ମୋଦୀ ଦେଲେ ଚୀନକୁ ଚେତାବନୀ, କହିଲେ- ଭ୍ରମରେ ରୁହନି, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବାକୁ ଦେବୁନି, ଭାରତ ପାଖରେ ଯଥା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ହିଂସାକୁ ନେଇ ଚୀନକୁ ଚେତାବନୀ ଦେଇଛନ୍ତି ଓ କହିଛନ୍ତି କି ଭାରତର ଅଖଣ୍ଡତା ଏବଂ ସଂପ୍ରଭୁତା ସର୍ବୋଚ୍ଚ ଅଟେ ଓ ଏହାକୁ ରକ୍ଷା କରିବା ପାଇଁ ଆମକୁ କେହି ବି ଅଟକାଇ ପାରିବ ନାହିଁ । ବୁଧବାର ଦିନ ପିଏମ ମୋଦୀ କହିଲେ କି ମୁଁ ଦେଶବାସୀଙ୍କୁ ବିଶ୍ୱାସ ଦେଉଛି କି ଆମର ଯବାନମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ଭାରତ ଶାନ୍ତି ଚାହୁଁଛି ।

କିନ୍ତୁ ଭାରତ ଉପରେ ଆକ୍ରମଣ କରିଲେ ଭାରତ ବି ତାହାର ଜବାବ ଦେବାର କ୍ଷମତା ରଖିଛି । ଏହା ବିଷୟରେ କାହାକୁ ବି ଭ୍ରମ କିମ୍ବା ସନ୍ଦେହ ରହିବା ଉଚିତ ନୁହେଁ ।

ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବା ପୂର୍ବରୁ ଏହି କଥା କହିଲେ

କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରାସକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍‍ଫ୍ରେଂସିଂଗ ଜରିଆରେ କଥାବାର୍ତ୍ତା କରିଥିଲେ । ଏହି କଥାବାର୍ତ୍ତା ପୂର୍ବରୁ ନରେନ୍ଦ୍ର ମୋଦୀ ସଂକ୍ଷିପ୍ତ ସମ୍ବୋଧନରେ ଚୀନ କଥା ଉଠାଇଥିଲେ । ମୋଦୀ କହିଲେ କି ଆମେ ସବୁବେଳେ ସହଯୋଗ ଓ ବନ୍ଧୁତା ଉପାୟରେ କାମ କରିଛୁ । ଭାରତ ସବୁବେଳେ ବିଶ୍ଵର କଲ୍ୟାଣର କାମନା କରିଥାଏ । ଯେଉଁଠି ମତଭେଦ ଥିଲା, ସେଠି ବି ଆମେ ସର୍ବଦା ଏହା ଚେଷ୍ଟା କରିଛୁ କି ବିବାଦ ନ ହେଉ ।

ଭାରତ ସବୁବେଳେ ଶାନ୍ତି ଚାହେଁ । କିନ୍ତୁ ଆମ ପଛରେ ଲାଗିଲେ ଆମେ ବି ଏହାର ଜବାବ ଦେଇ ପାରିବୁ । ଆମେ କେବେ ବି କାହା ପଛରେ ଲାଗି ନ ଥାଉ । କିନ୍ତୁ ଆମେ ଆମ ଦେଶର ଅଖଣ୍ଡତା ଓ ସଂପ୍ରଭୁତା ସହ ବୁଝାମଣା ବି କରିବୁ ନାହିଁ । ପ୍ରଧାନମନ୍ତ୍ରୀ କହିଲେ କି ଆମ ପଛରେ ଲାଗିଲେ ଆମେ ଉଚିତ ଜବାବ ଦେବା ଜାଣିଛୁ । ଭାରତ ଆମେ ଆମ୍ର ଅଖଣ୍ଡତା ଓ ସଂପ୍ରଭୁତା ସହିତ ବୁଝାମଣା କରିବୁ ନାହିଁ ।

ଆମେ ଦରକାର ପଡିଲେ ଆମର କ୍ଷମତାକୁ ପ୍ରମାଣିତ କରିଛୁ । ତ୍ୟାଗ ଆମର ରାଷ୍ଟ୍ରୀୟ ଚରିତ୍ରର ଅଂଶ ଅଟେ । ଏହା ସହିତ ବିରତା ବି ଆମର ଚରିତ୍ରର ଅଂଶ ଅଟେ ।

ଆମ ଦେଶର ସୁରକ୍ଷା କରିବୁ

ମୋଦୀ ସହିଦ ଯବାନମାନଙ୍କୁ ମନେ ପକାଇ କହିଲେ କି ମୁଁ ଦେଶକୁ ବିଶ୍ଵାସ ଦେଉଛି କି ଆମର ଯବାନମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ମୁଁ ସହିଦଙ୍କ ପ୍ରତି ଶୋକ ସମ୍ବେଦନା ବ୍ୟକ୍ତ କରୁଛୁ । ତାଙ୍କର ପରିଜନଙ୍କୁ ବିଶ୍ଵାସ ଦେଉଛୁ କି ଦେଶ ଆପଣଙ୍କ ସହିତ ଅଛି । ଦେଶକୁ ଏହି କଥା ଉପରେ ଗର୍ବ ଅଛି କି ସେ ନିଜର ଜୀବନ ମାତୃଭୂମି ପାଇଁ ତ୍ୟାଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଦେଶର ଜନତାଙ୍କୁ ବିଶ୍ଵାସ ଦେଇଛନ୍ତି କି ଆମେ ସ୍ଵାଭିମାନ ଓ ଦେଶର ଏକ ଇଞ୍ଚ ମାଟିର ବି ରକ୍ଷା କରିବୁ ।

ମୌନ ରହି ଦେଲେ ଶ୍ରଦ୍ଧାଞ୍ଜଳି

ଚୀନ ସହ ଯୁଧ୍ୟରେ ସହିଦ ହୋଇଥିବା ୨୦ ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ପିଏମ ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଦୁଇ ମିନିଟ ପର୍ଯ୍ୟନ୍ତ ମୌନ ବି ରଖିଲେ । ଏହା ପରେ କରୋନାକୁ ନେଇ ନିଜର ବୈଠକ ଆରମ୍ଭ କରିଲେ ।

୧୯ ତାରିଖକୁ ସର୍ବଦଳୀୟ ବୈଠକ

ଚୀନ ସହିତ ଲଦ୍ଦାଖରେ ହୋଇଥିବା ହିଂସାକୁ ନେଇ ପିଏମ ମୋଦୀ ୧୯ ଜୁନକୁ ସର୍ବଦଳୀୟ ବୈଠକ ବି ଡାକିଛନ୍ତି । ଏହି ବୈଠକରେ ଚୀନ ସହିତ ଚାଲୁଥିବା ସୀମା ବିବାଦ ଉପରେ ଚର୍ଚା କରାଯିବା ଉଚିତ । କହିଦେଉଛୁ କି ଲଦ୍ଦାଖର ଗଲୱାନ ଘାଟୀରେ ସୋମବାର ରାତିରେ ଚୀନ ଓ ଭାରତ ସେନା ମଧ୍ୟରେ ବିବାଦ ହୋଇ ଯାଇ ଥିଲା ଓ ଏହି ବିବାଦରେ ଭାରତ ସେନାର ୨୦ ଜଣ ଯବାନ ସହିଦ ହୋଇ ଯାଇ ଥିଲେ ।

ଯେତେବେଳେ କି ୪ ଜଣ ଯବାନ ଆଘାତ ହୋଇଛନ୍ତି । ଏହି ବିବାଦ ସମୟରେ ଚୀନର ଯବାନମାନେ ପଥର ଓ ବାଡିର ବ୍ୟବହାର କରିଥିଲେ । ଭାରତ ତରଫରୁ ବି ଚୀନକୁ ମୁହଁ ତୋଡ ଜବାବ ଦିଆ ଯାଇ ଥିଲା । ଏହି ବିବାଦରେ ୪୦ରୁ ଅଧିକ ଚିନୀ ସୈନିକ ମୃତ୍ୟୁ ବରଣ କରିଛନ୍ତି ବୋଲି ଖବର ଆସୁଛି । କିନ୍ତୁ ଚୀନ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ବି ପୁଷ୍ଟି କରା ଯାଇ ନାହିଁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।