ମଙ୍ଗଳ ବଦଳାଇଲେ ନିଜ ଚାଲ୍, କେଉଁ ରାଶିମାନଙ୍କର ଖୋଲିବ ଭାଗ୍ୟ, କାହକୁ ମିଳିବ ଅଶୁଭ ଫଳ, ଜାଣନ୍ତୁ ରାଶି ଅନୁସାରେ

ଜ୍ୟୋତିଷ ଶାସ୍ତ୍ର ଅନୁଆରେ ଗ୍ରହମାନଙ୍କର ଗତି ନିରନ୍ତର ବଦଳିବା କାରଣରୁ ସମସ୍ତ ୧୨ ଟି ରାଶି ପ୍ରଭାବିତ ହୋଇଥାଏ । ସବୁବେଳେ ଗ୍ରହମାନଙ୍କର ସ୍ଥିତିରେ ଛୋଟ ବଡ ଚେଞ୍ଜେସ ହୋଇଥାଏ । ଯେଉଁ କାରଣରୁ ମନୁଷ୍ୟଙ୍କ ଜୀବନରେ ସୁବିଧା – ଅସୁବିଧା ଦେଖାଯାଇଥାଏ । ଆପଣଙ୍କୁ କହିଦେଉଛୁ କି ମଙ୍ଗଳ ନିଜ ରାଶି ପରିବର୍ତ୍ତନ କରିଛନ୍ତି । ମଙ୍ଗଳ କନ୍ୟା ରାଶିରେ ପ୍ରବେଶ କରିଛନ୍ତି । ମଙ୍ଗଳ ସିଂହ ରାଶିରେ ୫୭ ଦିନ ରହିବା ପରେ ଏବେ କନ୍ୟା ରାଶିରେ ଗୋଚର କରିଛନ୍ତି ।

ମଙ୍ଗଳ ୫୭ ଦିନ ପାଇଁ ନିଜର ରାଶି ପରିବର୍ତ୍ତନ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳଙ୍କର ଏହି ରାଶି ପରିବର୍ତ୍ତନ କାରଣରୁ ସମସ୍ତ ୧୨ଟି ରାଶି ପ୍ରଭାବିତ ହୋଇଥାଏ ।

ଆସନ୍ତୁ ଜାଣିବା ମଙ୍ଗଳଙ୍କର କନ୍ୟା ରାଶିରେ ପ୍ରବେଶ ଦ୍ଵାରା କେଉଁ ରାଶିଙ୍କୁ ମିଳିବ ଲାଭ

ମେଷ ରାଶି

ମେଷ ରାଶିର ଲୋକମାନଙ୍କ ପାଇଁ ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଶୁଭ ପ୍ରମାଣିତ ହେବ । ମାନ – ସମ୍ମାନ ବୃଦ୍ଧି, ବିଦ୍ୟାରେ ଉନ୍ନତି, ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ । କୃଷିଜିବୀମାନେ ଅନେକ ଦିଗରୁ ଲାଭବାନ ହେବେ । ଯେଉଁଥି ପାଇଁ ଆପଣ ଦୂରଯାତ୍ରା କରିବେ, ସେହି ଉଦ୍ଦେଶ୍ୟ ଆପଣଙ୍କର ପୂର୍ଣ୍ଣ ହେବ । ମାନସିକ ଦୁଶ୍ଚିନ୍ତା ହଠାତ ବଢ଼ିଯିବ ।

କର୍କଟ ରାଶି

କର୍କଟ ରାଶିର ଲୋକମାନଙ୍କ ପାଇଁ ମଙ୍ଗଳର ଏହି ରାଶି ପରିବର୍ତ୍ତନ ଶୁଭ ରହିବାର ଅଛି ପରୀକ୍ଷା ପ୍ରତିଯୋଗିତାରେ ଦୁଇଗୁଣ ଉତ୍ସାହ ସହ ଆଗେଇ ଯିବେ । ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତା କରିବା ଦରକାର ନାହିଁ । ନୂତନକାର୍ଯ୍ୟ ଆରମ୍ଭ କଲେ ଲାଭରେ ପଡ଼ିବେ । ଅଭାବ – ଅନାଟନ ଦୂର ହୋଇ ସ୍ଥିତି ସନ୍ତୋଷ ପ୍ରଦ ହେବ ।

ବିଛା ରାଶି

ବିଛା ରାଶିର ଲୋକମାନଙ୍କ ପାଇଁ ମଙ୍ଗଳଙ୍କର ରାଶି ପରିବର୍ତ୍ତନ ଶୁଭ ରହିବ । ମାନସିକ ଦୁଶ୍ଚିନ୍ତା, ଋଣଭାର, ଶତ୍ରୁବାଧା ଦୂରେଇ ଯିବ । ବିଦ୍ୟାର୍ଥିମାନେ ଉଚ୍ଚଶିକ୍ଷା ପ୍ରାପ୍ତ କରିବେ । ବାଦ, ବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମାରେ ଜୟଯୁକ୍ତ ହେବେ ।

ମୀନ ରାଶି

ମୀନ ରାଶିର ଲୋକମାନଙ୍କ ପାଇଁ ମଙ୍ଗଳର ଏହି ରାଶି ପରିବର୍ତ୍ତନ ଖୁସି ନେଇ ଆସିବ । ଶତୃ ଓ ବିରୋଧୀମାନେ କିଛି ବି କ୍ଷତି କରି ପାରିବେ ନାହିଁ । ଗଠନ ମୂଳକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ସମସ୍ତ କାର୍ଯ୍ୟ ମନ ମୁତାବକ ସମ୍ପନ୍ନ ହେବ । ବିଦେଶ ଯାତ୍ରାରେ ସଫଳ ହେବେ । ବକେୟା ଅର୍ଥ ମିଳିବ ।

ଆସନ୍ତୁ ଜାଣିବା ବାକି ରାଶିମାନଙ୍କର କଣ ରହିବ ଅବସ୍ଥା

ବୃଷ ରାଶି

ବୃଷ ରାଶିର ଲୋକମାନଙ୍କ ପାଇଁ ମଙ୍ଗଳର ରାଶି ପରିବର୍ତ୍ତନ କଷ୍ଟଦାୟକ ରହିବ । ଶାରୀରିକ ପିଡ଼ା ଭୋଗିବେ । ବାଦବିବାଦ, ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା, ଜାମିନି, ମଧ୍ୟସ୍ଥତା ଠାରୁ ଦୂରତା ରକ୍ଷା କରନ୍ତୁ ।

ମିଥୁନ ରାଶି

ମିଥୁନ ରାଶିର ଲୋକମାନଙ୍କ ପାଇଁ ମମଙ୍ଗଳର ରାଶି ପରିବର୍ତ୍ତନ ଅଶୁଭ ରହିବ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣ କରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ । କର୍ମ କ୍ଷେତ୍ରରେ ବାଧା ଉତ୍ପନ୍ନ ହୋଇପାରେ ।

ସିଂହ ରାଶି

ସିଂହ ରାଶିର ଲୋକମାନଙ୍କ ପାଇଁ ମଙ୍ଗଳଙ୍କର ଏହି ପରିବର୍ତ୍ତନ କଷ୍ଟଦାୟକ ରହିବ । ଦରକାର ଠାରୁ ଅଧିକ ଖର୍ଚ୍ଚାନ୍ତ ହେବେ । ଆପଣଙ୍କର ମନ ନିଜ କାମକାର୍ଯ୍ୟରେ ଲାଗିବ ନାହିଁ । ଆପଣଙ୍କ ଘରେ ସମସ୍ୟା ଉତ୍ପନ୍ନ ହୋଇପାରେ ।

କନ୍ୟା ରାଶି

କନ୍ୟା ରାଶିର ଲୋକମାନଙ୍କ ପାଇଁ ମଙ୍ଗଳର ଏହି ରାଶି ପରିବର୍ତ୍ତନ ବହୁତ ସମସ୍ୟା ଉତ୍ପନ୍ନ କରିପାରେ । ଶତ୍ରୁମାନଙ୍କ କାରଣରୁ ଆପଣ ବହୁତ ଚିନ୍ତିତ ରହିବେ । ଟଙ୍କା ଆୟ କରିବାର ଯୋଜନାରେ ବାଧା ଉତ୍ପନ୍ନ ହୋଇପାରେ ।

ତୁଳା ରାଶି

ତୁଳା ରାଶିର ଲୋକମାନଙ୍କ ପାଇଁ ମଙ୍ଗଳର ରାଶି ପରିବର୍ତ୍ତନ ଅଶୁଭ ରହିବାର ଅଛି, ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ କଳହ ହୋଇପାରେ । ଯଦି ଆପଣ କେଉଁଠାକୁ ଯାତ୍ରା କରୁଛନ୍ତି ତେବେ ସତର୍କ ରୁହନ୍ତୁ ।

ଧନୁ ରାଶି

ଧନୁ ରାଶିର ଲୋକମାନଙ୍କ ପାଇଁ ମଙ୍ଗଳଙ୍କର ଏହି ରାଶି ପରିବର୍ତ୍ତନ କାର୍ଯ୍ୟସ୍ଥଳରେ ଅନେକ ବାଧାକୁ ଆଣି ପାରେ । ଆପଣଙ୍କୁ ଅଚାନକ ଖରାପ ସମାଚାର ମିଳିପାରେ, ଯାହା ଦ୍ଵାରା ଆପଣ ମାନସିକ ରୂପରେ ଚିନ୍ତିତ ରହି ପାରନ୍ତି ।

ମକର ରାଶି

ମକର ରାଶିର ଲୋକମାନଙ୍କ ପାଇଁ ମଙ୍ଗଳଙ୍କର ରାଶି ପରିବର୍ତ୍ତନ ମିଶାମିଶି ରହିବ । ଭାଇ ବନ୍ଧୁମାନଙ୍କ ସହଯୋଗ ମିଳିପାରେ । ଆପଣଙ୍କର ମସ୍ତିଷ୍କରେ ନକରତ୍ମକ ବିଚାରଧାରା ଆସିପାରେ ।

କୁମ୍ଭ ରାଶି

କୁମ୍ଭ ରାଶିର ଲୋକମାନଙ୍କ ପାଇଁ ମଙ୍ଗଳର ରାଶି ପରିବର୍ତ୍ତନ ସାମାନ୍ୟ ରହିବ । ଆପଣଙ୍କର ଆର୍ଥିକ ସ୍ଥିତିରେ କିଛି ସୁଧାର ଆସିପାରେ । ଆପଣଙ୍କର ପ୍ରେମ ଜୀବନରେ କିଛି ଅସୁବିଧା ଦେଖା ଯାଇ ପାରେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।