“Manike Mage Hithe” ଗୀତ ଗାଇ ରାତାରାତି ୟୁଟ୍ଯୂବ ସେନ୍ସେସନ୍ ପାଲଟି ଯାଇଛନ୍ତି Yohani, ଏହି ଗୀତକୁ ନେଇ ସେ କଣ କୁହନ୍ତି ? ଦେଖନ୍ତୁ Video

ସୋ-ସି-ଆ-ଲ ମି-ଡି-ଆ ଠାରୁ କରି ମୋବାଇଲ କଲରଟ୍ଯୁନ ପର୍ଯ୍ୟନ୍ତ ଏବେ ସାରା ଦୁନିଆ ଗୋଟିଏ ଗୀତରେ ଗୁଣୁଗୁଣୁ ହେଉଛି । ବାଥ୍ ରୁମ୍ ସିଙ୍ଗରଙ୍କ ଠାରୁ ଆରମ୍ଭ କରି ପ୍ରତିଷ୍ଠିତ ଗାୟକ ସମସ୍ତଙ୍କ ମୁହଁରେ ଗୋଟିଏ ଗୀତ ‘ମାନିକେ ମାଗେ ହିତେ’ । କେହି କେହି ଏହି ଗୀତକୁ ବୁଝୁଥିବା ବେଳେ ଆଉ କେହି କେହି କେବଳ ମ୍ୟୁଜିକରେ ମ-ତୁ-ଆ-ଲା ହେଉଛନ୍ତି । ଶ୍ରୀଲଙ୍କାର ସିଂହଳୀ ଭାଷାରେ ବୋଲା ଯାଇଥିବା ଏହି ଗୀତ ସବୁ ବର୍ଗ ଓ ବୟସର ଲୋକଙ୍କ ମନକୁ ଛୁଇଁ ପାରିଛି ।

ବୁଝି ହେଉ ନଥିଲେ ବି ଏହି ଗୀତଟି ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଟ୍ରେଣ୍ଡ କରୁଛି । ସିଂହଳୀ ଗାୟିକା ୟୋହାନି ଦିଲୋକା ଡିସିଲଭା ମାନିକେ ମାଗେ ହିତେ ଗୀତ ପାଇଁ ରାତାରାତି ସେନ୍ସସନ ପାଲଟି ଯାଇଛନ୍ତି । ଏବେ ବଲିଉଡ ଠୁ ନେଇ ହଲିଉଡ ଯାଏଁ ସବୁଠି ୟୋହାନିଙ୍କ ସ୍ଵରର ଜାଦୁ । ବିଗବଶ୍-୧୫ ମଞ୍ଚରେ ସଲମାନ ଖଙ୍କୁ ଏବଂ ବିଗ ପିକ୍ଚର ମଞ୍ଚରେ ରଣବୀରଙ୍କୁ ନିଜ ଗୀତର ତାଳେତାଳେ ନଚାଇଥିଲେ ୟୋହାନି । ଗତବର୍ଷ ଶ୍ରୀଲଙ୍କାର ସ୍ଵାଧୀନତା ଦିବସ ଅବସରରେ ମାନିକେ ମାଗେ ହିତେର କଭର ସଙ୍ଗ୍ ରିଲିଜ ହୋଇଥିଲା ।

ଗୀତ ରିଲିଜ ହେବା ପରେ ଖୁବ  ଭା-ଇ-ରା-ଲ ହେବା ସହ ମାତ୍ର କେଇ ମାସ ମଧ୍ୟରେ ଏହା ମିଲିୟନ ମିଲିୟନ ଦର୍ଶକଙ୍କ ମନକୁ ଛୁଇଁ ୟୁଟ୍ଯୁବ ଦୁନିଆରେ ନୂଆ ରେକର୍ଡ କରିଥିଲା । ବିଶେଷ କରି ଦକ୍ଷିଣ ଏସିଆରେ ଖୁବ ହିଟ୍ ହୋଇଥିଲା ଏହି ଗୀତ । ବହୁ ସଂଖ୍ୟକ ଭାରତୀୟ ଏହି ଗୀତ ମାୟାରେ ପଡିବା ଫଳରେ ଗୀତଟି ଓଡିଆ, ତେଲୁଗୁ, ତାମିଲ, ହିନ୍ଦୀ, ପଞ୍ଜାବୀ, ନେପାଳୀ, ବଙ୍ଗଳା, ଭୋଜପୁରୀ ଏବଂ ମାଲାୟାଲାମ ଭାଷାରେ ଭିନ୍ନ ଭିନ୍ନ କଣ୍ଠଶିଳ୍ପୀଙ୍କ ସ୍ଵରରେ ରେକର୍ଡ ହୋଇଛି ।

ତାମିଲ ଓ ମାଲାୟାଲାମ ଭାଷାରେ ପ୍ରସ୍ତୁତ ଗୀତରେ ନିଜେ ୟୋହନୀ କଣ୍ଠଦାନ କରିଛନ୍ତି । ଏପରିକି ୨୦୨୨ ମସିହାରେ ଆସୁଥିବା ଫିଲ୍ମ ‘ଥ୍ୟାଙ୍କ ଗଡ୍’ ର ଗୀତଟି ମଧ୍ୟ ୟୋହାନିଙ୍କ କଣ୍ଠରେ ରିମେକ କରାଯାଇଛି । ୟୋହାନି ଜଣେ ଭଲ କଣ୍ଠଶିଳ୍ପୀ ହେବା ସହ ଭଲ ଲେଖିକା ମଧ୍ୟ ।

ପ୍ରାୟ ତିନି ବର୍ଷ ତଳେ ରାପର୍ ଭାବେ ୟୁଟ୍ଯୁବରୁ ଯାତ୍ରା ଆରମ୍ଭ କରିଥିଲେ ୟୋହାନି । ଆଉ ଆଜି ସେ ସଫଳତାର ଶୀର୍ଷ ଛୁଇଁବାରେ ସଫଳ ହୋଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ସହ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।