ମନ୍ଦିରରେ ପ୍ରବେଶ କରିବା ପରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ, ଏହି କାରଣରୁ ଆସିଥାଏ ଦୁର୍ଭାଗ୍ୟ

ମନ୍ଦିରକୁ ଯାଇ ଭଗବାନଙ୍କର ପୂଜା କରିବା ଦ୍ଵାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ଓ ନିଜର ଭକ୍ତ ମାନଙ୍କର ସମସ୍ତ ମନୋକାମନା ପୁରା କରିଥାନ୍ତି । ମନ୍ଦିରରେ ଭଗବାନଙ୍କର ଦର୍ଶନ କରିବା ଦ୍ଵାରା ପୂଣ୍ୟ ବି ପ୍ରାପ୍ତ ହୋଇଥାଏ । କିନ୍ତୁ ମନ୍ଦିର ଭିତରେ ପ୍ରବେଶ କରିବା ପରେ ଆପଣଙ୍କୁ କେତେକ ଜିନିଷ ପ୍ରତି ଧ୍ୟାନ ରଖିବା ଦରକାର ।

ଯଦି ମନ୍ଦିରକୁ ଯାଇ ଆପଣ ତଳେ କୁହାଯାଇଥିବା ଭୁଲକୁ କରିଦେଉଛନ୍ତି ତେବେ ଆପଣଙ୍କୁ ଆପଣଙ୍କର ପୂଜାର ଲାଭ ମିଳେ ନାହିଁ ଓ ଏହା ସହିତ ଆପଣଙ୍କୁ ଦୋଷ ବି ଲାଗିଯାଏ । ସେଥିପାଇଁ ଆପଣ ଯେତେବେଳ ବି ମନ୍ଦିରକୁ ଯାଉଛନ୍ତି ତେବେ ତଳେ କୁହାଯାଇଥିବା କଥା ପ୍ରତି ଖାସ ଧ୍ୟାନ ରଖନ୍ତୁ ଓ ଭୁଲରେ ବି ତଳେ କୁହାଯାଇଥିବା ଭୁଲକୁ କରନ୍ତୁ ନାହିଁ ।

ମନ୍ଦିରରେ ପୂଜା କରିବା ସମୟରେ ରଖନ୍ତୁ ଏହି କଥା ପ୍ରତି ଧ୍ୟାନ –

Image courtesy: Google

ମୁଣ୍ଡକୁ ସବୁବେଳେ ଘୋଡାଇ ଦିଅନ୍ତୁ

ଆମ ଶାସ୍ତ୍ରରେ କୁହାଯାଇଛି କି ଯଦି ଆପଣ ମନ୍ଦିର କିମ୍ବା କୌଣସି ପବିତ୍ର ସ୍ଥାନକୁ ଯାଉଛନ୍ତି ତେବେ ମୁଣ୍ଡକୁ ଘୋଡାଇ ଯାଆନ୍ତୁ । ଆପଣ ଯେତେବେଳେ ମନ୍ଦିରକୁ ଯାଉଛନ୍ତି ତେବେ ସର୍ବ ପ୍ରଥମେ ନିଜର ମୁଣ୍ଡକୁ କପଡାରେ ଘୋଡାନ୍ତୁ ଓ ମୁଣ୍ଡକୁ ଘୋଡାଇ ହିଁ ଭଗବାନଙ୍କର ପୂଜା କରନ୍ତୁ । ଏହା ଛଡା ଯେତେବେଳେ ଆପଣ ନିଜ ଘରେ ବି ପୂଜା କରୁଛନ୍ତି ସେତେବେଳେ ବି ନିଜର ମୁଣ୍ଡ ଘୋଡାନ୍ତୁ ।

ମନକୁ ଶାନ୍ତ ରଖନ୍ତୁ

Image courtesy: Google

ମନ୍ଦିରକୁ ଯାଇ ଆପଣ ନିଜର ମନକୁ ସବୁବେଳେ ଶାନ୍ତ ରଖନ୍ତୁ ଓ କେବେ ବି ମନ୍ଦିରରେ ପୂଜା କରିବା ସମୟରେ ହସନ୍ତୁ ନାହିଁ ।

ମନରେ ଖରାପ ଭାବନା ଆସିବାକୁ ଦିଅନ୍ତୁ ନାହିଁ

Image courtesy: Google

ଆପଣ ସବୁବେଳେ ସ୍ଵଚ୍ଛ ହୃଦୟର ସହିତ ମନ୍ଦିରକୁ ଯାଆନ୍ତୁ । ପୂଜା କରିବା ସମୟରେ ନିଜ ମନରେ କୌଣସି ବି ପ୍ରକାର ଖରାପ ଭାବନା ଆସିବାକୁ ଦିଅନ୍ତୁ ନାହିଁ । ଯଦି ଆପଣଙ୍କର ମନରେ କିଛି ଖରାପ ଭାବନା ଆସୁଛି ତେବେ ଆପଣଙ୍କ ଉପରେ ଦୋଷ ବଢିଯାଇଥାଏ ଓ ପୂଜା କରିବାର ଫଳ ଆପଣଙ୍କୁ ପ୍ରାପ୍ତ ହୁଏ ନାହିଁ ।

ଓଲଟା ପରିକ୍ରମା କରିବା

Image courtesy: Google

ମନ୍ଦିରକୁ ଯାଇ ଆପଣ ପୂଜା କରିବା ପରେ ପରିକ୍ରମା ନିଶ୍ଚିତ କରନ୍ତୁ । ପରିକ୍ରମା ଓଲଟା ହାତରେ ଆରମ୍ଭ କରି ସିଧା ହାତରେ ସମାପ୍ତ କରନ୍ତୁ । ପରିକ୍ରମା କରିବା ସମୟରେ କେବଳ ଭଗବାନଙ୍କର ନାମ ହିଁ ନିଅନ୍ତୁ ଓ କେବେ ବି ତିନି ଥର ପରିକ୍ରମା କରନ୍ତୁ ନାହିଁ । ଏହା ଛଡା ଆପଣ ଯେତେବେଳେ ଶିବଲିଙ୍ଗର ପରିକ୍ରମା କରୁଛନ୍ତି ତେବେ ଏହି କଥାର ଧ୍ୟାନ ରଖିବେ କି ଆପଣ ଶିବଲିଙ୍ଗର ପୁରା ପରିକ୍ରମା କେବେ ବି କରନ୍ତୁ ନାହିଁ । କାରଣ ଶିବଲିଙ୍ଗର ଅଧା ପରିକ୍ରମା କରାଯାଏ ।

ମୂର୍ତ୍ତି ସାମ୍ନାରେ ଛିଡା ହୁଅନ୍ତୁ ନାହିଁ

Image courtesy: Google

କେତେକ ଲୋକମାନେ ପୂଜା କରିବା ସମୟରେ ଭଗବାନଙ୍କର ମୂର୍ତ୍ତିର ସାମ୍ନାରେ ବହୁତ ସମୟ ପର୍ଯ୍ୟନ୍ତ ଛିଡା ହୋଇଥାନ୍ତି । ଯାହାକି ଭୁଲ ଅଟେ । ସେଥିପାଇଁ ଆପଣ ବି ଅଧିକ ସମୟ ପର୍ଯ୍ୟନ୍ତ ଛିଡା ହୁଅନ୍ତୁ ନାହିଁ । ସବୁବେଳେ ମୁଣ୍ଡ ତଳକୁ କରି ଭଗବାନଙ୍କର ପୂଜା କରନ୍ତୁ ।

ଚଢାନ୍ତୁ ସଫା ଫୁଲ

Image courtesy: Google

ଭଗବନାଙ୍କୁ ଖରାପ ଫୁଲ ଅର୍ପଣ କରିବା ଦ୍ଵାରା ଦୋଷ ଲାଗିଥାଏ । ସେଥିପାଇଁ ଭଗବାନଙ୍କର ମୂର୍ତ୍ତିକୁ ସବୁବେଳେ ସଫା ଫୁଲ ହିଁ ଚଢାନ୍ତୁ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।