କେବଳ ଏହି ଗୋଟିଏ ଭୁଲ ସୁଧାରି ନିଅନ୍ତୁ, 20 ଘଣ୍ଟା ନୁହେଁ ବରଂ ମାତ୍ର 3 ଘଣ୍ଟା ପଢି ଟପ କରି ପାରିବେ, ଆଗକୁ ଅଛି ଏକ୍ଜାମ, ଜଲ୍ଦି ପଢନ୍ତୁ-Motivational Speech

ଛାତ୍ରମାନେ ଏପରି କିଛି ଭୁଲ କରିଥାନ୍ତି ଯାହା ଫଳରେ କି ୨୦ ଘଣ୍ଟା ପଢି ମଧ୍ୟ କିଛି ଫଳ ମିଳିନଥାଏ । ଆଜି ଆମେ ଆପଣଙ୍କ ଏପରି କଥା କହିବୁ ଯାହାଦ୍ବାରା କି ସମୟ ପୂର୍ବରୁ ଯଦି ଛାତ୍ର ମାନେ ଏହି କାର୍ଯ୍ୟରୁ ନିବୃତ ନ ରହିବେ ତେବେ ଯେତେ ସମୟ ପାଠ ପାଢିଲେ ବି କୌଣସି ଫଳ ମିଳିବ ନାହିଁ । ଛାତ୍ରମାନେ ପଢିବା ସମୟରେ ବହି ଖଲି ବସିଗଲେ ପଢିବା ପାଇଁ ସେହି ସମୟରେ ମନେ ପଡିଗଲା କି ଆରେ ସେହି ସାଂଗ କାହିଁକି କିଛି ମେସେଜ କଲା ନାହିଁ ।

କଣ କରୁଥିବ ସେ । ମୋବାଇଲ ଖୋଲି ତାର ମେସେଜ ଖୋଜିବାରେ ଲାଗି ଗଲେ । ପଢିବା ପୂର୍ବରୁ ନିଷ୍ପତି ନିଅନ୍ତି କି ଆଜି ସବୁ ଚାପ୍ଟର ପଢି ଶେଷ କରିଦେବି । ବହି ଖାଲି ସ୍ୱପ୍ନ ଦେଖିବା ଆରମ୍ଭ କରିଦିଅନ୍ତି କି ।

ଦାଦାଙ୍କର ବାହାଘର ହେବ । ସେହି ସମୟରେ ଏହି ଦୋକାନରୁ ଗୋଟିଏ ଭଲ ଡ୍ରେସ କିଣି ପିନ୍ଧିବି ଯେପରି ବାହା ଘରରେ ସମସ୍ତେ ମୋତେ ହିଁ ଦେଖୁଥିବେ । କାଲି କ୍ରିକେଟ ମ୍ୟାଚ ଅଛି ଏହି ଖେଳ ଏପରି ଖେଳିଲେ ଭାରତ ଜିତିଯିବ । ତାକୁ ଆଉଟ କରିଲେ ଭାରତ ଜିତିଯିବ । ଥରେ ପରୀକ୍ଷା ସରିଗଲେ ଛୁଟିରେ ଜିମକୁ ଯାଇ ଏମିତି ସ୍ୱାସ୍ଥ୍ୟ କରିବି ଯେ ନୂଆ କଲେଜରେ ସମସ୍ତେ ମତେ ହିଁ ଦେଖୁଥିବେ ।

ଏମିତି ସବୁ ଝିଅ ଓ ପୁଅ ମାନଙ୍କ ମନରେ ବିଚାର ଆସେ ଯେତେବେଳେ ସେମାନେ ପଢିବାକୁ ବସନ୍ତି । ଭଲ ମାର୍କ ରଖି ପାସ କଲେ ଚାକିରୀ କରି କାର କିଣିବି , ଦାମୀକିଆ ବାଇକ କିଣିବି । ଲଭରକୁ ସାଙ୍ଗରେ ନେଇ ବୁଲିବାକୁ ଯିବି । ଏମିତି ବହୁତ ସ୍ୱପ୍ନ ଦେଖନ୍ତି । କିନ୍ତୁ ବହିର କୌଣସି ଅଭାବ ନଥାଏ କି ପଢ଼ିବାର ପ୍ଲାନିଂ କିଛି ଭୁଲ ନଥାଏ । କିନ୍ତୁ ମସ୍ତିଷ୍କ ସ୍ଥିର ନଥାଏ କି ଏହି ସବୁ ସ୍ୱପ୍ନ ଦେଖିବାରେ ବ୍ୟସ୍ତ ଥାଏ ।

ବହି କିନ୍ତୁ ଏହିପରି ଖୋଲା ହୋଇ ରହିଥାଏ । ଏମିତିକି ଗୋଟିଏ ପୃଷ୍ଠା ବା ଗୋଟିଏ ଲାଇନକୁ ୧୦୦ ଥର ପଢିଥିବେ ସ୍ୱପ୍ନ କୁ ଭାବି ଭାବି । ଏହି ଅଭ୍ୟାସରୁ ବାହାରକୁ ବାହାରନ୍ତୁ ଓ ମନ ଧ୍ୟାନ ଦେଇ ପାଠ ପଢନ୍ତୁ କାହିଁକି ନା ପାଠ ପଢିବା ତ ତୁମର ଲକ୍ଷ । ଗୋଟିଏ ଲକ୍ଷକୁ ସବୁବେଳେ ଆଖି ଆଗରେ ରଖି ପଢିବା ଉଚିତ କି ପରିବାରକୁ ଗରିବତାରୁ ଉଧାର କରିବି । ବଡ଼ ଡାକ୍ତର ହୋଇ ମାନବ ସମାଜର ସେବା କରିବି ଦେଶର ନାମ ଉଚ୍ଚା କରିବି । ଆର୍ମିରେ ଯୋଗ ଦେଇ ଦେଶକୁ ରକ୍ଷା କରିବି ।

ଗୋଟିଏ ବଡ ଲକ୍ଷ ବା ଜୀବନର ଇଛା କୁ ମନରେ ରଖି ପାଠ ପଢନ୍ତୁ ଜୀବନରେ କିଛି ହୋଇକି ଅନ୍ୟ ମାନଙ୍କ ଦେଖାନ୍ତୁ । ବିବାହ ଘରେ ସୁନ୍ଦର ଡ୍ରେସ ପିଢ଼ି ଅନ୍ୟକୁ ଦେଖାଇଲେ କିଛି ଲାଭ ନାହିଁ  କି କ୍ରିକେଟ କଥା ଭାବିଲେ ବି କିଛି ଲାଭ ନାହିଁ କିମ୍ବା ନୂଆ ଗାଡି କିଣି , ସ୍ୱାସ୍ଥ୍ୟ ଦେଖାଇ କିଛି ଲାଭ ନାହିଁ । ଗାଡି କିଣି , ସ୍ୱାସ୍ଥ୍ୟ ଦେଖାଇ କିଛି ଲାଭ ନାହିଁ । ସବୁ ବେଳେ ନିଜ ଲକ୍ଷ ପ୍ରତି ଧ୍ୟାନ ଦେଇ ପାଠ ପଡିଲେ ଜୀବନ ରେ ଉନ୍ନତି ହେବ କିନ୍ତୁ ଏହି ଅଦରକାରୀ ସ୍ୱପ୍ନ ଦେଖି ବର୍ଷ ବର୍ଷ ପାଠ ପଢିଲେ ବି କିଛି ଲାଭ ନାହିଁ । ଯାହାବି ହୋଇଯାଉ ନିଜ ଲକ୍ଷ ରୁ ବିଚ୍ୟୁତ ହୁଅ ନାହିଁ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।