ମୋ ଅସଲ ନାଁ Draupadi ନୁହେଁ…, ଶପଥ ଗ୍ରହଣ ସଭାରେ ଅଭିଭାଷଣ ବେଳେ ନିଜ ନାଁକୁ ନେଇ ବଡ ଖୁଲାସା କଲେ ରାଷ୍ଟ୍ରପତି Draupadi Murmu

ଗତକାଲି ଭାରତବର୍ଷର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଶପଥ ଗ୍ରହଣ ସଭାରେ ତାଙ୍କର ଅଭିଭାଷଣକୁ ନେଇ ଏବେ ସବୁ ମହଲରେ ପ୍ରଶଂସା କରାଯାଉଛି । ତାଙ୍କ ଭାଷଣରେ ଯେଉଁ ଓଡିଆପଣ ପ୍ରତିଫଳିତ ହୋଇଛି ତାହାକୁ ନେଇ ଓଡିଶାବାସୀ ବେଶ ଗର୍ବ ଅନୁଭବ କରୁଛନ୍ତି । ଦ୍ରୌପଦୀଙ୍କ ବାପାମା’ ଦ୍ରୌପଦୀଙ୍କ ନାମ ଦ୍ରୌପଦୀ ବୋଲି ଦେଇ ନଥିଲେ । ଦ୍ରୌପଦୀଙ୍କ ପ୍ରକୃତ ନାଁ ଥିଲା ପୁଟି ।

ଛୋଟବେଳେ ନିଜ ଗାଁରେ ସେ ଏହି ନାଁରେ ପରିଚିତ ଥିଲେ । ହେଲେ ପରବର୍ତ୍ତୀ ସମୟରେ ପୁଟି ନାଁରେ ପରିବର୍ତ୍ତନ କରାଯାଇ ଦ୍ରୌପଦୀ ରକ୍ଷା ଯାଇଥିଲା । ତେବେ କିଏ ଏବଂ କାହିଁକି ତାଙ୍କ ନାଁରେ ପରିବର୍ତ୍ତନ ଆଣିଥିଲେ ତାହା ବେଶ ରୋଚକ ଅଟେ । ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯେତେବେଳେ ସ୍କୁଲରେ ପଢୁଥିଲେ ସେତେବେଳେ ବାଲେଶ୍ଵର କିମ୍ବା କଟକରୁ ଜଣେ ଶିକ୍ଷକ ତାଙ୍କ ସ୍କୁଲରେ ଶିକ୍ଷକତା କରୁଥିଲେ । ସେହି ଶିକ୍ଷକଙ୍କୁ ପୁଟି ନାମଟି ବିଲକୁଲ ପସନ୍ଦ ଲାଗି ନଥିଲା ।

ତେଣୁ ସେହି ଶିକ୍ଷକ ଜଣଙ୍କ ପୁଟି ନାମ ପରିବର୍ତ୍ତେ ତାଙ୍କ ନାମ ଦ୍ରୌପଦୀ ବୋଲି ରଖିଥିଲେ । ଆଉ ସେହି ଦିନଠାରୁ ତାଙ୍କ ନାମ ଦ୍ରୌପଦୀ ହୋଇଥିଲା । ବିବାହ ପୂର୍ବରୁ ତାଙ୍କର ପୁରା ନାମ ଥିଲା ଦ୍ରୌପଦୀ ଟୁଡୁ । ହେଲେ ଶ୍ୟାମଚରଣ ମୁର୍ମୁଙ୍କୁ ବିବାହ କରିବା ପରେ ତାଙ୍କ ନାମ ଟୁଡୁରୁ ଦ୍ରୌପଦୀ ମୁର୍ମୁକୁ ପରିବର୍ତ୍ତିତ ହୋଇଥିଲା ।

କାଲି ଏକ ଅଖ୍ୟାତ ପଲ୍ଲୀର ପ୍ରାଥମିକ ସ୍କୁଲରେ ପଢୁଥିବା ପୁଟି ଆଜି ସାରା ବିଶ୍ବରେ ଦ୍ରୌପଦୀ ମୁର୍ମୁ ନାମରେ ପରିଚିତ ଅଟନ୍ତି । ଦେଶରେ ସର୍ବୋଚ୍ଚ ପଦବୀରେ ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଆମ ରାଜ୍ୟ ପାଇଁ ସମ୍ମାନ ଓ ନୂତନ ପରିଚୟ ଆଣି ଦେଇଛନ୍ତି । କାଲି ଯେଉଁ ଓଡ଼ିଶାକୁ ଚିହ୍ନିବା ପାଇଁ ଲୋକଙ୍କୁ ମ୍ୟାପ ଦରକାର ଦେଉଥିଲା ସେମାନେ ଓଡିଶାର ନାମକୁ ଆଉ କେବେବି ଭୁଲି ପାରିବେ ନାହିଁ ।

ଏକ ଗରିବ ରାଜ୍ୟ ଭାବେ ପରିଚିତ ଓଡିଶା ଯେ ପଙ୍କରୁ ପଦ୍ମ ଫୁଟିବା ଭଳି ଦେଶକୁ ଏତେ ବଡ ବ୍ୟକ୍ତିତ୍ବଙ୍କ ଅବଦାନ ଦେଇପାରେ ସେଥିରେ ଆଉ ତିଳେ ହେଲେ ବି ସନ୍ଦେହ ନାହିଁ । ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ଓଡିଆ ଭାବେ ଓଡିଶାକୁ ଏକ ନୂଆ ପରିଚୟ ଦେଇଛନ୍ତି କହିଲେ ଅତ୍ଯୁକ୍ତି ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।