ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଥିବା ସବୁ Mig-21 ଯୁଦ୍ଧ ବିମାନ ବନ୍ଦ କରିଦିଆଯିବ, କାହିଁକି ଏଭଳି ନିଷ୍ପତ୍ତି ନେଲା IAF ? ଏହା ବଦଳରେ କେଉଁ ଯୁଦ୍ଧ ବିମାନ ସାମିଲ ହେବ ?

ଭାରତୀୟ ସେନାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଭାରତୀୟ ବାୟୁସେନାରେ ସାମିଲ ରହିଛି ଅନେକ ମିଗ-୨୧ ଯୁଦ୍ଧ ବିମାନ । କିନ୍ତୁ ଆଗକୁ ଆଉ ଏହି ଯୁଦ୍ଧ ବିମାନ ଚାଲିବନି ବୋଲି ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୫ ମସିହା ସୁଦ୍ଧା ବାୟୁସେନାରେ କାର୍ଯ୍ୟରତ ଥିବା ସମସ୍ତ ମିଗ-୨୧ କୁ ବନ୍ଦ କରି ଦିଆଯିବ । ମିଗ-୨୧ ବଦଳରେ ନୂଆ ଲଢୁଆ ବିମାନ ମୁତୟନ କରାଯିବା ।

ଆସନ୍ତା ସେପ୍ଟେମ୍ବର ମାସରେ କିଛି ମିଗ-୨୧ ଯୁଦ୍ଧ ବିମାନକୁ ବନ୍ଦ କରି ଦିଆଯିବ ଓ ସେହିପରି ଆସନ୍ତା ତିନି ବର୍ଷ ମଧ୍ୟରେ ଅବଶିଷ୍ଟ ସମସ୍ତ ମିଗ-୨୧ ଯୁଦ୍ଧ ବିମାନକୁ ଧୀରେ ଧୀରେ ବନ୍ଦ କରି ଦିଆଯିବ । ସେହିପରି ଶ୍ରୀନଗରରେ ଅବସ୍ଥାପିତ ଥିବା ୫୨ ନଂ ସ୍କ୍ବାର୍ଡନକୁ ବନ୍ଦ କରି ଦିଆଯିବ । ଏହି ସ୍କ୍ବାର୍ଡନ “ସୋର୍ଡ ଆର୍ମ” ନାମରେ ବେଶ ପରିଚିତ ।

୨୦୧୯ ଫେବୃୟାରୀରେ ଏଲଓସି ରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନର ଏଫ-୧୬ ବିମାନକୁ ଖସାଇ ଦେଇଥିଲେ ହେଲେ ନିଜେ ମଧ୍ୟ ଆଉ ବର୍ଡରକୁ ଫେରି ପାରି ନଥିଲେ। ସେହି ସମୟରେ ଅଭିନନ୍ଦନ ୫୧ ନଂ ସ୍କ୍ବାର୍ଡନରେ କାମ କରୁଥିଲେ । ମିଗ-୨୧ ଯୁଦ୍ଧ ବିମାନ ଅନେକ ବର୍ଷ ଧରି ଭାରତୀୟ ବାୟୁସେନାକୁ ସେବା ଯୋଗାଇ ଆସୁଛି । କିନ୍ତୁ ରିପୋର୍ଟ ଅନୁଯାୟୀ ଗତ ୬୨ ବର୍ଷ ମଧ୍ୟରେ ପ୍ରାୟ ୪ ଶହରୁ ଅଧିକ ଥର ଏହି ଯୁଦ୍ଧ ବିମାନ ଦୁର୍ଘଟଣା ର ଶିକାର ହୋଇଛି ।

ଆଉ ଏହି ସବୁ ଦୁର୍ଘଟଣା ଗୁଡିକରେ ୨ ଶହ ପାଇଲଟଙ୍କ ଜୀବନ ମଧ୍ୟ ଚାଲିଯାଇଛି । ୧୯୬୩ରେ ପ୍ରଥମେ ସିଙ୍ଗିଲ ଇଞ୍ଜିନ ମିଗ-୨୧ ଲଢୁଆ ବିମାନ ପାଇଥିଲା ବାୟୁସେନା । ସୋଭିଏତ ଋଷରୁ ଆସିଥିବା ଏହି ବିମାନ ଗତ ୬ ଦଶନ୍ଧି ମଧ୍ୟରେ ପ୍ରାୟ ୪ ଶହ ଥରରୁ ଅଧିକ ଥର ଦୁର୍ଘଟଣା ଗ୍ରସ୍ତ ହୋଇଛି ଏବଂ ଏଥିରେ ଅନେକ ପାଇଲଟ ନିଜ ଜୀବନ ମଧ୍ୟ ହରାଇଛନ୍ତି । ଗତ ଦୁଇଦିନ ତଳେ ଏକ ମିଗ-୨୧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇଜଣ ପାଇଲଟଙ୍କ ଜୀବନ ଯିବା ପରେ ବାୟୁସେନା ଏଭଳି ଘୋଷଣା କରିଛି ।

ତେବେ ମିଗ-୨୧କୁ ବନ୍ଦ କରି ଏହା ପରିବର୍ତ୍ତେ ତେଜସ୍ ର ବିଭିନ୍ନ ଭ୍ୟାରିଆଣ୍ଟକୁ କାର୍ଯ୍ୟରତ କରାଇବା ପାଇଁ ବାୟୁସେନା ଯୋଜନା କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।