୩୧ ମାର୍ଚ ପରେ ବିକ୍ରି ହୋଇଥିବା ବିଏସ୪ ଗାଡି ଗୁଡିକର ହେବ ନାହିଁ ରଜିସ୍ଟ୍ରେଶନ, ଗ୍ରାହକମାନଙ୍କର କଣ ହେବ ?

ସୁପ୍ରୀମ କୋର୍ଟ ବୁଧବାରକୁ ଏକ ବଡ ନିଷ୍ପତି ଶୁଣାଣୀ କରି ବିଏସ୪ ଗାଡି ଉପରେ ଦେଇଥିବା ନିଜର ୨୭ ମାର୍ଚ ୨୦୨୦ର ଆଦେଶକୁ ଫେରାଇ ନେଇଛନ୍ତି । ବର୍ତ୍ତମାନ ୩୧ ମାର୍ଚ ପରେ ବିକ୍ରି ହୋଇଥିବା ବିଏସ୪ ଗାଡି ଗୁଡିକର ରଜିସ୍ଟ୍ରେଶନ ହେବ ନାହିଁ । ବିଏସ୪ ଗାଡି ଗୁଡିକର ବିକ୍ରୟ ଓ ରଜିସ୍ଟ୍ରେଶନ ଅନୁମତିର ଶୁଣାଣୀ ସମୟରେ ସୁପ୍ରୀମ କୋର୍ଟ ଫେଡରେଶନ ଅଫ ଅଟୋମୋବୀଲ ଡୀଲର ଆସୋସିଏଶନକୁ (FADA) ବହୁତ ଗାଳି ବି ଦେଲେ ।

ସୁପ୍ରୀମ କୋର୍ଟ କହିଲେ କି ଦେଶରେ ଅଳ୍ପ ସଂଖ୍ୟକ ଗାଡି ବିକ୍ରି କରିବା ପାଇଁ ଅନୁମତି ଦିଆ ଯାଇଛି । କିନ୍ତୁ କାର ନିର୍ମାତା କମ୍ପାନୀମାନେ ଏହାର ଖରାପ ଭାବରେ ଲାଭ ଉଠାଇଛନ୍ତି । ସେଥିପାଇଁ ଆମେ ନିଜର ପୁରୁଣା ଆଦେଶକୁ ଫେରାଇ ନେଉଛୁ । ମାମଲାର ଆସନ୍ତା ଶୁଣାଣୀ ୨୩ ଜୁଲାଇକୁ ହେବ ।

ଗାଡି କ୍ରୟ କରିଥିବା ଲୋକମାନଙ୍କର କଣ ହେବ

୩୧ ମାର୍ଚ ପରେ ବିକ୍ରି ହୋଇଥିବା ବିଏସ୪ ଗାଡି ଗୁଡିକର ରଜିସ୍ଟ୍ରେଶନ ହେବ ନାହିଁ । ସୁପ୍ରୀମ କୋର୍ଟ ନିଜର ୨୭ ମାର୍ଚର ଆଦେଶକୁ ଫେରାଇ ନେଇଛନ୍ତି । ଅର୍ଥାତ ଯଦି କୌଣସି ଗାଡି ୩୧ ମାର୍ଚ ପୂର୍ବରୁ ବିକ୍ରି ହୋଇଛି ତେବେ ସେହି ଗାଡିର ହିଁ ରଜିସ୍ଟ୍ରେଶନ ହେବ । ଯଦି ଡୀଲର e vahan ପୋର୍ଟଲ ରେ ଡାଟା ଅପଲୋଡ କରି ନାହିଁ ତେବେ ତାହାର ବିକ୍ରି ହୋଇଥିବା ଗାଡିକୁ ଅମାନ୍ୟ କୁହାଯିବ । ଏହା ସବୁ ଗ୍ରାହକମାନଙ୍କ ପାଇଁ ବଡ ଝଟକା ଅଟେ ।

କଣ ଅଟେ ପୁରା ମାମଲା

୨୭ ମାର୍ଚକୁ ବିଏସ୪ ଗାଡି ବିକ୍ରି କରିବା ପାଇଁ କମ୍ପାନୀମାନଙ୍କୁ ୧୦ ଦିନର ଅତିରିକ୍ତ ସମୟ ଦିଆ ଯାଇ ଥିଲା । ଲକଡାଉନ କାରଣରୁ ବିକ୍ରି କରିବା ପାଇଁ ୧୦ଦିନର ସମୟ ମିଳିଥିଲା । କିନ୍ତୁ ବର୍ତ୍ତମାନ ସୁପ୍ରୀମ କୋର୍ଟ କହିଲେ କି ଆମର ଆଦେଶ ସହିତ ଫ୍ରଡ କରା ଯାଇଛି । ସୁପ୍ରୀମ କୋର୍ଟ କମ୍ପାନୀମନଙ୍କୁ ୧,୦୫,୦୦୦ ଗାଡି ବିକ୍ରି କରିବା ପାଇଁ ଅନୁମତି ଦେଇଥିଲେ । କିନ୍ତୁ ଅଟୋ ମୋବାଇଲ କମ୍ପାନୀମାନେ ୧୦ ଦିନ ଭିତରେ ୨,୫୫,୦୦୦ ଗାଡି ବିକ୍ରି କରି ଦେଇଛନ୍ତି ।

କଣ ହୋଇଥାଏ ବିଏସ  (What is BS  Norms in India)

ବିଏସର ଅର୍ଥ ଭାରତ ସ୍ଟେଜ ଉତ୍ସର୍ଜନ ଷ୍ଟାଣ୍ଡାର୍ଡ । ଏହାର ସମ୍ବନ୍ଧ ଉତ୍ସର୍ଜନ ମାନକଙ୍କ ସହ ଅଛି । ଭାରତ ସ୍ଟେଜ ଉତ୍ସର୍ଜନ ଷ୍ଟାଣ୍ଡାର୍ଡ ଖାସକରି ସେହି ୨ ଚକିଆ ଓ ୪ ଚକିଆ ଗାଡି ପାଇଁ ଅଟେ, ଯାହାକୁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅନୁସାରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ଠିକ କରିଥାଏ । ଯଦି ସହଜ ଶବ୍ଦରେ କହିବା ତ ଗାଡି ଗୁଡିକ କମ ପ୍ରଦୂଷଣ କରିବେ ।

ଆପଣଙ୍କୁ କହିଦେଉଛୁ କି ଭାରତ ସରକାର ବର୍ଷ ୨୦୦୦ରେ ବିଏସ ଉତ୍ସର୍ଜନ ମାନକ ର ଆରମ୍ଭ କରିଥିଲେ । ଭାରତ ସ୍ଟେଜ ଅର୍ଥାତ ଭାରତ ଷ୍ଟାଣ୍ଡାର୍ଡ ମାନଦଂଡ ୟୁରୋପୀୟ ନିୟମ ଗୁଡିକ ଉପରେ ଆଧାରିତ ଅଟେ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।