ମାଉଣ୍ଟ ଏଭରେଷ୍ଟ ଉପରୁ କଣ ଦେଖାଯାଇଥାଏ ?

ଯଦି ଆପଣ ଆଡଭେଞ୍ଚର ର ସଉକିନ ଅଟନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଏମିତି ଏକ ଆଡଭେଞ୍ଚର ର କାହାଣୀ ଯାହାକୁ ଶୁଣି ଆପଣଙ୍କର ଲୋମ ଟାଙ୍କୁରି ଉଠିବ ଓ ଯାହା ବିଷୟରେ ଆପଣ ବୋଧେ କେବେ ଶୁଣି ନଥିବେ । ଦୁନିଆର ସବୁଠୁ ବଡ ଶିଖର ମାଉଣ୍ଟ ଏଭରେଷ୍ଟ ପରିଭ୍ରମଣ କରିବାର ଆରମ୍ଭ ୧୯୨୧ ରୁ ହୋଇସାରିଥିଲା କିନ୍ତୁ ତାର ଶିଖର ପର୍ଯ୍ୟନ୍ତ କେହି ପହଞ୍ଚି ପାରୁ ନଥିଲେ ଓ ଏଭେରେଷ୍ଟ ର ଶିଖର ପର୍ଯ୍ୟନ୍ତ ପହଞ୍ଚିବା ଏତେ ସହଜ ମଧ୍ୟ ନୁହେଁ କାରଣ ସେଠାରେ ପହଞ୍ଚିବା ପାଇଁ ବହୁତ କଷ୍ଟ ଓ ଭୟାନକ ଅବସ୍ଥା ଦେଇ ଯିବାକୁ ପଡୁଥିଲା କାରଣ ୨୯୦୨୮ଫୁଟ ଏହି ରାସ୍ତାରେ ବହୁତ ମୃତ୍ୟୁର ଦ୍ଵାର ଅଛି ।

ଏହି ମିସନରେ ବହୁତ ଲୋକ ଅସଫଳ ହେଲେ, ବହୁତ ଲୋକ ନିଜର ଜୀବନ ହରାଇଲେ ଓ ବହୁତ ସାରା ଲୋକଙ୍କର ଶରୀରର ଅବଶେଷ ଆଜି ବି ସେହି ବରଫ ଚଟାଣ ଭିତରେ ଦାବି ହୋଇ ରହିଛି ଯାହାକୁ ଆଜି ପର୍ଯ୍ୟନ୍ତ ଅଣାଯାଇ ପାରିନାହିଁ । ତଥାପି କିନ୍ତୁ ସାହାସର ସୁରବୀର ମାନେ ଧୈର୍ଯ୍ୟ ହାରି ନଥିଲେ ଓ ସେ ଏଭେରେଷ୍ଟ ର ଶିଖରରେ ପହଞ୍ଚିବା ପାଇଁ ଲଗାତାର ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରେ ଜଣେ ଥିଲେ ନେପାଳର ସେରପା ଟେନଜିଙ୍ଗ ।

୧୯୫୨ ରେ ସେରପା ଟେନଜିଙ୍ଗଙ୍କର ଏଭେରେଷ୍ଟ କୁ ଭ୍ରମଣ କରିବାର ଜିଜ୍ଞାସା ପ୍ରବଳ ଥିଲା । ସେହି ସମୟରେ ସ୍ଵିଜରଲ୍ୟାଣ୍ଡ ର ରେମଣ୍ଡ ରେମ୍ବଲ୍ଟ ଓ ସେରପାଟେନଜିଙ୍ଗ ଏଭେରେଷ୍ଟ କୁ ଭ୍ରମଣ କରିବାର ଚେଷ୍ଟା କରିଥିଲେ କିନ୍ତୁ ସେ ସେଥିରେ ନିଷ୍ଫଳ ପ୍ରମାଣିତ ହେଲେ । ୧୯୫୨ ରେ ସେରପାଟେନଜିଙ୍ଗ ଓ ରେମଣ୍ଡ ହାରାହାରି ପୁରା ଏଭେରେଷ୍ଟ ପାହାଡକୁ ଚଢିଥିଲେ କିନ୍ତୁ ବହୁତ କଠିନ ପରିସ୍ଥିତି କାରଣରୁ ତାଙ୍କୁ ଏଭେରେଷ୍ଟ ଶିଖରରୁ ୧୦୦୦ ଫୁଟ ଦୂରରୁ ତାଙ୍କୁ ଫେରିବାକୁ ପଡିଥିଲା । ଲକ୍ଷ୍ୟର ଏତେ ନିକଟତତର ହୋଇ କି ବି ଫେରି ଆସିବାର ଦୁଃଖ ସେହି ଦୁଇ ଜଣଙ୍କୁ ଥିଲା କିନ୍ତୁ ସେରପାଟେନଜିଙ୍ଗ ହାର ମାନି ନଥିଲେ ।

ପୁଣି ଗୋଟେ ବର୍ଷ ପରେ ୧୯୫୩ ରେ ସେରପାଟେନଜିଙ୍ଗ ସାତଟି ଅଙ୍ଗ୍ରେଜ ଓ ଦୁଇଟି ନ୍ୟୁଜିଲ୍ୟାଣ୍ଡ ପର୍ବତ ଆରୋହିଙ୍କ ସହିତ ଏଭେରେଷ୍ଟ ଅଭିଯାନ ପାଇଁ ବାହାରିଗଲେ । ଟେନଜିଙ୍ଗଙ୍କ ଓ ଏଡମଣ୍ଡ ହିଲ୍ଲାରୀଙ୍କ ଟିମ ପାହାଡ ଚଢିବାର ଆରମ୍ଭ ୯ ଏପ୍ରିଲ ୧୯୫୩ ରେ କରିଥିଲେ । ବରଫ ରାସ୍ତା, ମାଇନସ ରେ ଟେମ୍ପ୍ରେଚର, ହିମନଦୀ, କେବେ ବି ଭାଙ୍ଗିଯିବା ଶିଳା ଓ ବରଫ ଘାଇ ମଧ୍ୟରେ  ସେହି ଲୋକ ଗୋଟିଏ ପରେ ଗୋଟିଏ କ୍ୟାମ୍ପ କରି ନିଜ ଲକ୍ଷ୍ୟ ଦିଗରେ ବଢିବାକୁ ଲାଗିଲେ ।

ହାରାହାରି ୨୦୦୦୦ ଫୁଟ ଉଚ୍ଚତାରେ ପହଞ୍ଚିବା ପରେ ଏକ ଛୋଟ ଘାଇ କୁ ପାର କରିବା ପାଇଁ ହିଲ୍ଲାରୀ ଡାଇଭ ଲଗାଇଲେ କିନ୍ତୁ ତାଙ୍କର ଓଜନ କାରଣରୁ ବରଫର ଚଟାଣ ସେଠାରୁ ଖସିଗଲା ଓ ସେ ସେଥିରେ ଦବିବାକୁ ଲାଗିଥିଲେ କି ଠିକ ସମୟରେ ପଛରୁ ଟେନଜିଙ୍ଗ ଦଉଡି ପକାଇଲେ ଓ ହିଲ୍ଲାରୀ ତାହାକୁ ଧରି ନିଜ ପ୍ରାଣ ବଞ୍ଚାଇଲେ । ଯଦି ଟେନଜିଙ୍ଗ ସେହି ଦଉଡି ପକାଇ ନଥାନ୍ତେ ତେବେ ହିଲ୍ଲାରୀ ସେହି ସମୟରେ ପ୍ରାଣ ହରାଇ ଥାନ୍ତେ ।

ଟେନଜିଙ୍ଗ ଓ ଏଡମଣ୍ଡ ହିଲ୍ଲାରୀଙ୍କ ଟିମ ଧୀରେ ଧୀରେ ଏଭେରେଷ୍ଟ ର ଶିଖରର ନିକଟତ୍ତର ହେବାକୁ ଲାଗିଲେ । ତାଙ୍କ ପୂର୍ବରୁ ଏଭେରେଷ୍ଟ ଚଢିବାକୁ ଆରମ୍ଭକରିଥିବା ଚାର୍ଲ୍ସ ଇୱାନଙ୍କର ୯ ସଭ୍ୟଙ୍କର ଏକ ଟିମ ଥିଲା ଯିଏ ଟେନଜିଙ୍ଗଙ୍କ ଟିମ ପୂର୍ବରୁ ଏଭେରେଷ୍ଟ କୁ ଚଢିବାର ଥିଲା । ଯଦି କୌଣସି କାରଣରୁ ଇୱାନଙ୍କ ଟିମ ଏଭେରେଷ୍ଟକୁ ଚଢିବାକୁ ନିଷ୍ଫଳ ହୁଏ ବା ଚଢି କି ଫେରି ଆସେ ତା ପରେ ହିଁ ଟେନଜିଙ୍ଗଙ୍କ ଟିମକୁ ଆଗକୁ ବଢିବାର ଥିଲା । ଟେନଜିଙ୍ଗଙ୍କ ଓ ହେନ୍ଦ୍ରୀଙ୍କ ଟିମ ହାରାହାରି ଅଧାରୁ ଅଧିକ ଏଭେରେଷ୍ଟ ଚଢି ସାରିଥିଲେ ।

ଏଭେରେଷ୍ଟର ଶିଖର  ପୂର୍ବରୁ ଆସୁଥିବା ଏହି ଶେଷ ରାସ୍ତା ସବୁଠୁ ଭୟାନକ କୁହାଯାଏ । ଯେଉଁ ପର୍ଯ୍ୟନ୍ତ ପହଞ୍ଚି ବହୁତ ଲୋକ ଶେଷରେ ନିଜର ପ୍ରାଣ ହରାଇଛନ୍ତି । ଗୋଟିଏ ପକ୍ଷରେ ଇୱାନଙ୍କ ଟିମ ତାଙ୍କ ପୂର୍ବରୁ ଆଗକୁ ବଢୁଥିଲା ଓ ୨୬ ମଇ ଦିନ ମାଉଣ୍ଟ ଏଭେରେଷ୍ଟର ଶିଖର ଠାରୁ ସେହି ଲୋକ କେବଳ ୩୦୦ ଫୁଟ ଦୂରରେ ଥିଲେ  କିନ୍ତୁ ଇୱାନ ଓ ତାଙ୍କ ସାଥି ବହୁତ ଥକି ଯାଇଥିଲେ । ତାଙ୍କ ପାଖରେ ଏବେ ପାଦେ ବି ଆଗକୁ ବଢିବାର ସାହସ ନଥିଲା ଓ ସେ ଶିଖର ଠାରୁ କେବଳ ୩୦୦ ଫୁଟ ଦୂରରୁ ଫେରି ଯାଇଥିଲେ ।

ଏଠାରେ ଇତିହାସ ଆଉ ଜଣଙ୍କ ନାମରେ ଲେଖା ହେବାର ଥିଲା । ଏବେ ଟେନଜିଙ୍ଗଙ୍କ ଓ ଏଡମଣ୍ଡ ହିଲ୍ଲାରୀଙ୍କ ଟିମକୁ ଆଗକୁ ବଢିବାର ଥିଲା । ରାତିରେ ଶୋଇବା ପରେ ସକାଳେ ଟେନଜିଙ୍ଗ ଓ ତାଙ୍କ ଟିମ ନିଜ ଲକ୍ଷ ଆଡକୁ ପାଦ ବଢାଇଲେ । ତାପମାତ୍ରା ମାଇନସ ୨୭ ଡିଗ୍ରୀ ସେଲସିଅସ ଥିଲା । ପରିସ୍ଥିତି ବହୁତ କଠିନ ଥିଲା ତଥାପି ଏହି ସାହାସିକମାନେ ଧୈର୍ଯ୍ୟ ହାରି ନଥିଲେ ।

ସେ ପ୍ରକୃତି ଓ ଶରୀରର କଷ୍ଟକୁ ସାମ୍ନା କରି କରି ଆଗକୁ ପାଦ ବଢାଇବାକୁ ଲାଗିଲେ ଓ ସକାଳେ ୯ଟା ରେ ସେହି ଲୋକ ଦକ୍ଷିଣ ଶିଖର ପର୍ଯ୍ୟନ୍ତ ପହଞ୍ଚିଲେ ।ଧୀରେ ଧୀରେ ଅକ୍ସିଜେନ ସରିବାକୁ ଲାଗିଥିଲା ଓ ତାଙ୍କ ପାଖରେ ସେତିକି ଅକ୍ସିଜେନ ବି ନଥିଲା କି ସେ ଏହି ପୁରା ଅଭିଯାନକୁ ଠିକରେ ଶେଷ କରି ପାରିବେ । ଟେନଜିଙ୍ଗଙ୍କ ଗତି ଧୀର ହେଉଥିଲା ଓ ତାଙ୍କ ପାଦ ଧୀରେ ଧୀରେ ଭାରି ହେଉଥିଲା । ହିଲ୍ଲାରୀଙ୍କ ଅବସ୍ଥା ମଧ୍ୟ ସେହି ପରି ଥିଲା ।

ହିଲ୍ଲାରୀ  ତେନଜିଙ୍ଗଙ୍କ ଆଡକୁ ଦେଖିଲେ, ତାଙ୍କୁ କିଛି ସମୟ ପାଇଁ ଅଟକାଇଲେ ଓ ତାଙ୍କ ଅକ୍ସିଜେନ ନଳୀକୁ ସଫା କରିଲେ କାରଣ ତାଙ୍କୁ ନିଶ୍ଵାସ ନେବାରେ ବି କଷ୍ଟ ହେଉଥିଲା । ସେହି ଲୋକ ଗୋଟିଏ ପରେ ଗୋଟିଏ ଆସୁଥିବା ଏମିତି କଠିନ ପରିସ୍ଥିତିକୁ ହରାଉଥିଲେ ଓ ନିଜ ପାଦ ଏଭେରେଷ୍ଟ ର ଶିଖର ଆଡକୁ ବଢାଉଥିଲେ ।

ଶେଷରେ ୨୯ ମଇ ୧୯୫୩ ରେ ଟେନଜିଙ୍ଗ ଓ ହିଲ୍ଲାରୀ ଙ୍କ ନାମ ଇତିହାସରେ ଲେଖାଗଲା । ଯେବେ ସେ ସକାଳେ ୧୧ ଟା ୩୦ ମିନିଟ ରେ ଦୁନିଆର ସବୁଠୁ ଉଚ୍ଚ ଶିଖର ୨୯୦୨୮ ଫୁଟ ବା ୮୮୪୮ ମିଟର ଉଚ୍ଚରେ ପହଞ୍ଚିଲେ ସେତେବେଳେ ତାଙ୍କର ଖୁସିର କୌଣସି ଠିକଣା ନଥିଲା ।

ତଳେ ଦିଆଯାଇଥିବା 3ଟି ଫୋଟୋରେ ଦେଖନ୍ତୁ ମାଉଣ୍ଟ ଏଭରେଷ୍ଟ ଉପରୁ କେମିତି ଦେଖାଯାଇଥାଏ ।

Source: Quora

ଏହି ପ୍ରକାରରେ ବିଶ୍ଵର ଦୁର୍ଗମ ଏଭେରେଷ୍ଟ ର ଶିଖର ନେପାଳର ସେରପା ଟେନଜିଙ୍ଗ ଓ ନ୍ୟୁଜିଲ୍ୟାଣ୍ଡର ଏଡମଣ୍ଡ ହେଲେରୀ ପାର କରିଥିଲେ ଓ ଏହି ପ୍ରକାରେ ମଣିଷ ପ୍ରକୃତିର ଗୋଟିଏ ବିଷମତାକୁ ପରାସ୍ତ କରିଥିଲା ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଶେୟାର କରନ୍ତୁ ଓ ଏହି ଭଳି ଆହୁରି ଅନେକ ସାହାସିକତାର କାହାଣୀ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।