ଓଡିଶାର ଏହି ଜାଗାରେ ମିଳିଲା ସତ୍ୟଯୁଗ ସମୟର ଆଶ୍ରମ, ଜାଣିଲେ ଆଶ୍ଚର୍ଯ୍ୟ ହେବେ… ମାଳିକା ବର୍ଣ୍ଣିତ ପୀଠ -Malika Bani

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପ୍ରାଚୀ ନଦୀ କୂଳରେ ଏକ ମଠ ରହିଛି ଯାହାର ନାମ ହେଉଛି ଅନନ୍ତ ବାସୁଦେବ ଆଶ୍ରମ ବିଷୟରେ କିଛି ମହତ୍ବପୂର୍ଣ୍ଣ କଥା କହିବାକୁ ଯାଉଛୁ । କିମ୍ବଦନ୍ତୀ ଅନୁସାରେ ଏହି ଆଶ୍ରମଟି ସତ୍ୟ ଯୁଗରୁ ରହି ଆସିଛି । ଏହି ଆଶ୍ରମଟି ପୂର୍ବରୁ ଗୁପ୍ତ ଭାବେ ରହି ବର୍ତ୍ତମାନ ବିକଶିତ ହେବାରେ ଲାଗିଛି ।

ଏହି ଆଶ୍ରମର ବିଶେଷତ୍ଵ ହେଉଛି ସତ୍ୟ ଯୁଗରେ ଦେବତା ମାନଙ୍କୁ ମହିଷାସୁର ଯେତେବେଳେ ଆକ୍ରମଣ କରିଥିଲେ ସେତେବେଳେ ଦେବତା ମାନେ ଏହି ଆଶ୍ରମରେ ଗୁପ୍ତ ଭାବେ ରହି ମା ଦୂର୍ଗାଙ୍କର ଆରାଧନା କରିଥିଲେ । ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ଏହି ଆଶ୍ରମର କୂଳରେ ବନବାସ କରିଥିଲେ ବୋଲି ଆଖ୍ୟା ରହିଛି । ଦ୍ଵାପର ଯୁଗରେ ପାଣ୍ଡବ ମାନେ ବନବାସ ସମୟରେ ଏହି ଆଶ୍ରମ ଦେଇ ଯାଇଥିଲେ ।

କଲି ଯୁଗରେ ପଞ୍ଚସଖା ମାନେ ଏହି ଆଶ୍ରମର ନଦୀ କୂଳରେ ବସି ଯେଉଁ ସ୍ଥାନରେ ଜ୍ଞାନ ଚର୍ଚ୍ଚା କରୁଥିଲେ ବା ନିରାକାର ସହ ଧ୍ୟାନ କରୁଥିଲେ ସେହି ସ୍ଥାନରେ ଅନେକ ପିଠ ସ୍ଥାପନ କରା ଯାଇଛି । ଏହି ଆଶ୍ରମରେ ଅନନ୍ତ ବାସୁଦେବଙ୍କର ମୂର୍ତ୍ତି ସ୍ଥାପନ କରା ଯାଇଛି । ଏହି ଆଶ୍ରମରେ ଅନନ୍ତ କାଳରୁ ଥିବାରୁ ଭଗବାନ ବିଷ୍ଣୁ ଶୟନ କରି ଥିବାରୁ ଅନନ୍ତ ବାସୁଦେବ ନାମ ରଖା ଯାଇଛି । ଏହି ଆଶ୍ରମରେ ମୁଖ୍ୟତ ୩ଟି କାର୍ଯ୍ୟକ୍ରମ କରାଯାଏ ଯେଉଁଥିରେ ଭକ୍ତ ମାନଙ୍କ ସମାଗମ ହୋଇଥାଏ । ପ୍ରତି ବର୍ଷ ମାଘ ସପ୍ତମୀ ଠାରୁ ଏକାଦଶୀ ଯାଏଁ ଏହି ଆଶ୍ରମରେ ଯଜ୍ଞ କରାଯାଏ ।

ଜ୍ୟେଷ୍ଠ ଶୁକ୍ଲ ଏକାଦଶୀରୁ ପୂର୍ଣ୍ଣିମା ଯାଏଁ ଏହି ଆଶ୍ରମରେ ନାମ ସଙ୍କୀର୍ତ୍ତନ କରାଯାଏ ଯେଉଁଥିରେ ଭକ୍ତ ମାନଙ୍କର ଆଗମନ ହୋଇଥାଏ । ପ୍ରତି ବର୍ଷ ଜନ୍ମାଷ୍ଟମୀ ଏହି ଆଶ୍ରମରେ ଖୁବ ଧୂମ୍ଧାମରେ ପାଳନ କରାଯାଏ । ଭକ୍ତ ମାନେ ଶ୍ରଦ୍ଧାର ସହ ଏଠାରେ ଆଗମନ କରି ଅନନ୍ତ ବାସୁଦେବଙ୍କର ପୂଜା ଆରାଧନା କରିଥାନ୍ତି । ଏହି ଆଶ୍ରମରେ ଏକ ଧ୍ଵନି ଘର ମଧ୍ୟ ରହିଛି ଯାହାର ବିଶେଷତ୍ଵ ହେଉଛି ମାନବ ଜାତିକୁ ଜାଗ୍ରତ କରାଇବା ଅର୍ଥାତ ମଣିଷର ଅନ୍ତରାତ୍ମାକୁ ଜାଗୃତ କରାଇବା । ଏହି ଧ୍ଵନି ଘରଟି ଗତ ୭ ବର୍ଷ ହେବ ସ୍ଥାପନ କରା ଯାଇଛି ।

ସେହି ଦିନରୁ ଏଠାରେ ଅଗ୍ନି ପ୍ରଜୁଳିତ ହେଉଛି କେବେ ବି ଏହି ଧ୍ଵନି ଲିଭି ନାହି । ଏହି ଅଗ୍ନି ଜଳିବାର ବିଶେଶ୍ଵତ ରହିଛି ଜଗତର କଲ୍ୟାଣ ପାଇଁ ଯେପରି ମାନବ ଜାତି ସତ ମାର୍ଗର ପରିଦର୍ଶନ କରି ପାରିବେ । ଏହି ଆଶ୍ରମର ପରିବେଶ ବହୁତ ସୁନ୍ଦର ଓ ଶାନ୍ତ ଅଟେ । ଏଠାରେ ବାସ କରୁଥିବା ସାଧୁ ମାନେ ନିଜର ଶାନ୍ତ ସ୍ବଭାବରେ ଭଗବାନଙ୍କ ନାମ ସ୍ମରଣ କରିଥାନ୍ତି । ବହୁତ ଶ୍ରଦ୍ଧାର ସହ ଏଠାରେ ଅନନ୍ତ ବାସୁଦେବଙ୍କର ପୂଜା ଆରାଧନା କରାଯାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।