ସେମିଫାଇନାଲ ମ୍ଯାଚ ହାରିବା ପରେ ଭୋ ଭୋ ହୋଇ କାନ୍ଦି ପକାଇଲେ ରୋହିତ, ଦଳରେ ଏହିସବୁ ଭୁଲ ନଜରଅନ୍ଦାଜ କରିବା ତାଙ୍କୁ ମହଙ୍ଗା ପଡିଲା, ଭାଙ୍ଗିଲା କୋଟି କୋଟି ଭାରତୀୟ କ୍ରିକେଟପ୍ରେମୀଙ୍କ ହୃଦୟ

କଥାରେ ଅଛି, ନେଡି ଗୁଡ କହୁଣିକୁ ବୋହିଗଲା ପରେ ଆଉ ପସ୍ତେଇକି ଲାଭ କଣ ! ଏହି ଲୋକକଥାଟି ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଏକଦମ ସୁହାଉଛି । ଗତକାଲି ଇଂଲଣ୍ଡ ବିପକ୍ଷରେ ମ୍ଯାଚ ହାରିବା ପରେ ରୋହିତ ଶର୍ମା କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ଉଦାସ ହେବାସହ ତଳକୁ ମୁହଁ କରି ଆଖିରୁ ଲୁହ ପୋଛି ପକାଉଥିଲେ ରୋହିତ । ଲଜ୍ଜା ଓ ଦୁଃଖରେ ରୋହିତଙ୍କ ମୁଣ୍ଡ ନଇଁ ଯାଉଥିବା ବେଳେ ଫ୍ୟାନ୍ସଙ୍କ ହୃଦୟକୁ କିନ୍ତୁ ଏହା ତରଳାଇ ପାରିନାହିଁ ।

ସମୟ ଥାଉ ଥାଉ ରୋହିତ ଯଦି ନିଜ ଭୁଲ ସୁଧାରି ଦେଇଥାନ୍ତେ ତେବେ ଟିମ୍ ଇଣ୍ଡିଆ ଆଜି ଫାଇନାଲରେ ଥା’ନ୍ତା ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ବିଶ୍ଵକପ ମ୍ଯାଚ ଆରମ୍ଭରୁ ଟିମ୍ ଇଣ୍ଡିଆ ମ୍ଯାଚ ଜିତି ଆସୁଥିଲେ ମଧ୍ୟ ଟିମ୍ ର ଅନେକ ଭୁଲକୁ ନଜରଅନ୍ଦାଜ କରିବା ରୋହିତଙ୍କୁ ମହଙ୍ଗା ପଡିଛି । ଆଉ ବର୍ତ୍ତମାନ ସବୁକିଛି ହୃଦୟଙ୍ଗମ ହେବା ବେଳକୁ ଡଙ୍ଗା ବୁଡି ସାରିଲାଣି । ଯାହା ଦେଖି ରୋହିତ ଶର୍ମା ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ହେଲେ ରୋହିତ ଏଭଳି କାନ୍ଦିବାକୁ ସମସ୍ତେ ଛଳନା ବୋଲି କହୁଛନ୍ତି ।

କାରଣ ରୋହିତଙ୍କ ପାଖେ ଭଲ ଭଲ ଖେଳାଳି ଥିଲେ ମଧ୍ୟ ସେ ସେମାନଙ୍କୁ ସୁଯୋଗ ଦେଇ ନଥିଲେ । ଲଗାତର ଖରାପ ପ୍ରଦର୍ଶନ କରି ଆସୁଥିବା ଖେଳାଳିଙ୍କୁ ଦଳରେ ସୁଯୋଗ ଦେଉଥିଲେ । ୟୁଜି ଚହଲଙ୍କୁ ଖେଳିବାକୁ ସୁଯୋଗ ଦେଲେନାହିଁ ଏବଂ କେ.ଏଲ ରାହୁଲ ଲଗାତାର ଫ୍ଲପ ହୋଇଥିଲେ ମଧ୍ୟ ତାଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲେ । ଏପରିକି ନିଜେ ମଧ୍ୟ ପୁରା ବିଶ୍ଵକପରେ ବ୍ୟାଟିଂରେ ଏକଦମ ଅସଫଳ ରହିଥିଲେ ରୋହିତ ।

ଟିମ୍ ଇଣ୍ଡିଆ ସେମିଫାଇନାଲରେ ଭଲ ପ୍ରଦର୍ଶନ କରିବା ନେଇ ସମସ୍ତେ ଆଶା ବାନ୍ଧି ବସିଥିଲେ ମଧ୍ୟ ଫଳାଫଳ ଏକଦମ ଓଲଟା ହୋଇଥିଲା । ତେଣୁ ରୋହିତଙ୍କ ନିଜ କର୍ମ ହିଁ ତାଙ୍କୁ କନ୍ଦାଉଛି ବୋଲି ଅନେକ ଲୋକ ତାଙ୍କୁ ସମାଲୋଚନା କରୁଛନ୍ତି । ସେମିଫାଇନାଲ ହାରିବା ପରେ କେବଳ ରୋହିତ କାନ୍ଦି ନାହାନ୍ତି ବରଂ ତାଙ୍କ ସହ ପ୍ରତିଟି ଭାରତୀୟ କ୍ରିକେଟପ୍ରେମୀଙ୍କ ହୃଦୟ କାନ୍ଦୁଛି ।

ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନ ସେମିଫାଇନାଲକୁ ଯିବାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲରେ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ସମସ୍ତେ ଆଶା କରୁଥିଲେ । କିନ୍ତୁ ବର୍ତ୍ତମାନ ପାକିସ୍ତାନ ଭାରତକୁ ନେଇ ଟାହିଟାପରା କରୁଛି । ଏପରି ସ୍ଥିତିରେ ଆଉ ଲୁହ ଗଡେଇ କି ଫାଇଦା ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।