ମହଙ୍ଗା ହେବ ମୋବାଇଲ ସେବା, ଏଣିକି ଆପଣଙ୍କୁ ଦେବାକୁ ପଡିବ ୧୦ ଗୁଣା ଅଧିକ ଟଙ୍କା, ଜାଣନ୍ତୁ କାହିଁକି

ମୋବାଇଲ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ ଖବର । ଖବର ଅନୁସାରେ ଜଣା ପଡିଛି କି ଆସନ୍ତା ଦିନରେ ସେମାନଙ୍କ ପାଇଁ ମୋବାଇଲ ରେ ଗପିବା ମହଙ୍ଗା ପଡିପାରେ । ଆସନ୍ତା ଦିନରେ ଏଥିପାଇଁ ଆପଣଙ୍କୁ ଅଧିକ 10 ଗୁଣା ଟଙ୍କା ଦେବାକୁ ପଡିପାରେ । ସୋସିଆଲ ମିଡିଆ ରେ ପ୍ରକାଶିତ ଖବର ଅନୁସାରେ ଆସନ୍ତା ଦିନରେ ଡାଟା ଚାର୍ଜ ଓ ଭୟେସ କଲ ଚାର୍ଜ ଉଭୟ ୧୦ ଗୁଣା ବୃଦ୍ଧି ପାଇବ । ଆସନ୍ତା ୭ ମାସ ମଧ୍ୟରେ Airtel ଓ Vodafone କୁ ସ୍ଥିର ହୋଇଥିବା ସେମାନଙ୍କ ମୋଟ ରାଜସ୍ଵର ପ୍ରାୟ ୧୦ % ଦେବାକୁ ପଡିବ ।

ଯାହା ଫଳରେ ଟେଲିକମ କମ୍ପାନୀ ନିଜର ଶୁଳ୍କ ବୃଦ୍ଧି କରି ପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ସୁପ୍ରୀମ କୋର୍ଟ ଟେଲିକମ ଅପେରଟର ମାନଙ୍କୁ ୩୧ ମାର୍ଚ୍ଚ ୨୦୨୧ ସୁଧା ନିଜର ବାକି ଥିବା ଏଜିଆର ର ୧୦ % ଜାମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓ ବାକି ସବୁ ଟଙ୍କା ସେମାନେ ୧୦ କିସ୍ତିରେ ଜମା କରିପାରିବେ ବୋଲି ଅନୁମତି ଦେଇଛନ୍ତି ।

ଯାହା ମାର୍ଚ ୩୧ ତାରିଖ ୨୦୨୨ ରୁ ଆରମ୍ଭ ହେବ । ଏହା ଅନୁସାରେ ଭାରତୀୟ Airtel କୁ ମାର୍ଚ୍ଚ ସୁଧା ପ୍ରାୟ ୨୬୦୦ କୋଟି ଟଙ୍କା ପରିଶୋଧ କରିବା ପଡିବ ଓ vodafone କୁ ୫୦୦୦ କୋଟି ଟଙ୍କା ପରିଶୋଧ କରିବା ପଡିବ । ତେଣୁ କମ୍ପାନୀକୁ ରାଜସ୍ୱ ବାବଦକୁ ପ୍ରତି ଗ୍ରାହକଙ୍କ ପିଛା ୧୦ % ଓ ୨୭% ବୃଦ୍ଧି କରିବାକୁ ପଡିବ ।

ତେବେ ଏଥିରୁ ଜଣା ପଡୁଛି ସୁପ୍ରୀମ କୋର୍ଟ ର ଏପରି ନିସ୍ପତି ପରେ କମ୍ପାନୀ ମାନେ ଟଙ୍କା ପରିଶୋଧ କରିବା ପାଇଁ ନିଜର ଟାରିଫ ପ୍ଳାନ କୁ ବଢାଇବାର ଯୋଜନା କରି ପାରନ୍ତି । ଯେଉଁ କାରଣରୁ ଉଭୟ ଭୟେସ କଲ ଓ ଡାଟା ସେବା ପାଇଁ ଅଧିକ ଟଙ୍କା ଦେବାକୁ ପଡିପାରେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।