ମନ୍ଦିରରେ ରହିଛି ଅଦ୍ଭୁତ ଶକ୍ତି, ନାସା ବୋ ଖୋଜି ପାଉନି ଟେର୍, ମନ୍ଦିର ପାଖ ଦେଇ ଗଲେ ଟାଣି ନେଉଛନ୍ତି ଠାକୁରାଣୀ !

ମନ୍ଦିରରେ ଏଭଳି ରହସ୍ୟମୟୀ ଶକ୍ତି ରହିଛି ଯାହା ନାସା ବି ଖୋଜି ପାଉନି । ଲୋକଙ୍କୁ ଟାଣି ଆଣେ ଏହି ରହସ୍ୟମୟୀ ଚୁମ୍ବକୀୟ ମନ୍ଦିର । ନାସା ଏହି ମନ୍ଦିରକୁ ନେଇ ଅନେକ ଗବେଷଣା କରି ସାରିଥିଲେ ସୁଦ୍ଧା ଏହାର ରହସ୍ୟ ବିଷୟରେ ପତା ଲଗାଇ ପାରୁନି । ସ୍ଵାମୀ ବିବେକାନନ୍ଦଙ୍କ ସହ ମଧ୍ୟ ଏହି ମନ୍ଦିରର କନେକ୍ସନ ରହିଛି । ଦେବଭୂମି ଉତ୍ତରାଖଣ୍ଡର ଆଲମୋଡା ଜିଲ୍ଲାରେ ଅଦୃଶ୍ୟ ଶକ୍ତିର ଅଧିକାରୀ କସାରଦେବୀ ମନ୍ଦିର ରହିଛି । ବିଶ୍ବାସ କରାଯାଏ କି ଏହି ମନ୍ଦିରରେ ଚୁମ୍ବକୀୟ ଶକ୍ତି ରହିଛି ଯାହା ମଣିଷଙ୍କୁ ଏଠାକୁ ଟାଣି ଆଣେ ।

ଏହି ଶକ୍ତିକୁ ନେଇ ଅନେକ ଗବେଷଣା ଚାଲିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏଥିରୁ ପରଦା ଉଠିପାରିନି । ମନ୍ଦିରର ପୌରାଣିକ ମାନ୍ୟତା ଅନୁଯାୟୀ, ମାତା କାତ୍ୟାୟନୀ ଏହି ମନ୍ଦିରରେ ନିଜେ ଆବିର୍ଭୂତ ହୋଇଥିଲେ । ଦୁନିଆରେ ଚୁମ୍ବକୀୟ ଶକ୍ତି ଥିବା ସ୍ଥାନ ମାନଙ୍କ ମଧ୍ୟରୁ ଏହି ସ୍ଥାନ ଅନ୍ଯତମ । ଏଠାକୁ ଆସୁଥିବା ପର୍ଯ୍ୟଟକ କୁହନ୍ତି କସାରଦେବୀ ମନ୍ଦିର ଆଖପାଖ ଅଞ୍ଚଳର ମାଟିତଳେ ଜାୟାଣ୍ଟ ମ୍ୟାଗ୍ନେଟିକ ଫିଲ୍ଡ ରହିଛି ।

ଆଲମୋଡାର କସାରଦେବୀ ମନ୍ଦିର ଭଳି ଦକ୍ଷିଣ ଆମେରିକାର ପେରୁ ଓ ଇଂଲଣ୍ଡର ଷ୍ଟୋନହେଙ୍ଗ ଠାରେ ଏପରି ଶକ୍ତି ଦେଖିବାକୁ ମିଳେ । କସାରଦେବୀ ମନ୍ଦିର ପରିସରକୁ ଜିପିଏସ 8 କେନ୍ଦ୍ର ଚିହ୍ନିତ କରାଯାଇଛି । ଏହାକୁ ନେଇ ଆମେରିକୀୟ ଗବେଷଣା ସଂସ୍ଥା ନାସା ଗ୍ରାଭିଟି ପଏଣ୍ଟ ବିଷୟରେ କହିଛି । ମନ୍ଦିରର ପ୍ରମୁଖ ଦ୍ଵାରର ବାମପଟେ ନାସା ଏପରି ସ୍ଥାନ ଚିହ୍ନିତ କରିବା ପରେ ହିଁ ସେଠାରେ ଜିପିଏସ 8 ଲେଖାଯାଇଛି ।

ଏହି ମନ୍ଦିରର ଆଉ ଏକ ବିଶେଷତ୍ଵ ହେଉଛି, 1890 ମସିହାରେ ସ୍ଵାମୀ ବିବେକାନନ୍ଦ ଧ୍ୟାନ କରିବା ପାଇଁ ଏଠାକୁ କିଛି ମାସ ଆସିଥିଲେ । ତେଣୁ ଏଠାରେ ସ୍ଵାମୀ ବିବେକାନନ୍ଦଙ୍କ ଗୁମ୍ଫା ମଧ୍ୟ ରହିଛି । ସେହି ଗୁମ୍ଫାକୁ ଆଜି ବି ଲୋକମାନେ ଯାଇ ଧ୍ୟାନ କରନ୍ତି । ତେବେ ଏଭଳି ଏକ ରହସ୍ୟମୟୀ ମନ୍ଦିର ଯାହା ଲୋକଙ୍କୁ ନିଜକୁ ଆଡକୁ ଟାଣି ଆଣେ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ଏବଂ ଭୟଭୀତ ହୋଇଯିବେ ।

ତେବେ ସ୍ଥାନୀୟ ଲୋକଙ୍କ ବିଶ୍ବାସ ଯେ ଏହା ମନ୍ଦିରରେ ବିରାଜିତ ଠାକୁରାଣୀଙ୍କ ଆଶ୍ଚର୍ଯ୍ୟକର୍ମ । ଏହି ମନ୍ଦିରକୁ ନେଇ ଆଜି ବି ଗବେଷଣା ଜାରି ରଖିଛି ନାସା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।