୧୬ ବର୍ଷ ବୟସରେ ଏହି ଭାରତୀୟ ମହିଳା ବୋଲର ୪.୫ ଓଭରରେ ନେଲେ ସମସ୍ତ ୧୦ଟି ୱିକେଟ, ରଚିଲେ ଇତିହାସ

ଭାରତର ମହିଳା ବୋଲର କାଶବୀ ଗୌତମ (Kashvee Gautam) ୧୬ ବର୍ଷ ବୟସରେ ହିଁ ୱାଣ୍ଡେ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି ଓ ସେ ମାତ୍ର ସିମିତି ଓଭରରେ ଅପୋଜିଟ ଟିମର ସମସ୍ତ ୧୦ ଟି ୱିକେଟ ନେଇଯାଇଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ କାଶବୀ ଗୌତମ ଲିମିଟେଡ ଓଭର କ୍ରିକେଟ ରେ ଏହିଭଳି କରିବା ବାଲା ପ୍ରଥମ ମହିଳା ଖେଳାଳି ହୋଇ ଯାଇଛନ୍ତି ।

ବିସିସିଆଇ ଅଣ୍ଡର ୧୯ ୱାଣ୍ଡେ ଟୂର୍ନାମେଂଟ (Women’s Under-19 One Day Trophy)ରେ ଚଣ୍ଡିଗଢ ତରଫରୁ ଖେଳି କାଶବୀ ଗୌତମ ଅରୁଣାଚଳ ପ୍ରଦେଶ ବିରୁଦ୍ଧରେ ୪.୫ ଓଭରରେ ୧୨ ରନ ଦେଇ ୧୦ ଟି ୱିକେଟ ନେଇଛନ୍ତି । ଏହି ସମୟରେ ସେ ହ୍ୟାଟ୍ରିକ ବି ନେଇଛନ୍ତି ଓ ବ୍ୟାଟିଙ୍ଗ କରି ୪୯ ରନ ବି କରିଛନ୍ତି ।

କହିଦେଉଛୁ କି ଟୂର୍ନାମେଂଟରେ ଚଣ୍ଡିଗଢ (Chandigarh)ର ଟିମ ପ୍ରଥମ ବ୍ୟାଟିଙ୍ଗ କରି ୫୦ ଓଭରରେ ୪ଟି ୱିକେଟ ର ବିନିମୟରେ ୧୮୬ ରନ କରିଥିଲେ । କିନ୍ତୁ ୧୮୭ ରନ ର ଲକ୍ଷର ପିଛା କରିବାକୁ ଓଲ୍ହାଇଥିବା ଅରୁଣାଚଳ ପ୍ରଦେଶର ଟିମକୁ ଚଣ୍ଡିଗଢ ଟିମ ୮.୫ ଓଭରରେ ୨୫ ରନ ଦେଇ ଅଲ ଆଉଟ କରିଦେଲେ ।

ଚଣ୍ଡିଗଢର କ୍ୟାପଟେନ କାଶବୀ ଗୌତମଙ୍କ ବୋଲିଙ୍ଗ ଏହିଭଳି ଥିଲା କି ଅରୁଣାଚଳ ପ୍ରଦେଶର ୮ ଜଣ ଖେଳାଳି ବିନା ଖାତା ଖୋଲି ହିଁ ଘରକୁ ଫେରିଗଲେ, ଯେତେବେଳେ କି ଗୋଟିଏ ହିଁ ବ୍ୟାଟ୍ସମ୍ୟାନ ମେଘା ଶର୍ମା ୧୦ ରନ କରି ପାରିଲେ ଓ ଅନ୍ୟ ପଟେ ନବାମ ମର୍ଥା ୪ ରନ ଓ ନବାମ ପାରା ୩ ରନ କରିପାରିଥିଲେ ।

କାଶବୀ ଗୌତମ ନିଜର ଏହି ପ୍ରଦର୍ଶନ ଦ୍ଵାରା ଭାରତୀୟ କ୍ରିକେଟ ଟିମ ର ପୂର୍ବ ସ୍ପିନ ବୋଲର ଅନିଲ କୁମ୍ବଲେ ଙ୍କୁ ମନେ ପକାଇ ଦେଇଛନ୍ତି, ଯିଏ ୧୯୯୯ରେ ଦିଲ୍ଲୀର ଫିରୋଜଶାହ କୋଟଲା ପଡିଆରେ ପାକିସ୍ତାନ ବିରୁଦ୍ଧରେ ଖେଳାଯାଇଥିବା ଟେସ୍ଟ ମ୍ୟାଚରେ ସମସ୍ତ ୧୦ଟି ୱିକେଟ ନେଇଥିଲେ ।