ମୟୂର ପରକୁ ଚୁପଚାପ ଘରର ଏହି ଦିଗରେ ରଖି ଦିଅନ୍ତୁ, ଟଙ୍କାର ହେବ ବର୍ଷା, ମାତା ଲକ୍ଷ୍ମୀଙ୍କର ରହିବ କୃପା

ହିନ୍ଦୁ ଧର୍ମ ଅନୁସାରେ ମୟୂର ପର ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ମୟୂର ପରରେ ସବୁ ଦେବୀ ଦେବତାମାନେ ବାସ କରିଥାନ୍ତି । ଏହା ସହିତ ଆପଣ ସମସ୍ତେ ଜାଣିଛନ୍ତି କି ମୟୂର ଭଗବାନ ଶିବଙ୍କ ପୁତ୍ର କାର୍ତ୍ତିକଙ୍କର ବାହନ ଅଟନ୍ତି । ମୟୂର ଏକ ପବିତ୍ର ପକ୍ଷୀ ଅଟେ । ଏହା ସହିତ ଆପଣ ଦେଖିଥିବେ କି ଭଗବାନ ଶ୍ରୀକୃଷ୍ଣଙ୍କ ମସ୍ତକରେ ବି ମୟୂର ପର ସୁସଜ୍ଜିତ ହୋଇ ଥାଏ । ଜ୍ୟୋତିଷ ଶାସ୍ତ୍ରରେ ବି ମୟୂର ପରକୁ ବହୁତ ମହତ୍ଵ ଦିଆଯାଇଛି ।

ଯଦି ଆପଣ ନିୟମ ଅନୁସାରେ ମୟୂର ପରକୁ ସଠିକ ଦିଗରେ ଓ ସଠିକ ସ୍ଥାନରେ ରଖୁଛନ୍ତି ତେବେ ଆପଣଙ୍କୁ ଏହା ଦ୍ଵାରା ବିଭିନ୍ନ ପ୍ରକାରର ଚମତ୍କାରିତା ଲାଭ ମିଳି ପାରେ । ବାସ୍ତୁ ଶାସ୍ତ୍ର ଅନୁସାରେ ମୟୂର ପର ଘରର ବାସ୍ତୁ ଦୋଷକୁ ଦୂର କରିବାରେ ବି ସାହାର୍ଯ୍ୟ କରିଥାଏ । ତେବେ ଚାଳନ୍ତୁ ଜାଣିବା କି ମୟୂର ପର କେଉଁଭଳି ଭାବରେ ବ୍ୟବହାର କରିବା ଉଚିତ ।

ଘରରେ ନକରାତ୍ମକ ଊର୍ଜା ଥିଲେ

ଯଦି ଘରେ ନକରାତ୍ମକ ଊର୍ଜା ଅଛି ଓ ପରିବାରର ସଦସ୍ୟଙ୍କ ଉନ୍ନତିରେ ବାଧା ଆସୁଛି ତେବେ ଆପଣ ମୁଖ୍ୟ ଦ୍ଵାରା ଉପରେ ଭଗବାନ ଶ୍ରୀ ଗଣେଶଙ୍କ ପ୍ରତିମା ରଖନ୍ତୁ । ଏହା ସହିତ ଏହି ପ୍ରତିମାର ଦୁଇ ପାର୍ଶ୍ଵରେ ଦୁଇଟି ମୟୂର ପର ଲଗାନ୍ତୁ । ଏହା ଦ୍ଵାରା ଘରର ନକରାତ୍ମକ ଊର୍ଜା ସମାପ୍ତ ହୋଇଯିବ । ଏହା ଛଡା ଯଦି ଘରର ଦ୍ଵାର ବାସ୍ତୁ ଅନୁସାରେ ନାହିଁ ତେବେ ଦ୍ଵାର ଉପରେ ତିନୋଟି ମୟୂର ପର ରଖି ଦିଅନ୍ତୁ ।

ଗ୍ରହର ପ୍ରଭାବ

ଯଦି ଘର ଉପରେ ଗ୍ରହର ପ୍ରଭାବ ଅଛି ତେବେ ମୟୂର ପର ନିଅନ୍ତୁ ଓ ତାହା ଉପରେ ଗଙ୍ଗା ପାଣି ପକାନ୍ତୁ ଓ ଏହା ପରେ ଏହି ମୟୂର ପରକୁ ଏହିଭଳି ସ୍ଥାନରେ ରଖନ୍ତୁ ଯାହାକୁ କେହି ବି ଦେଖି ପାରିବେ ନାହିଁ । ଏହା ଦ୍ଵାରା ଗ୍ରହର ପ୍ରଭାବ କମ ହୋଇଯାଏ ।

ଖରାପ ନଜର ଲାଗିବା

ଯଦି ଘରର କୌଣସି ସଦସ୍ୟ କିମ୍ବା ଛୋଟ ପିଲା ଉପରେ ଖରାପ ନଜର ଲାଗିଛି ତେବେ ଶୋଇବା ସମୟରେ ସେହି ବ୍ୟକ୍ତିର ତକିଆ ତଳେ ମୟୂର ପର ଅବଶ୍ୟ ରଖନ୍ତୁ । ଏହା ପରେ ଏହି ମୟୂର ପରକୁ କୌଣସି ପ୍ରବାହିତ ପାଣିରେ ପକାଇ ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଖରାପ ନଜରର ପ୍ରଭାବ କମ ହୋଇଯାଏ ।

ପଢାରେ ମନ ନ ଲାଗିବା

ଯଦି ପିଲାମାନଙ୍କର ମନ ନିଜ ପାଠପଢାରେ ଲାଗୁ ନାହିଁ ତେବେ ବିଦ୍ୟାର୍ଥୀମାନେ ମାତା ସରସ୍ଵତୀଙ୍କ ସାମ୍ନାରେ ମୟୂର ପର ରଖି ଓଁ ଐଂ ସରସ୍ୱତ୍ଯୈ ନମଃ ମନ୍ତ୍ର ଜପ କରନ୍ତୁ ଓ ଏହା ପରେ ସେହି ମୟୂର ପରକୁ ନିଜ ବହିରେ ରଖି ଦିଅନ୍ତୁ । ଏହା ଦ୍ଵାରା ବିଦ୍ୟାର୍ଥୀମାନଙ୍କ ଏକାଗ୍ରତା ବଢିବାକୁ ଲାଗିବ ।

ଧନ ବୁଦ୍ଧି ପାଇଁ

ଯଦି ଟଙ୍କାର ଅଭାବ ଅଛି ତେବେ ଘରର ତିଜୋରିକୁ ପଶ୍ଚିମ ଦିଗରେ ରଖନ୍ତୁ ଓ ଏହାର ମୁହଁ ପୂର୍ବ ଦିଗରେ ରହିବା ଉଚିତ । ଏହା ସହିତ ମାତା ଲକ୍ଷ୍ମୀଙ୍କ ପାଖରେ ମୟୂର ପର ରଖି ପୂଜା କରିବା ପରେ ତାକୁ ତିଜୋରିରେ ରଖି ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ରହିବ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।