ମୋବାଇଲ ଫାଟିବା ପୂର୍ବରୁ ମିଳିଥାଏ ଏହି ସବୁ ସଂକେତ, ଏବେହିଁ ଜାଣନ୍ତୁ ଓ ହେଇ ଯାଆନ୍ତୁ ସାବଧାନ

ଆଜିକାଲିର ଡିଜିଟାଲ ଦୁନିଆରେ ମୋବାଇଲ ଫୋନ ଜୀବନର ଏକ ମହତ୍ଵପୂର୍ଣ୍ଣ ଅଙ୍ଗ ସଙ୍ଗେ ସମାନ ଅଟେ । ମୋବାଇଲ ବିନା ରହିବା ପ୍ରାୟତଃ ଅସମ୍ଭବ ଅଟେ । ଯେମିତି କି ସବୁ ଜିନିଷର କିଛି ଭଲ ଗୁଣ ଥାଏ ଓ କିଛି ଖରାପ ଗୁଣ ମଧ୍ୟ ଥାଏ ଠିକ ସେହିଭଳି ମୋବାଇଲର ମଧ୍ୟ କିଛି ଭଲ ଗୁଣ ଓ କିଛି ଖରାପ ଗୁଣ ବି ଅଛି । କେତେକ ସମୟରେ ମୋବାଇଲ ଫୋନ ଜୀବନ ପାଇଁ ଅଭିଶାପ ହୋଇଯିବାର ବି ଆପଣ ଦେଖିଥିବେ ।

ମୋବାଇଲ ଫାଟିବା ଦ୍ଵାରା ବ୍ୟକ୍ତି ଆଘାତ ହୋଇଯିବାର ବହୁତ ଘଟଣା ବିଷୟରେ ବି ଆପଣ ଶୁଣିଥିବେ । ଆପଣଙ୍କୁ କହିଦେଉଛୁ କି ମୋବାଇଲ ଫାଟିବା ପୂର୍ବରୁ କିଛି ସଂକେତ ଦେଇଥାଏ । ଆଜି ଆମେ ଆପଣଙ୍କୁ ସେହି ସବୁ ସଂକେତ ବିଷୟରେ କହିବୁ ।

ଲିଥିୟମ ଆୟନରେ ନିର୍ମିତ ବ୍ୟାଟେରୀ ଚାର୍ଜ କରିବା ସମୟରେ ଯଦି ଗରମ ହୋଇ ଯାଉଛି କିମ୍ବା ମୋବାଇଲକୁ ଅଧିକ ବ୍ୟବହାର କରିବା ଦ୍ଵାରା ମଧ୍ୟ ଯଦି ଏହା ଗରମ ହୋଇ ଯାଉଛି ତେବେ ତୁରନ୍ତ ନିଜର ମୋବାଇଲକୁ ବଦଳାଇ ଦିଅନ୍ତୁ । କାରଣ ଏହା ଫାଟିବାର ଏକ ପୂର୍ବ ସଂକେତ ଅଟେ ।

ଯଦି ଆପଣଙ୍କ ମୋବାଇଲର ବ୍ୟାଟେରୀ ଫୁଲି ଯାଉଛି ତେବେ ଏହା କେତେବେଳେ ବି ଫାଟିପାରେ । ସେଥିପାଇଁ ଆପଣ ନିଜର ମୋବାଇଲକୁ କିମ୍ବା ମୋବାଇଲର ବ୍ୟାଟେରୀକୁ ଜଲ୍ଦି ବଦଳାଇ ଦିଅନ୍ତୁ ଓ ନୂଆ ମୋବାଇଲ ବ୍ୟବହାର କରନ୍ତୁ ।

କହିବାକୁ ଗଲେ ବର୍ତ୍ତମାନ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ଅଛି । ଯାହାର ବ୍ୟାଟେରୀକୁ ଆପଣ ବାହାର କରି ପାରିବେ ନାହିଁ । ତେବେ ଏହି ସମୟରେ ଧ୍ୟାନ ଦିଅନ୍ତୁ କି ଯଦି ମୋବାଇଲ ଚାର୍ଜ କରିବା ସମୟରେ ଉଭୟ ଚାର୍ଜର ଓ ମୋବାଇଲ ଗରମ ହୋଇ ଯାଉଛି ତେବେ ସଙ୍ଗେ ସଙ୍ଗେ ଚାର୍ଜିଂ ପଏନ୍ଟକୁ ବନ୍ଦ କରି ଦିଅନ୍ତୁ ଓ ଯେତେ ଶୀଘ୍ର ନୂଆ ମୋବାଇଲ ବ୍ୟବହାର କରନ୍ତୁ ।

ଏହା ସହିତ ଯଦି ଆପଣ ନିଜର ମୋବାଇଲ ଫୋନକୁ କମ ତାପମାତ୍ରାରେ ମାନେ କମ ଭୋଲଟେଜ ଥିବା ସମୟରେ ଚାର୍ଜ କରୁଛନ୍ତି ତେବେ ବି ମୋବାଇଲ ବ୍ୟାଟେରୀ ଫାଟିବାର ସମ୍ଭାବନା ଅଧିକ ଥାଏ । ଲିଥିୟମ ବ୍ୟାଟେରୀକୁ ଅଧିକ ଥଣ୍ଡା ଥିବା ସ୍ଥାନରେ ବି ଚାର୍ଜ କରିବା ଭୟଙ୍କର ହୋଇଥାଏ ।

ଚାର୍ଜିଂ କରିବା ସମୟରେ ବି ଯଦି ଆପଣ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି ତେବେ ଏହି ସମୟରେ ବି ମୋବାଇଲ ଫୋନ ଫାଟିପାରେ । କାରଣ ଏହି ସମୟରେ ମୋବାଇଲ ଫୋନର ମଦରବୋର୍ଡ ଉପରେ ଅଧିକ ପ୍ରଭାବ ପଡିଥାଏ । ସେଥିପାଇଁ ମୋବାଇଲ ଫାଟିବାର ଅଧିକ ସମ୍ଭାବନା ରହିଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଇଣ୍ଟରନ୍ୟାସନାଲ କଲ କିମ୍ବା ମିସ୍ସଡକଲ ଆସିବା ଦ୍ଵାରା ବି ମୋବାଇଲ ଫୋନ ଫାଟିବାର ସମ୍ଭାବନା ଥାଏ । ସେଥିପାଇଁ ମୋବାଇଲକୁ ଚାର୍ଜ ଓ ବ୍ୟବହାର କରିବା ସମୟରେ ଏହି ସବୁ କଥାର ଧ୍ୟାନ ରଖିବା ଉଚିତ ।

ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।