ ରଖି ଗୋଟିଏ ମିଟର ଗଭୀରତାରେ ଛଡାଗଲା । ରଞ୍ଜନା କୁହନ୍ତି ଏଥିରେ ମାନବୀୟ ପ୍ରୟାସ ସାମିଲ ଅଛି କିନ୍ତୁ ମୋତି ପ୍ରାକୃତିକ ରୂପରେ ହିଁ ତିଆରି ହୋଇଥାଏ । ମାର୍କେଟରେ ଏହି ମୋତିର ଚାହିଦା ମଧ୍ୟ ବହୁତ ଅଧିକ ଅଟେ ।

 

ପ୍ରାକୃତିକ ଉପାୟରେ ମୋତି ସେତେବେଳେ ତିଆରି ହୁଏ ଯେତେବେଳେ ଶାମୁକା ଭିତରେ ବାଲି ଓ କୀଟ ଚାଲିଯାନ୍ତି । ସେତେବେଳେ ଶାମୁକା ତାହାକୁ ଏକ ଚମକଦାର ପରଦାରେ ଆବରଣ କରିଥାଏ । ଏହି ପରଦା କ୍ୟାଲସିୟମ ହୋଇଥାଏ । ଶାମୁକା ଭିତରେ ୪-୬ ମିଲିମିଟର ବ୍ୟାସର ‘ବିଡ ଓ ନିଉକ୍ଲିୟର’ ଦିଆଯାଏ । ଯେତେବେଳେ ମୋତି ତିଆରି ହୋଇଯାଏ ସେତେବେଳେ ଏହାକୁ ପଲିଶ କରାଯାଏ ।

ଶାମୁକାରେ ନିଉକ୍ଲିୟର ଦେବା ପୂର୍ବରୁ ଓ ପରେ ବହୁତ ସାରା ପ୍ରକ୍ରିୟା କରାଯାଇଥାଏ । ମୋତି ତିଆରି କରିବା ପାଇଁ ଶାମୁକାରେ ପ୍ରତିରୋଧକ ଔଷଧ ଓ ପ୍ରାକୃତିକ ଚାରା ପକାଯାଏ ତାପରେ ଏହାକୁ ପୋଖରୀରେ ଛଡାଯାଏ । ପ୍ରଥମେ ସବୁଦିନ ଓ ତାପରେ ଗୋଟେ ଦିନ ଛାଡି ଗୋଟେ ଦିନ ଏହାର ନିରୀକ୍ଷଣ କରାଯାଏ ।

ଯେଉଁ ଶାମୁକା ଖରାପ ହୋଇଯାଏ ତାକୁ ଔଷଧ ଦେବା ଓ ମୃତ ଶାମୁକାକୁ ବାହାର କରିବା ଓ ବ୍ୟାଗକୁ ସଫା କରିବା ନିହାତି ଆବଶ୍ୟକ । ମୋତିକୁ କେବଳ ଗୋଲ ନୁହେଁ ବିଭିନ୍ନ ଆକାରର ମଧ୍ୟ କରାଯାଇପାରେ । ଏହାକୁ ଡିଜାଇନର ମୋତି କୁହାଯାଏ ।