ମୋଟାପଣ କମ କରିବା ପାଇଁ ସାହାଯ୍ୟ କରିଥାଏ କମଳା, ଜାଣନ୍ତୁ କେମିତି

ମିଠା କମଳା ରେ ମିଳିଥିବା ଏକ ମାଲିକ୍ୟୁଲ ମୋଟାପଣ କମ କରିବା ପାଇଁ ଓ ଏହାର ବିପରୀତ ପ୍ରଭାବରୁ ବଞ୍ଚିବା ରେ ସହାୟକ ହୋଇଥାଏ । ମୂଷା ଉପରେ ଅଧ୍ୟୟନ କରିବା ପରେ ନୋବିଲେଟିନ ନାମକ ମାଲିକ୍ୟୁଲ ସାମ୍ନାକୁ ଆସିଥିଲା । ଜର୍ଣାଲ ଅଫ ଲିପିଡ ରିସର୍ଚରେ ପ୍ରକାଶିତ କରାଯାଇଛି ଯେ ଯେଉଁ ମୂଷାକୁ କୋଲେଷ୍ଟ୍ରାଲ ଯୁକ୍ତ ଖାଦ୍ୟ ସହ ନୋବିଲେଟିନ ଦିଆ ଯାଇଥିଲା, ସେ ଅନ୍ୟ ମୂଷମାନଙ୍କ ତୁଳନାରେ ଅଧିକ ପତଳା ରହିଥିଲା ।

ଏହା ବି ଜଣାଯାଇଛି ଯେ ଆଗରୁ ମୋଟାପଣ ର କୁପ୍ରଭାବକୁ ସାମ୍ନା କରୁଥିବା ମୂଷା ଏବେ ସେଥିରୁ ରକ୍ଷା ପାଇଁ ସକ୍ଷମ ହୋଇଛି ।

ମେଟଫାର୍ମିନି ପରି ଡାଇବିଟିସ ଓଷଧ ଏହିପରି କାମ କରିଥାଏ ।

ପ୍ରିବାୟୋଟିକ୍ସ ରେ ହେବ ଅନିଦ୍ରାର ଚିକିତ୍ସା

ଭାଗଦୌଡ ଜୀବନରେ ଅନିଦ୍ରା ଶରୀର ର ଏକ ଗଭୀର ସମସ୍ୟା ହୋଇଯାଇଛି । ପ୍ରିବାୟୋଟିକ୍ସ ପେଟ ଭଲ ରଖିବା ସହ ଭଲ ନିଦ ଆଣିବାରେ ସାହାଯ୍ୟ କରେ । ଅନୁସନ୍ଧାନକାରିଙ୍କ ମତ ଅନୁଯାୟୀ ଏହା ପେଟର ବ୍ୟାକ୍ଟେରିଆ କୁ ସକ୍ରିୟ ରଖିବା ସହ ଚିନ୍ତା ଦୂରକରି ଭଲ ନିଦହଉଚି ଆଣିବାରେ ସହାୟକ ହୋଇଥାଏ ।

ବିଜ୍ଞାନ ପତ୍ରିକା ସାଇଣ୍ଟିଫିକ ରିପୋର୍ଟ ରେ ଏହା ପ୍ରକାଶ କରାଯାଇଛି । ଅନୁସନ୍ଧାନକାରି ରବର୍ଟ ଥାମ୍ପସନ କହିଛନ୍ତି କି ଏହିଫାଇବର କେବଳ ଖାଇବା ଓ ରୋଷେଇ ର କାମରେ ଆସି ନଥାଏ । ମତିଷ୍କ ଉପରେ ଏହାର ପ୍ରଭାବ ପକାଇ ଥାଏ । ସବୁଠୁ ଅଧିକାଂଶ ଲୋକ ଅନିଦ୍ରା ରେ ପୀଡ଼ିତ । କେବଳ ଆମେରିକାରେ ଏଥିରେ ସାତ କୋଟି ଲୋକ ପ୍ରଭାବିତ । ଏହି ପରୀକ୍ଷଣ ଏହାର ଚିକିତ୍ସାର ନୂଆ ରାସ୍ତା ପ୍ରସ୍ତୁତ କରିପାରେ ।