କରୋନା ଯାଞ୍ଚ କରିବାକୁ ଯାଇଥିବା ମେଡିକାଲ ଟୀମ ସହ ଘଟିଲା କିଛି ଏମିତି ଘଟଣା କି, ଯାହା ଏବେ ସୋସିଆଲ ମିଡିଆରେ ହେଉଛି ଖୁବ ଭାଇରାଲ, ଦେଖନ୍ତୁ Video

କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅନେକ ନିୟମାବଳୀ ଜାରି କରିଛନ୍ତି । ହେଲେ ଏବେ ମଧ୍ୟ ଅନେକ ଗ୍ରାମ ମାନଙ୍କରେ କରୋନାକୁ ନେଇ ଲୋକ ଯଥେଷ୍ଟ ସଚେତନ ହୋଇ ପାରି ନାହାନ୍ତି । ଏହାର ଦୃଷ୍ଟାନ୍ତ ସ୍ୱରୂପ ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ବାରାବାଙ୍କିରେ ।

ଗ୍ରାମ ଲୋକ ମାନଙ୍କର କରୋନା ଯାଞ୍ଚ କରିବାକୁ ଯାଇଥିବା ସମୟରେ ସେମାନଙ୍କ ଆକ୍ରୋଶର ଶି-କା-ର ହୋଇଛନ୍ତି ମେଡିକାଲ ଟିମ୍ । ଉତ୍ତର ପ୍ରଦେଶର ବାରାବାଙ୍କିରେ ହଡକମ୍ପ ହୋଇ ଯାଇଥିଲା, ଯେତେବେଳେ ସେଠାରେ କରୋନା ଯାଞ୍ଚ କରାଇବା ପାଇଁ ଯାଇଥିବା ମେଡିକାଲ ଟିମ୍ କୁ ସେଠାକାର ଲୋକ ମାନେ ଲା-ଠି ଦ-ଣ୍ଡା ନେଇ ଘେ-ରି ଯାଇଥିଲେ ।

ତେବେ ଯାଞ୍ଚ ଟିମ୍ ର ସଦସ୍ୟ କୌଣସି ପ୍ରକାରେ ସେଠାରୁ ଜୀବନ ବଞ୍ଚାଇ ଦୌଡ଼ି ପଳାଇଥିଲେ । ଗ୍ରାମର ମୂରବୀ ଓ ଲୋକଙ୍କ ମଧ୍ୟରେ କଥା ଖଣ୍ଡନ ରୁ ଆରମ୍ଭ ହୋଇ ଥିଲା ଏହି କଳି । ଗ୍ରାମର ଏକ ସଉଦା ଦୋକାନରେ ଯାଞ୍ଚ ଟିମ୍ କରୋନା ଯାଞ୍ଚ କରିବା ଆରମ୍ଭ କରୁଥଲେ । ସଉଦା କିଣିବା ଆଗରୁ ଲୋକଙ୍କୁ କରୋନା ଯାଞ୍ଚ କରିବା ପାଇଁ କହୁଥିଲେ ।

ମାତ୍ର ସେମାନେ ଯାଞ୍ଚ କରିବା ପାଇଁ ମନା କରୁଥିଲେ । ତେବେ ଯାଞ୍ଚ ଟିମ୍ ଜବରଦସ୍ତି କିଛି ଲୋକଙ୍କୁ ଯାଞ୍ଚ କରାଇବା ପାଇଁ ଚେଷ୍ଟା କରିଥିଲେ । ଏପରି ସ୍ଥିତିରେ ଗ୍ରାମ ଲୋକମାନେ ଉ-ତ୍ୟ-କ୍ତ ହୋଇ ଯାଇଥିଲେ ଓ ଯାଞ୍ଚ ଟିମ୍ ଉପରେ ଆ-କ୍ର-ମ-ଣ କରିବା ଆରମ୍ଭ କରି ଦେଇଥିଲେ । ଯେକୌଣସି ମତେ ସେଠାରୁ ପ୍ରାଣ ବିକଳରେ ବଞ୍ଚି, ପୋ-ଲି-ସ ଥା-ନା-ରେ ଅ-ଭି-ଯୋ-ଗ କରିଥିଲେ ଯାଞ୍ଚ ଟିମ୍ ।

ତେବେ ପୋ-ଲି-ସ ସେହି ଅ-ଭି-ଯୋ-ଗ ଅନୁସାରେ ପାଞ୍ଚଟି ଗ୍ରାମର ଲୋକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି । ଏଥିରୁ ସ୍ପଷ୍ଟ ହେଉଛି ଏବେ ମଧ୍ୟ ଅନେକ ସ୍ଥାନରେ ଅନେକ ଲୋକଙ୍କୁ କରୋନା ବିଷୟରେ ସଚେତନ କରାଇବା କେତେ ଆବଶ୍ୟକ ରହିଛି । ଗତ ବର୍ଷ ଠାରୁ ଏବେ ପର୍ଯ୍ୟନ୍ତ କରୋନା ଅନେକ ପ୍ରାଣ ନେଇ ସାରିଛି ଓ ଦେଶର ଲୋକଙ୍କ ଜୀବନ ଜୀବିକା ମଧ୍ୟ କରୋନା ଯୋଗୁଁ ଭୀଷଣ ବାଧାପ୍ରାପ୍ତ ହୋଇଛି ।

ତେବେ ଏତେ କିଛି ର ସାମନା କରିବାକୁ ପଡ଼ିଥିଲେ ମଧ୍ୟ କିଛି ଲୋକ ଏ ପର୍ଯ୍ୟନ୍ତ ସଠିକ୍ ଭାବେ ଏହାକୁ ବୁଝି ପାରୁ ନାହାଁନ୍ତି । ତେବେ ସେମାନଙ୍କୁ ମଧ୍ୟ ବିଶେଷ ସଭା ଓ ପ୍ରଚାର ମାଧ୍ୟମରେ ଭଲରେ ବୁଝାଇ ଦେବା ଆବଶ୍ୟକ ରହିଛି । ଯାହା ଫଳରେ ସେମାନେ ଆପେ ଏଥିପ୍ରତି ସହଯୋଗ କରିବାକୁ ଆଗେଇ ଆସିବେ ଓ ଜବରଦସ୍ତି କରିବାର ଆବଶ୍ୟକ ମଧ୍ୟ ରହିବ ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ