ଭଗବାନ କୃଷ୍ଣଙ୍କ ଅନୁସାରେ, ମନୁଷ୍ୟକୁ ଭୁଲରେ ବି କରିବା କଥା ନୁହେଁ ଏହି ୬ ଟି ଜିନିଷର ଅପମାନ

ଶ୍ଲୋକ –

ୟଦା ଦେବେଷୁ ବେଦେଷୁ ଗୋଷୁ ବିପ୍ରେଷୁ ସାଧୁଷୁ ।

ଧର୍ମୋ ମୟି ଚ ବିଦ୍ୱେଷଃ ସ ବା ଆଶୁ ବିନଶ୍ୟିତ ।

ଶ୍ରୀମଦଭାଗବତର ଏହି ଶ୍ଳୋକରେ ଭଗବାନ କୃଷ୍ଣ ଏମିତି ୬ଟି ଜିନିଷ ବିଷୟରେ କହିଛନ୍ତି ଯାହାର ଅପମାନ କରିବା ଦ୍ଵାରା ମନୁଷ୍ୟର ଦୁର୍ଭାଗ୍ୟ ଆରମ୍ଭ ହୋଇଯାଏ । ଭଗବାନ କୃଷ୍ଣଙ୍କ ଅନୁସାରେ ମନୁଷ୍ୟକୁ କେବେ ବି ଦେବୀ – ଦେବତା, ବେଦ, ଗାଈ, ସାଧୁ, ଧର୍ମ ଓ ବ୍ରାହ୍ମଣଙ୍କର ଅପମାନ କରିବା ଉଚିତ ନୁହେଁ । ଯଦି କୌଣସି ବି ବ୍ୟକ୍ତି ଏମାନଙ୍କ ବିଷୟରେ ଖରାପ ଚିନ୍ତା କରିଥାଏ କିମ୍ବା ଏମାନଙ୍କୁ ଅପମାନ କରିଥାଏ ତେବେ ତାକୁ ଦୁଷ୍ପରିଣାମର ସାମ୍ନା କରିବାକୁ ପଡିପାରେ ।

ଭୁଲରେ ବି କରନ୍ତୁ ନାହିଁ ଏହି ୬ଟି ଜିନିଷର ଅପମାନ –

ଦେବୀ – ଦେବତା

ଯେଉଁ ଲୋକମାନେ ଭଗବାନଙ୍କର ଅପମାନ କରନ୍ତି ତାଙ୍କର ବିନାଶ ଜଲ୍ଦି ହୋଇଥାଏ । ମନୁଷ୍ୟକୁ କେବେ ବି ଭଗବାନ କିମ୍ବା ଦେବୀ – ଦେବତାଙ୍କର ଅପମାନ କରିବା ଉଚିତ ନୁହେଁ । ସବୁବେଳେ ଭଗବାନଙ୍କୁ ଆଦରର ସହ ମନେ ପକାଇବା ଉଚିତ ।

ବେଦ

ଆମର ବେଦ ଗୁଡିକ ଜରିଆରେ ଆମକୁ ଧର୍ମ ସମ୍ବନ୍ଧିତ ସୂଚନା ମିଳିଥାଏ ଓ ବେଦଗୁଡିକରେ ହିଁ ଭଗବାନଙ୍କ ବିଷୟରେ କୁହାଯାଇଥାଏ । ଭଗବାନ କୃଷ୍ଣଙ୍କ ଅନୁସାରେ ମନୁଷ୍ୟକୁ ସବୁବେଳେ ବେଦ ଗୁଡିକର ସମ୍ମାନ କରିବା ଉଚିତ । ଯଦି କୌଣସି ବ୍ୟକ୍ତି ବେଦର ଅପମାନ କରିଥାଏ ତେବେ ତାକୁ ଭଗବାନ ନିଶ୍ଚିତ ଦଣ୍ଡ ଦିଅନ୍ତି । ସେଥିପାଇଁ ଆପଣ କେବେ ବି ବେଦ ଗୁଡିକର ଅପମାନ କରନ୍ତୁ ନାହିଁ ଓ ଥରେ ନିଶ୍ଚିତ କୌଣସି ବି ବେଦ ପଢନ୍ତୁ ।

ଗାଈ

ଆମ ଭାରତ ବର୍ଷରେ ଗାଈକୁ ବହୁତ ପବିତ୍ର ବୋଲି କୁହାଯାଏ ଓ ଗାଈମାନଙ୍କର ପୂଜା କରିବା ଦ୍ଵାରା ସମସ୍ତ ପାପରୁ ମୁକ୍ତି ବି ମିଳିଥାଏ । ଭଗବାନ କୃଷ୍ଣଙ୍କ ଅନୁସାରେ ଯେଉଁ ଲୋକମାନେ ଗାଈଙ୍କର ଅପମାନ କରନ୍ତି କିମ୍ବା ଗାଈଙ୍କୁ କଷ୍ଟ ଦିଅନ୍ତି ସେହି ଲୋକମାନଙ୍କୁ ନିଜର ଜୀବନରେ କେବେ ବି ଶାନ୍ତି ମିଳି ନ ଥାଏ ଓ ସେମାନେ ସବୁବେଳେ ଦୁଃଖୀ ହୋଇ ରହିଥାନ୍ତି । ସେଥିପାଇଁ ଆପଣ ସମସ୍ତେ ଗାଈଙ୍କର ସେବା କରନ୍ତୁ ଓ ସବୁଦିନ ତାଙ୍କୁ ରୁଟି ନିଶ୍ଚିତ ଖାଇବାକୁ ଦିଅନ୍ତୁ ।

ବ୍ରାହ୍ମଣ

ଆମର ବେଦ ଗୁଡିକରେ ବ୍ରାହ୍ମଣଙ୍କୁ ଉଚ୍ଚ ସ୍ଥାନ ଦିଆ ଯାଇଛି ଓ ଏମିତି କୁହାଯାଏ କି ବ୍ରାହ୍ମଣମାନଙ୍କର ସେବା କରିବା ଦ୍ଵାରା ମନୁଷ୍ୟକୁ ସମସ୍ତ ଖରାପ କର୍ମରୁ ମୁକ୍ତି ମିଳିଯାଇଥାଏ । ବ୍ରାହ୍ମଣମାନଙ୍କୁ ସର୍ବଦା ଆଦର କରିବା ଉଚିତ ଓ ନିଜର କ୍ଷମତା ଅନୁସାରେ ବ୍ରାହ୍ମଣମାନଙ୍କୁ ଦାନ କରିବା ଉଚିତ । ଯେଉଁ ଲୋକମାନେ ବ୍ରାହ୍ମଣମାନଙ୍କର ଅପମାନ କରନ୍ତି ତାଙ୍କୁ କେବେ ବି ନିଜର ପାପରୁ ମୁକ୍ତି ମିଳି ନ ଥାଏ ଓ ସେମାନେ ନିଜ ଜୀବନରେ କେବଳ ଦୁଃଖୀ ହିଁ ରହିଥାନ୍ତି ।

ସାଧୁ

ସାଧୁମାନଙ୍କର ଅପମାନ କରିବା ଦ୍ଵାରା କିମ୍ବା ଏମାନଙ୍କ ବିଷୟରେ କିଛି ଖରାପ କହିବା ଦ୍ଵାରା ଆପଣଙ୍କୁ ବିଭିନ୍ନ ପ୍ରକାରର ହାନିର ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ଆପଣ କେବେ ବି କୌଣସି ସାଧୁ କିମ୍ବା ଋଷିଙ୍କର ଅପମାନ କରିବେ ନାହିଁ ।

ଧର୍ମ

କୌଣସି ବି ମନୁଷ୍ୟର ପରିଚୟ ତାହାର ଧର୍ମର ଆଧାରରେ ହୋଇଥାଏ । ଭଗବାନ କୃଷ୍ଣଙ୍କ ଅନୁସାରେ ଯେଉଁ ଲୋକମାନେ ଧର୍ମର ଅପମାନ କରିଥାନ୍ତି କିମ୍ବା ନିନ୍ଦା କରିଥାନ୍ତି ତାଙ୍କୁ ଭଗବାନ କେବେ ବି କ୍ଷମା କରନ୍ତି ନାହିଁ । ମନୁଷ୍ୟକୁ ସବୁବେଳେ ସବୁ ଧର୍ମର ସମ୍ମାନ କରିବା ଉଚିତ ।