ମନିପ୍ଲାଣ୍ଟ ସମ୍ବନ୍ଧୀୟ ଏହି ୫ଟି କଥା ଆପଣଙ୍କୁ କରିଦେବ ଧନବାନ

ସାଧାରଣତଃ ଆମେ ମନିପ୍ଳାଣ୍ଟ ଗଛକୁ ଘରକୁ ଆଣିଥାଉ କିନ୍ତୁ ସେଥିରୁ ଆମକୁ କୌଣସି ଲାଭ ହୋଇ ନ ଥାଏ । ସେଥିପାଇଁ ଆମେ ଭାବିଥାଉ କି ଏହି ଗଛ କୌଣସି କାମର ନୁହେଁ । ତେବେ ମନି ପ୍ଳାଣ୍ଟ ସମ୍ବନ୍ଧୀୟ ଏମିତି କିଛି ୫ ଟି କଥା ଅଛି ଯାହାକୁ ଆପଣ ଫଲୋ କଲେ ଆପଣ ମନିପ୍ଳାଣ୍ଟ ଗଛର ପୁରା ଲାଭ ଉଠାଇ ପାରିବେ ଓ ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିବ । ଏହା ସୁଖ ସମୃଦ୍ଧିର ଗଛ ଅଟେ । ଏହା ଧନବାନ କରିଦେବା ଭଳି ଗଛ ଅଟେ ।

ଆଜିର ଦୁନିଆରେ ସମସ୍ତେ ଧନବାନ ହେବା ପାଇଁ ଚାହାଁନ୍ତି । କିଛି ଲୋକ ତ ନିଜ ପରିଶ୍ରମ ବଳରେ ଧନବାନ ହୋଇଥାନ୍ତି ତ ଆଉ କିଛି ଲୋକ ନିଜର ଲକ୍ କାରଣରୁ ହୋଇଥାନ୍ତି । ମନିପ୍ଲାଣ୍ଟ ଗଛକୁ ପୁରାତନ କାଳରୁ ଏକ ଉଚ୍ଚ ମାନ୍ୟତା ଦିଆ ଯାଇଛି ।

Image courtesy: Google

ବିଶେଷ କରି ଏହାକୁ ଘର ଭିତରେ ଲଗା ଯାଇଥାଏ ଯାହା ଦ୍ଵାରା ଘରେ ଧନ ବର୍ଷା ହେବ, ସମ୍ପର୍କରେ ପ୍ରେମଭାବ ରହିବ ଓ ଘରେ ସୁଖ ସମୃଦ୍ଧି ରହିବ । ତେବେ ଚାଲନ୍ତୁ ଆଜି ଆମେ ଜାଣିବା ମନିପ୍ଲାଣ୍ଟ ସମ୍ବନ୍ଧୀୟ ୫ ଟି କଥା ଯାହାକୁ ଧ୍ୟାନରେ ରଖିଲେ କେବେ ବି ଘରେ ଧନର ଅଭାବ ହେବ ନାହିଁ ।

Image courtesy: Google

୧. ମନିପ୍ଲାଣ୍ଟ ଗଛକୁ କେବେ ବି କିଣି କରି ଘରକୁ ଆଣନ୍ତୁ ନାହିଁ । ଏହି ଗଛକୁ ଆମକୁ ଚୋରୀ କରିବାକୁ ପଡିଥାଏ । ସେମିତି ତ ଚୋରୀ କରିବା ଖରାପ କଥା ହୋଇଥାଏ କିନ୍ତୁ ଏହି ଗଛକୁ ଆମକୁ ଚୋରୀ କରିବାକୁ ପଡିଥାଏ । କିନ୍ତୁ ଆପଣ ଏହାକୁ ସେହିଠାରୁ ଚୋରୀ କରିବେ ଯେଉଁ ଘରେ ସୁଖ ସମୃଦ୍ଧି ଥିବ, ବହୁତ ଧନ ଥିବ, ଯେଉଁଠି ପୂଜା ପାଠ ଜପ ତପ ହେଉଥିବ ।

୨. ଆପଣଙ୍କ ଘରେ ଲଗାଯାଇଥିବା ମନି ପ୍ଳାଣ୍ଟ ଗଛର ପତ୍ର ଯଦି ଖରାପ ହୋଇଯାଏ ବା ଶୁଖିଯାଏ ତେବେ ତାହାକୁ ଟାଣି କରି ଛିଣ୍ଡାନ୍ତୁ ନାହିଁ, ତାହାକୁ କଇଁଚି ସାହାର୍ଯ୍ୟରେ କାଟି ଦିଅନ୍ତୁ ।

୩. ମନିପ୍ଳାଣ୍ଟ ଗଛର ମୂଳକୁ କେବେ ବି ବାହାରକୁ ଦେଖାଯିବା ଭଳି ରଖନ୍ତୁ ନାହିଁ । ଯଦି ଏହା ହେଉଛି ତେବେ ତାହାକୁ କୌଣସି ଜିନିଷ ସାହାର୍ଯ୍ୟରେ ଘୋଡାଇ ଦିଅନ୍ତୁ ଯାହା ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତି ରହିବ ।

୪. ମନିପ୍ଲାଣ୍ଟକୁ ଆପଣଙ୍କ ଘର ଭିତରେ ମୁଖ୍ୟ ଦ୍ଵାରରେ ଲଗାନ୍ତୁ ଯାହା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ରହିବ ।

Image courtesy: Google

୫. ଆପଣ ସବୁବେଳେ ସବୁଜ ଗୋଲ ପତ୍ର ଥିବା ମନି ପ୍ଲାଣ୍ଟ ଘରକୁ ଆଣନ୍ତୁ ଓ ଯେତେବେଳେ ଆପଣ ସେଥିରେ ପାଣି ଦେଉଛନ୍ତି ତେବେ ସେହି ପାଣିରେ ୧ ବା ୨ ଚାମଚ କ୍ଷୀର ମିଶାନ୍ତୁ ପୁଣି ସେହି ପାଣିକୁ ମନି ପ୍ଲାଣ୍ଟ ମୂଳରେ ଦିଅନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।