ରାତିରେ ଶୋଇବା ପୂର୍ବରୁ ଘରର ମନ୍ଦିର ରେ ନିଶ୍ଚୟ ପକାନ୍ତୁ ପରଦା, ମନ୍ଦିରର କିଛି ବାସ୍ତୁ ନିୟମ ଯାହା ସମସ୍ତଙ୍କୁ ଜାଣିବା ଦରକାର

ସମସ୍ତଙ୍କ ଘରେ ମନ୍ଦିର ରହିବା ବହୁତ ଜରୁରୀ ଅଟେ । ଏହା ଦ୍ଵାରା ଘରେ ସକାରାତ୍ମକ ଊର୍ଜା ରହିଥାଏ । କିଛି ଲୋକମାନେ ଘରେ ମନ୍ଦିର ତ କରି ଦିଅନ୍ତି । କିନ୍ତୁ ମନ୍ଦିର ସହ ଜଡିତ ବାସ୍ତୁ ଶାସ୍ତ୍ର ନିୟମ ଗୁଡିକ ପ୍ରତି ଧ୍ୟାନ ରଖନ୍ତି ନାହିଁ । ଏଥିପାଇଁ ଘରେ ସକାରାତ୍ମକ ଊର୍ଜା ଜାଗାରେ ନକାରାତ୍ମକ ଊର୍ଜା ବଢିବାକୁ ଲାଗେ । ସେଥିପାଇଁ ଆପଣ ତଳେ ଦିଆଯାଇଥିବା ମନ୍ଦିର ସମ୍ବନ୍ଧିତ ବାସ୍ତୁ ଶାସ୍ତ୍ର ନିୟମକୁ ପାଳନ ନିଶ୍ଚିତ ରୂପରେ କରନ୍ତୁ ।

ଘରର ମନ୍ଦିର ସହ ଜଡିତ ବାସ୍ତୁଶାସ୍ତ୍ରର ମହତ୍ଵପୂର୍ଣ୍ଣ ନିୟମ –

ଭଗବାନଙ୍କର ଅଧିକ ବଡ ମୂର୍ତ୍ତି ରଖନ୍ତୁ ନାହିଁ

କେବେ ବି ନିଜ ଘର ର ମନ୍ଦିରରେ ବଡ ମୂର୍ତ୍ତି ରଖନ୍ତୁ ନାହିଁ । ଆପଣ ସବୁବେଳେ ଛୋଟ ଆକରାର ଏବଂ ଭଗବାନ ବସିଥିବା ମୂର୍ତ୍ତି ହିଁ ନିଜ ଘରର ମନ୍ଦିରରେ ସ୍ଥାପନ କରନ୍ତୁ ।

ମନ୍ଦିରକୁ ଘୋଡାଇ ଶୁଅନ୍ତୁ

ଆପଣ ସବୁଦିନ ଶୋଇବା ପୂର୍ବରୁ ପୂଜା ଘରକୁ ପରଦା ପକାଇ ଦିଅନ୍ତୁ । କାରଣ ରାତି ସମୟରେ ଭଗବାନଙ୍କୁ ଶୋଇବାରେ କିଛି ଅସୁବିଧା ନ ହେଉ ସେଥିପାଇଁ ତାଙ୍କର ମୂର୍ତ୍ତି ଘୋଡାଇ ଦିଆଯାଏ । ସକାଳେ ସ୍ନାନ କରିବା ପରେ ହିଁ ପୂଜା ଘରର ପରଦାକୁ ଖୋଲନ୍ତୁ ।

ଏହି ଦିଗରେ ହେବା ଦରକାର ମନ୍ଦିରର କବାଟ

ଘରର ମନ୍ଦିରର କବାଟ ସବୁବେଳେ ପୂର୍ବ ଦିଗରେ ହିଁ ହେବା ଦରକାର । ପୂଜା କରିବା ସମୟରେ ଆପଣଙ୍କର ମୁହଁ ସବୁବେଳେ ଏହି ଦିଗକୁ ହିଁ ହେବା ଆବଶ୍ୟକ । ପୂଜା କରିବା ପରେ ଘରର ସମସ୍ତ ସ୍ଥାନରେ ପୂଜା କରାଯାଇଥିବା ପାଣି କୁ ପକାନ୍ତୁ ।

ଭଗବାନଙ୍କର ମୂର୍ତ୍ତି ସବୁବେଳେ ସଫା ରଖନ୍ତୁ

ଆପଣ ଯେତେବେଳ ଭଗବାନଙ୍କୁ ଭୋଗ ଲଗାଉଛନ୍ତି ତେବେ ଏହା ପରେ ହିଁ ମୂର୍ତ୍ତିକୁ ସଫା କରନ୍ତୁ । ନିୟମିତ ରୂପରେ ମୂର୍ତ୍ତିକୁ ସଫା କରିବା ପାଇଁ ଗଙ୍ଗା ପାଣି ଏବଂ କ୍ଷୀରର ପ୍ରୟୋଗ କରନ୍ତୁ ।

କୌଣସି କପଡା ଉପରେ ହିଁ ରଖନ୍ତୁ ମୂର୍ତ୍ତିକୁ

ସବୁବେଳେ ତଳେ ଏକ ସଫା କପଡା ରଖି ମୂର୍ତ୍ତିକୁ ରଖନ୍ତୁ ।

ସୂର୍ଯ୍ୟଙ୍କର କିରଣ ମନ୍ଦିର ଉପରେ ପଡିବା ଦରକାର

ପୂଜା ଘରକୁ ଆପଣ ଏହିଭଳି ଭାବରେ କରନ୍ତୁ କି ଭଗବାନଙ୍କ ମୂର୍ତ୍ତି ଉପରେ ସୂର୍ଯ୍ୟଙ୍କର କିରଣ ନିଶ୍ଚିତ ପଡୁଥିବ ।

ମନ୍ଦିର ପାଖରେ ରଖନ୍ତୁ ନାହିଁ ଏହି ଜିନିଷ ଗୁଡିକୁ

ପୂଜା ଘରର ଆଖ ପାଖରେ କୌଣସି ପ୍ରକାରର ଚମଡାରେ ପ୍ରସ୍ତୁତ ଜିନିଷ ଯେପରିକି ଜୋତା – ଚପଲ ଓ ଅନ୍ୟ ଅଶୁଦ୍ଧ ଜିନିଷ ରଖନ୍ତୁ ନାହିଁ । ଏ ଗୁଡିକ ମନ୍ଦିରର ଆଖ ପାଖରେ ରଖିବା ଦ୍ଵାରା ମନ୍ଦିର ଅଶୁଦ୍ଧ ହୋଇଯାଏ ।