ମାତ୍ର ୧ ଟଙ୍କାରେ ମିଳୁଛି ଭରପୁର ଖାଇବା, ଚର୍ଚାରେ ଏବେ ଏହି ବ୍ୟକ୍ତି ଜଣକ, ଦେଖନ୍ତୁ କେମିତି ସେ ଦେଉଛନ୍ତି ଏତେ ଲୋକଙ୍କୁ ଖାଇବାକୁ

କଣ ଆପଣ କାହାକୁ ମାତ୍ର ୧ ଟଙ୍କାରେ ଭରପୁର ପେଟ ଖାଇବା ପାଇଁ ଦେଇ ପାରିବେ ? କିନ୍ତୁ ଦିଲ୍ଲୀର ଜଣେ ବ୍ୟକ୍ତି ଏହିଭଳି କାମ କରୁଛନ୍ତି । ସେ ମାତ୍ର ୧ ଟଙ୍କାରେ ଗୋଟିଏ ବ୍ୟକ୍ତିକୁ ଭରପୁର ଖାଇବା ଦେଉଛନ୍ତି । କହିବାକୁ ଗଲେ ଶ୍ୟାମ ରସୋଈର ମାଲିକ ପ୍ରବୀଣ ଗୋଏଲ କରୋନା କାଳ ମଧ୍ୟରେ ଲୋକମାନଙ୍କ ପରିସ୍ଥିତି ଦେଖି ସେ ଏହିଭଳି ଦାନ ଧର୍ମ ଆରମ୍ଭ କରିଛନ୍ତି ।

କହିବାକୁ ଗଲେ କରୋନା ପାଇଁ ଲୋକମାନଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇ ଯାଇଥିଲା ଏହା ସହିତ ପ୍ରାୟତଃ ଲୋକମାନେ ବେରୋଜଗାର ହେବା ସହିତ ଭୋକିଲା ବି ରହୁଥିଲେ ।

ଏମିତିରେ ଶ୍ୟାମ ରସୋଈର ମାଲିକ ପ୍ରବୀଣ ଗୋଏଲ ସେହି ସମସ୍ତ ଲୋକମାନଙ୍କ ପାଇଁ ଭଗବାନ ହୋଇ ସାମ୍ନାକୁ ଆସିଛନ୍ତି ଓ ସମସ୍ତଙ୍କୁ ବହୁତ ଶସ୍ତା ଅର୍ଥାତ ମାତ୍ର ୧ ଟଙ୍କାରେ ଭରପୁର ପେଟ ଖାଇବା ଦେଉଛନ୍ତି । ଆପଣଙ୍କୁ କହିଦେଉଛୁ କି ଦିଲ୍ଲୀର ନଂଗ୍ଲୋଈର ଶ୍ୟାମ ରସୋଈର ବାହାରେ କେବଳ ଗରିବ ନୁହେଁ ସବୁ କ୍ଷେତ୍ରର ଲୋକମାନେ ସକାଳ ୧୧ ଟାରୁ ୧ ପର୍ଯ୍ୟନ୍ତ ଖାଇବା ପାଇଁ ଚାଲି ଆସିଥାନ୍ତି । ଗତ ଦୁଇ ମାସ ହେବ ପ୍ରବୀଣ ଗୋଏଲ ଏହି ଦାନ ଧର୍ମ କାମ କରୁଛନ୍ତି ।

୫୧ ବର୍ଷୀୟ ପ୍ରବୀଣ ଗୋଏଲ ମିଡିଆକୁ କହିଲେ କି, ଆମେ ଏଠି ୧୦୦୦ ରୁ ୧୧୦୦ ଲୋକମାନଙ୍କୁ ଖାଇବା ଦେଇଥାଉ । ଏହା ଛଡା ତିନୋଟି ଈ-ରିକ୍ଶା ମାଧ୍ୟମରେ ବି ଇନ୍ଦ୍ରଲୋକ, ସାଇ ମନ୍ଦିର ଭଳି ଆଖପାଖ ଅଞ୍ଚଲକୁ ବି ପାର୍ସଲ ଯାଇ ଥାଏ । କହିବାକୁ ଗଲେ ପାଖାପାଖି ୨୦୦୦ ଲୋକମାନଙ୍କୁ ପ୍ରବୀଣ କୁମାର ଭୋଜନ କରାଇଥାନ୍ତି ।ଏହା ପରେ ସେ ଆଗକୁ କହିଲେ କି ଆମକୁ କେତେକ ଲୋକମାନେ ଦାନ ବି କରୁଛନ୍ତି ।

ସବୁଦିନ କେହି ନା କେହି ଆମକୁ ଗହମ ଓ ଚାଉଲ ଇତ୍ୟାଦି ଦାନ ବି କରୁଛନ୍ତି । ଏହିଭଳି ଭାବରେ ଦୁଇ ମାସ ହେବ ତାଙ୍କର ଏହି ସଂସ୍ଥା ଚାଲିଛି । ଏହା ଛଡା କେତେକ ଲୋକମାନେ ଅନ୍ଲାଇନ ମାଧ୍ୟମରେ ବି ଟଙ୍କା ଦେଇ ସାହାର୍ଯ୍ୟ କରୁଛନ୍ତି । ଏହା ସହିତ ସେ ଅନୁରୋଧ ବି କରିଛନ୍ତି କି ସମସ୍ତେ ଏହିଭଳି ଭାବରେ ସେବା କରନ୍ତୁ । ତାଙ୍କ ପାଖରେ ୬ଟି ଲୋକ ଅଛନ୍ତି ।

ଏହା ସହିତ ଅନ୍ୟ କେତେକ ଲୋକମାନେ ବି ତାଙ୍କୁ ଏଥିପାଇଁ ସାହାର୍ଯ୍ୟ କରିଥାନ୍ତି । ଆପଣଙ୍କୁ କହିଦେଉଛୁ କି ପ୍ରଥମ ଏଠି ଗୋଟିଏ ଥାଳି ପାଇଁ୧୦ ଟଙ୍କା ନିଆଯାଉ ଥିଲା । କିନ୍ତୁ ଗତ ଦୁଇ ମାସ ହେବ ଲୋକମାନଙ୍କୁ ଅଧିକ ଆକର୍ଷିତ କରିବା ପାଇଁ ଏହାକୁ କମ କରି ଗୋଟିଏ ଥାଳିକୁ ୧ ଟଙ୍କା କରି ଦିଆ ଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।