ପିଏମ ମୋଦୀ କରିଥିଲେ ଉଦ୍ଘାଟନ, ୧୧୫ କୋଟି ଟଙ୍କାରେ ବନିଥିଲା ରେଲୱେ ଷ୍ଟେସନ, କିନ୍ତୁ ଆୟ ହୋଇଥାଏ ଦୈନିକ କେବଳ ୨୦ ଟଙ୍କା

ଯାତ୍ରୀମାନଙ୍କୁ ଗୋଟିଏ ସହରରୁ ଅନ୍ୟ ଏକ ସହରକୁ ଯିବା ଆସିବା ପାଇଁ କୌଣସି ପ୍ରକାରର ସମସ୍ୟା ନ ହେଉ ସେଥିପାଇଁ ଆମ ଓଡିଶାରେ ବିଛୁପାଲି ରେଲୱେ ଷ୍ଟେସନର ନିର୍ମାଣ କରାଯାଇଥିଲା । ୧୫ କିଲୋମିଟର ଲମ୍ବା ଏହି ଟ୍ରାକକୁ ତିଆରି କରିବା ପାଇଁ ୧୧୫ କୋଟି ଟଙ୍କା ଖର୍ଚ୍ଚ ଆସିଥିଲା । କିନ୍ତୁ ଏହି ଷ୍ଟେସନ ଏତେ ଖରାପ ଅବସ୍ଥାରେ ଅଛି କି ଏହି ରେଳ ଷ୍ଟେସନରୁ ସବୁଦିନର ଆୟ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଷ୍ଟେସନରୁ ସବୁଦିନ ମାତ୍ର ୨୦ ଟଙ୍କା ଆୟ ହୋଇଥାଏ ।

ଏକ ଆରଟୀଆଈରେ ପଚରାଯାଇଥିବା ପ୍ରଶ୍ନର ଜବାବରେ ଜଣା ପଡିଲା କି ବିଛୁପାଲି ରେଲୱେ ଷ୍ଟେସନରୁ ସବୁଦିନ କେବଳ ୨ ଜଣ ଯାତ୍ରୀ ଯାତ୍ରା କରିଥାନ୍ତି । ଏକ ବର୍ଷ ପରେ ବି ଏଠି ଯାତ୍ରୀମାନଙ୍କ ସଂଖ୍ୟା ବଢି ନାହିଁ । ସେଥିପାଇଁ ଏହି ଷ୍ଟେସନରୁ ରେଲୱେର ଆୟ ପ୍ରତିଦିନ ମାତ୍ର ୨୦ ଟଙ୍କା ଅଟେ । ଏହି ଷ୍ଟେସନରେ ମାସ୍ଟର ସମେତ ଚାରି ଜଣ କର୍ମଚାରୀ ବି କାମ କରନ୍ତି ।

ଷ୍ଟେସନର ଖର୍ଚ୍ଚ ପାଖାପାଖି ୩.୫ ଲକ୍ଷ ଟଙ୍କା ଅଟେ । ବିଛୁପାଲୀରୁ ବଲାଙ୍ଗୀର ମଧ୍ୟରେ ୩ କୋଚ ବାଲା ଦୁଇଟି ପ୍ୟାସେଞ୍ଜର ଟ୍ରେନ ଚାଲିଥାଏ । ଯେଉଁଥିରୁ ଗୋଟିଏ ଟ୍ରେନ ସକାଳ ୬ଟା ୩୦ ମିନିଟରେ ପ୍ରସ୍ଥାନ କରିଥାଏ, ଯେତେବେଳେ କି ଦ୍ଵିତୀୟ ଟ୍ରେନଟି ଦ୍ଵିପହର ୧.୩୦ ସମୟରେ ଚାଲିଥାଏ । ଆପଣଙ୍କୁ କହିଦେଉଛୁ କି ପିଏମ ନରେନ୍ଦ୍ର ମୋଦୀ ଗତ ବର୍ଷ ଓଡିଶା ଆସି ବିଛୁପାଲି ରେଲୱେ ସ୍ଟେଶନର ଉଦ୍ଘାଟନ କରିଥିଲେ ।