କରୋନା ସଙ୍କଟ ସମୟରେ ମଣିଷ ପ୍ରତି ପଶୁର ଏପରି ଭଲପାଇବା, ମାଲିକର ମୃତ୍ୟୁପରେ କୁକୁର ତିନିମାସ ପର୍ଯ୍ୟନ୍ତ କଲା ଅପେକ୍ଷା, ଆଉ ତା ପରେ…

ଚୀନରେ ମାଲିକ ପ୍ରତି କୁକୁରର ଭଲ ପାଇବା ସମସ୍ତଙ୍କ ହୃଦୟକୁ ଜିତି ନେଇଛି । ଫେବୃୟାରୀ ରେ କରୋନା ଭାଇରସ କାରଣରୁ ଏହାର ମାଲିକର ମୃତ୍ୟୁ ହୋଇ ଯାଇଥିଲା । ଯାହାପରେ ତାଙ୍କର ପୋଷା କୁକୁର ତିନି ମାସ ପର୍ଯ୍ୟନ୍ତ ମେଡିକାଲର ବାରଣ୍ଡାରେ ବସି ତାଙ୍କର ଅପେକ୍ଷା କରିଥିଲା । ଏଥିରୁ ଜଣା ପଡୁଛି କି ସେ ତା ମାଲିକକୁ କେତେ ଭଲ ପାଉଥିଲା ।

କରୋନା ସଙ୍କଟ ସମୟରେ ମଣିଷଙ୍କ ପ୍ରତି ପଶୁଙ୍କ ଭଲପାଇବା

କରୋନା ଭାଇରସ ସମୟରେ ଯେତବେଳେ ମଣିଷ ମଣିଷ ଠାରୁ ଦୂରେଇ ରହିବା ପାଇଁ ବାଧ୍ୟ ହେଉଛି ଏହି ସମୟରେ ଗୋଟିଏ ପଶୁର ମଣିଷ ପ୍ରତି ଥିବା ଭଲପାଇବା ଘଟଣା ଚୀନରେ ଦେଖିବାକୁ ମିଳିଛି । ଯେଉଁଠାରେ ଫେବୃୟାରୀ ଠାରୁ ମେ ପର୍ଯ୍ୟନ୍ତ ଗୋଟିଏ କୁକୁର ତାର ମାଲିକର ଅପେକ୍ଷାରେ ମେଡିକାଲର ଦ୍ଵାରରେ ବସି ରହିଛି । ବୁହାନର ମେଡିକାଲରେ ୫ଦିନ ରହିବା ପରେ କରୋନା ଭାଇରସରେ ତାର ମାଲିକର ମୃତ୍ୟୁ ହୋଇ ଯାଇଥିଲା । ତାଙ୍କର ମୃତ୍ୟୁ ପରେ ବି ତାଙ୍କ ଫେରିବା ଅପେକ୍ଷାରେ ମେଡିକାଲ ବାହାରେ ବସି ରହିଛି । ଜିଆଓ ବାଓ ନାମର ସାତ ବର୍ଷର କୁକୁର ନିଜ ମାଲିକର ମୃତ୍ୟୁ କଥା ଜାଣି ନଥିଲା ।

ମାଲିକର ମୃତ୍ୟୁ ପରେ ତିନି ମାସ ପର୍ଯ୍ୟନ୍ତ ଅପେକ୍ଷା କଲା

ତାର ଭରସା ଥିଲା କି ସେ ତା ମାଲିକକୁ ପୁଣି ଥରେ ଦେଖିବ । ଏହି ଅପେକ୍ଷାରେ କୁକୁର ତିନି ମାସ ପର୍ଯ୍ୟନ୍ତ ମେଡିକାଲର ଦ୍ଵାରରେ ବସି ଅପେକ୍ଷା କରିଛି । ମେଡିକାଲ କର୍ମଚାରୀଙ୍କ ଅନୁସାରେ ବହୁତ ଥର କୁକୁରକୁ ମେଡିକାଲରୁ ବାହାର କରିଦିଆ ଯାଇଛି । ଏହା ପରେ ମଧ୍ୟ କୁକୁର ନିଜର ମାଲିକ ପାଇଁ ପୁଣି ମେଡିକାଲକୁ ଫେରି ଆସିଥିଲା । ସେହି ସମୟରେ ମେଡିକାଲର କର୍ମଚାରୀ ମାନେ ତାର ଖାଇବା ପିଇବା ବ୍ୟବସ୍ତା କଲେ । ମାଲିକ ପ୍ରତି ଭଲପାଇବା ଦେଖି ବହୁତ ଲୋକଙ୍କୁ ତା ଉପରେ ସହାନଭୂତି ସୃଷ୍ଟି ହୋଇଥିଲା । ବୁହାନ କ୍ଷୁଦ୍ର ପ୍ରାଣୀ ସୁରକ୍ଷା ସଂଘ କୁକୁରକୁ ନିଜ ଆଶ୍ରୟସ୍ଥଳକୁ ନେଇ ଯାଇଛନ୍ତି ।