ମଣିଷକୁ କଷ୍ଟ କାହିଁକି ହୋଇଥାଏ, ଜାଣନ୍ତୁ କଣ କୁହନ୍ତି ଶ୍ରୀ କୃଷ୍ଣ- Krishna Vani

ଆପଣ ମାନେ ଜାଣିଥିବେ କିଛି ଲୋକ ମାନେ ସବୁ ବେଳେ କହିଥାନ୍ତି କି ଆମ ସାଙ୍ଗରେ ବହୁତ ଖରାପ ହେଲା ଓ ଅନ୍ୟାୟ ହେଲା । ଆମ ଭାଗ୍ୟ ଖରାପ ଶେଠୀ ପାଇଁ ଆମର ଏହିପରି ହେଲା । ଏହାର କାରଣ କେବଳ ଆମେ କରିଥିବା ଖରାପ କାର୍ଯ୍ୟ ଦ୍ଵାରା ଆମେ ନିଜେ ହିଁ ଏହାର ଫଳ ଭୋଗ କରିଥାଉ ।

ଆମର ମାନସିକ ଦୁର୍ବଳତା ଓ ଆମ ବିଚାରରେ କିଛି ତ୍ରୁଟି ଥିବା ହେତୁ ଆମର ସବୁ କିଛି ଏହିପରି ହୋଇଥାଏ । ଯେଉଁ ସମୟରେ ଆମ ଉପରେ ଅତ୍ୟାଚାର କରିଥାଏ ତେବେ ଆମେ ତାର ବିରୋଧ କରିଥାଉ । ଏହା ହେବା ମଧ୍ୟ ନିହାତି ଦରକାର । ଆମେ ସେଥିପାଇଁ ପ୍ରତିକାର କରିଥାଉ, ଆମେ ପାଇଥିବା କଷ୍ଟର ପ୍ରତିଶୋଧ ଚାହିଥାଉ ଓ ନ୍ୟାୟ ମଧ୍ୟ ମାଗିଥାଉ ।

କିନ୍ତୁ ଯେଉଁ ସମୟରେ ଆମେ ଆମରି ବିରୋଧରେ କିଛି ଅପରାଧ କରିଥାଉ ଯେଉଁ ସମୟରେ ଆମକୁ ସେଠାରେ କେହି କହିବାକୁ ନଥାନ୍ତି । ଅର୍ଥାତ ଯଦି ଆପଣଙ୍କୁ କେହି ଜଣେ ମାରିଛି ତେବେ ଆପଣଙ୍କ ମନରେ ବହୁତ ରାଗ ଥିବ ତାର ପ୍ରତି । ଯେଉଁ ସମୟରେ ଆପଣ ତାକୁ କମ୍ଜୋର ଅବସ୍ଥାରେ ଥିବା ଦେଖିବେ ଆପଣ ସେହି ସମୟରେ ତାକୁ ପ୍ରହାର କରିବେ ।

ଯାହା ଫଳରେ ଆପଣ ମଧ୍ୟ ସେହି ପାପ କର୍ମ କରିଲେ । ଆପଣ ସବୁ ବେଳ ପାଇଁ ଚାହିଁଥାନ୍ତି ପ୍ରତିଶୋଧ କିନ୍ତୁ ଏହା କେବେ ହେଲେ କରନ୍ତୁ ନାହିଁ । ଆପଣ ସବୁ ସମୟରେ ନ୍ୟାୟ ମାଗନ୍ତୁ । ମଣିଷ ଏକ ଖେଳରେ ବାଜି ଲଗାଇ ଥାଏ । କିନ୍ତୁ ସେହି ଖେଳର ବାଜିରେ ସେ କୌଣସି ପ୍ରକାରରେ ହାରିଯାଏ କିମ୍ବା ତାଙ୍କର କୌଣସି ଏକ ବ୍ୟକ୍ତି ତାଙ୍କୁ କିଛି କପଟ କରି ହରାଇ ଦିଏ ।

ସେହି ସମୟ ପର୍ଯ୍ୟନ୍ତ ଠିକ ଅଛି । ସେହି ସମୟ ପର୍ଯ୍ୟନ୍ତ ଅନ୍ୟାୟ ହେଉଛି ବୋଲି ଧରାଯାଏ । କିନ୍ତୁ ସେ ଯଦି ଆଉଥରେ ସେହି ବାଜିର ଖେଳକୁ ଖେଳିଥାଏ ଓ ସେହି ଭୁଲ ଆଉ ଥରେ କରିଥାଏ । ତେବେ ଏହାକୁ ପାପ କରିଥାଏ ବୋଲି ଧରାଯାଏ । ଅଜାଣତରେ ଯଦି କାଦୁଅରେ ପାଦ ଖସି ଯାଏ ତେବେ ଆପଣଙ୍କର ବସ୍ତ୍ର କାଦୁଅ ହେବ ନିଶ୍ଚୟ ଓ ଆପଣ ଭାଗ୍ୟକୁ ଦୋଷ ଦେଇ ପାରିବେ ।

କିନ୍ତୁ ଆପଣ ଏହା ଜାଣି ମଧ୍ୟ କି କାଦୁଅ କେଉଁଠାରେ ଅଛି ଓ ସେହି ଜାଗାକୁ ଆପଣ ପୁନର ବାର ଯାଇ ସେହି ଜାଗାରେ ପାଦ ରଖିବାକୁ ଦୁର୍ଭାଗ୍ୟ କୁହାଯାଏ ନାହିଁ । ସେଠାରେ ଆପଣଙ୍କର ମୂର୍ଖତା ବୋଲି ଧରାଯିବ । ଆପଣ ନିଜ ପ୍ରତି ଅପ୍ରାଧ କରୁଛନ୍ତି ବୋଲି ମଧ୍ୟ ଧରାଯିବ । ଏହିପରି ଅପରାଧର କୌଣସି ପ୍ରତିକାର ନଥାଏ ବା କୌଣସି ପ୍ରାୟଶ୍ଚିତ ନଥାଏ ଏବଂ କୌଣସି ପୀଡା ମଧ୍ୟ ନଥାଏ ।

ଯାହାର ପରିଣାମ କେବଳ ନିଜେ କରିଥିବା ଭୁଲ କାର୍ଯ୍ୟର ନିଜେ ହିଁ ପୀଡା ଅନୁଭବ କରିବେ । ଆପଣ ମାନେ ଜାଣିଥିବେ ଯେଉଁ ମାନେ ଜୁଆ ଖେଳନ୍ତି ସେମାନେ ଯେଉଁ ସମୟରେ ଜିତି ଯାଇଥାନ୍ତି ସେମାନେ ଆଉ ଥରେ ଖେଳିଥାନ୍ତି କିନ୍ତୁ ଯେତେବେଳେ ହାରିଥାନ୍ତି ସେହି ସମୟରେ ସେ ବହୁତ ରାଗିଥାନ୍ତି ଓ ଭାଗ୍ୟକୁ ଦୋଷ ଦେଇଥାନ୍ତି । ଏହା କେବଳ ତାଙ୍କ ମନର ଲୋଭ କାରଣରୁ ହୋଇଥାଏ । ଯେଉଁ ସମୟ ପର୍ଯ୍ୟନ୍ତ ମନୁଷ୍ୟ ତାର ଲୋଭକୁ ତ୍ୟାଗ କରି ନାହିଁ ସେହି ସମୟ ପର୍ଯ୍ୟନ୍ତ ସେ କଷ୍ଟ ଅବୁଭବ କରିଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।