“ମୋତେ ହିରୋଇଣି ଭଳି ଫିଲ ହେଉଛି, ଲୋକେ ମୋ ସହ ସେଲଫି ନେବା ବେଳେ ଭାରି ମଜା ଆସୁଛି…”, ଟୁଙ୍ଗୁରୁ ଜେଲରେ ଚକି ପେଷୁଛି ଆଉ ପୂଜା ବୁଲି ମଜା ନେଉଛି ବର୍ଷା

କାଲି ମୋତେ ସବୁଆଡେ ଚର୍ଚ୍ଚା ହେଉଥିଲା, ଆଉ ମୁଁ ହିରୋଇଣି ହୋଇଥିଲି । ଆଉ ଯାହା ପାଇଁ ମୁଁ ହିରୋଇଣି ହୋଇଥିଲି ସେ ଆଜି ଜେଲରେ ଅଛି । ତାକୁ ଜେଲରେ ମୁଁ ପୁରେଇଛି । ବଳାତ୍କାର ଅଭିଯୋଗ ଏବଂ ମୋ ଠାରୁ ୫୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଟୁଙ୍ଗୁରୁ ଭୋଳକୁ ମୁଁ ଜେଲରେ ପୁରେଇଛି । ଆଉ ମୁଁ କାଲି ବି ହିରୋଇଣି ଥିଲି, ଆଜି ବି ହିରୋଇଣି ଅଛି। କାରଣ ସେପଟେ ଟୁଙ୍ଗୁରୁ ଜେଲରେ ଥିବା ବେଳେ ମୁଁ ଖୁସିରେ ଦୁର୍ଗାପୂଜା ବୁଲୁଛି ।

ଆଉ ବୁଲିବା ବେଳେ ମୋ ସହ ସେଲଫି ନେବା ପାଇଁ କେତେ କିଏ ଧାଇଁ ଆସୁଛନ୍ତି । ଆଉ ଏସବୁକୁ ଦେଖିଲା ପରେ ମୋତେ ଲାଗୁଛି ସତରେ ମୁଁ ହିରୋଇଣି । ଖାଲି ଓଡିଶା ନୁହେଁ ସାରା ଦେଶରେ ମୋ ଚର୍ଚ୍ଚା ହୋଇଥିଲା । ଆଉ ସମସ୍ତେ ଜାଣିଥିଲେ ଟୁଙ୍ଗୁରୁ ଏବଂ ବର୍ଷାର ପ୍ରେମ କାହାଣୀ । ସେଥିପାଇଁ ତ ମୁଁ ହିରୋଇଣି ହୋଇଗଲି । ହେଲେ ମୋ ପ୍ରେମକୁ ବଦଳରେ ମୋତେ ଧୋକା ଦେଲା ଟୁଙ୍ଗୁରୁ । ଏବେ ଟୁଙ୍ଗୁରୁ ଜେଲରେ ଅଛି ହେଲେ ମୁଁ ଦଶହରା ମେଢ ଦେଖିବାକୁ ଆସିଛି ।

ଆଉ ମୋତେ ଦେଖିବା ପାଇଁ ଏବଂ ମୋ ସହ ସେଲଫି ନେବା ପାଇଁ କେତେ କିଏ ବାୟା ହେଉଛନ୍ତି । ମୋତେ ସମସ୍ତେ ହିରୋଇଣି ହିରୋଇଣି କହି ପଛରେ ପଡ଼ୁଛନ୍ତି ଓ ମ୍ୟାଡାମ ସେଲଫି ଗୋଟେ ନେବି କହି ମୋ ପଛରେ ଧାଇଁ ଗୋଡାଉଛନ୍ତି । ଏସବୁକୁ ଦେଖି ମୁଁ ଭାରି ଖୁସି ହୋଇଯାଉଛି । ଟୁଙ୍ଗୁରୁକୁ ମୁଁ ଯେତେ ବୁଝେଇଲି କି ତୁ ହିରୋ ଆଉ ମୁଁ ହିରୋଇଣି ହେଇଯିବା ବୋଲି ସେ ମୋ କଥା ଶୁଣିଲାନି ।

ହେଲେ ଟୁଙ୍ଗୁରୁ ନବୁଝି ମଦ ପିଇଲା, ମୋ ଠାରୁ ଟଙ୍କା ନେଲା ଆଉ ମୋତେ ମାଡ ମାରିଲା । ଏଥର ମୁଁ ଆଉ ସହି ପାରିଲିନି । ଥାନାରେ ଆଉ ଗୋଟିଏ ଏଫଆଇଆର ଦେଲି, ଫଳରେ ଟୁଙ୍ଗୁରୁ ଏବେ ଥାନାରେ ଚକି ପେଷୁଛି । ସେ ହିରୋ ହଉ କି ନ ହଉ କିନ୍ତୁ ମୁଁ ହିରୋଇଣି ହେଇଗଲି । ମୋତେ ହିରୋଇଣି କହି ମୋ ସହ ଫଟୋ ଉଠେଇବାକୁ ଲୋକେ ଆସୁଥିବା ବେଳେ ମୋତେ ଭାରି ମଜା ଲାଗୁଛି ।

ଏଭଳି କିଛି ବର୍ତ୍ତମାନ ଅନୁଭବ କରୁଛନ୍ତି ଚର୍ଚ୍ଚିତ ବର୍ଷା ଭୋଳ । ରାଜ୍ୟରେ ଟୁଙ୍ଗୁରୁ ଓ ବର୍ଷାଙ୍କ ପ୍ରେମ କାହାଣୀ ବେଶ ଭାଇରାଲ ହୋଇଥିବା ବେଳେ ଏବେ ଟୁଙ୍ଗୁରୁ ଜେଲରେ । ଆଉ ବର୍ଷା ସାଜିଛନ୍ତି ହିରୋଇଣି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।